ବିବାଦରେ Brahmastra; ଟ୍ରେଲର ଦେଖି ରାଗିଲେ ଆଲିଆ-ରଣବୀର ଫ୍ୟାନ୍ସ, କହିଲେ...
Advertisement
Article Detail0/zeeodisha/odisha1223012

ବିବାଦରେ Brahmastra; ଟ୍ରେଲର ଦେଖି ରାଗିଲେ ଆଲିଆ-ରଣବୀର ଫ୍ୟାନ୍ସ, କହିଲେ...

ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କୁ ଶକ୍ତ ଝଟକା ଲାଗିଛି। ଗତ ବୁଧବାର ବହୁ ପ୍ରତିକ୍ଷୀତ ଫିଲ୍ମ ବ୍ରହ୍ମାସ୍ତ୍ରର ଟ୍ରେଲର (ପ୍ରଥମ ଭାଗ) ରିଲିଜ ହୋଇଛି। ୨.୫ ମିନିଟର ଟ୍ରେଲର ଆସିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଏହା ବିବାଦ ଭିତରକୁ ଟାଣି ହୋଇଛି। ଟ୍ରେଲରର ଏକ ସିନରେ ହିନ୍ଦୁଙ୍କ ଧର୍ମୀୟ ଭାବନାକୁ ଆହତ କରାଯାଇଥିବା ସୋସିଆଲ ମିଡି

ଡିଜାଇନ୍ ଫଟୋ

 

Brahmastra trailer: ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କୁ ଶକ୍ତ ଝଟକା ଲାଗିଛି। ଗତ ବୁଧବାର ବହୁ ପ୍ରତିକ୍ଷୀତ ଫିଲ୍ମ ବ୍ରହ୍ମାସ୍ତ୍ରର ଟ୍ରେଲର (ପ୍ରଥମ ଭାଗ) ରିଲିଜ ହୋଇଛି। ୨.୫ ମିନିଟର ଟ୍ରେଲର ଆସିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଏହା ବିବାଦ ଭିତରକୁ ଟାଣି ହୋଇଛି। ଟ୍ରେଲରର ଏକ ସିନରେ ହିନ୍ଦୁଙ୍କ ଧର୍ମୀୟ ଭାବନାକୁ ଆହତ କରାଯାଇଥିବା ସୋସିଆଲ ମିଡିଆ ୟୁଜର୍ସ ଅଭିଯୋଗ କରିଛନ୍ତି। ଏପରି କି ସେମାନେ #BoycottBrahmastra ଟ୍ରେଣ୍ଡ କରାଇଥିଲେ।  

ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ବ୍ରହ୍ମାସ୍ତ୍ର ଟ୍ରେଲର ରିଲିଜ ହେବା ଦିନଠାରୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ଟ୍ରେଣ୍ଡ ପ୍ରସଙ୍ଗ ହୋଇ ରହିଆସିଛି। ନବ ବିବାହିତ ରଣବୀର ଏବଂ ଆଲିଆ ଏହି ଫିଲ୍ମ ମାଧ୍ୟମରେ ସ୍କ୍ରିନ ସେୟାର କରୁଛନ୍ତି। ଟ୍ରେଲର ସକରାତ୍ମକ ପ୍ରତିକ୍ରିୟା ହାସଲ କରିଥିବାବେଳେ ଏକ ନିର୍ଦ୍ଦିଷ୍ଟ ଦୃଶ୍ୟ ହେତୁ ଫିଲ୍ମଟି ବିବାଦ ସୃଷ୍ଟି କରିଥିବା ଜଣାପଡିଛି। ଟ୍ରେଲର ଅନଲାଇନରେ ରିଲିଜ୍ ହେବାର କିଛି ସମୟ ପରେ, ସୋସିଆଲ ମିଡିଆ ୟୁଜର୍ସ ଏପରି କିଛି ଦେଖିଲେ ଯାହା ଅନେକଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିବା କୁହାଯାଉଛି।

Also Read: Prophet Muhammad Row: ଭାରତ ବିରୋଧରେ ଏକାଠି ହେଲେ କୁୱେତ ସାଂସଦ, ନେବାକୁ ଯାଉଛନ୍ତି କଠୋର ପଦକ୍ଷେପ

ଦୁଇ ମିନିଟ ୫୧ ସେକେଣ୍ଡର ଟ୍ରେଲରର ମାତ୍ର ୩ ସେକେଣ୍ଡର ସିନକୁ ନେଇ ବିବାଦ ସୃଷ୍ଟି ହୋଇଛି। ୩୩ ସେକେଣ୍ତ ଟାଇମ ଲାଇନରୁ ଏହି ବିବାଦୀୟ ସିନ୍ ଆରମ୍ଭହେଉଛି। ଶିବ ନାମକ ଏକ ଚରିତ୍ରରେ ଅଭିନୟ କରି ରଣବୀର ଜୋତା ପିନ୍ଧି ଏକ ମନ୍ଦିରର ଘଣ୍ଟି ବଜାଉଥିବା ଦେଖିବାକୁ ମିଳିଛି। ଯାହା ପରେ ଟ୍ୱିଟରରେ #BoycottBrahmastra ଟ୍ରେଣ୍ଡ କରୁଥିଲା। ଜଣେ କ୍ରୋଧିତ ୟୁଜର୍ସ ଲେଖିଛନ୍ତି, "ଜୋତା ସହିତ ମନ୍ଦିରରେ ପ୍ରବେଶ କରିବା ଏହି ଚଳଚ୍ଚିତ୍ରକୁ ବଏକଟ୍ କରନ୍ତୁ !!! ସେମାନଙ୍କୁ ଆମର ଶକ୍ତି ଅନୁଭବ କରନ୍ତୁ !!!" "ଜୋତା ସହିତ ମନ୍ଦିରରେ ପ୍ରବେଶ କରିବା, ଆମେ ଏହା ଉର୍ଦ୍ଦୁରୁ ଆଶା କରିପାରିବା। ବଲିଉଡ ସନାତନ ଧର୍ମ ପ୍ରତି ଆମର ଭାବନାକୁ ଆଘାତ କରିବାର ସୁଯୋଗ ହାତଛଡ଼ା କରେ ନାହିଁ" ବୋଲି ଅନ୍ୟ ଜଣେ ଟ୍ୱିଟର ବ୍ୟବହାରକାରୀ କହିଛନ୍ତି।

ତେବେ ବିବାଦୀୟ ଦୃଶ୍ୟରେ ଦଶହରା ପଡିଆର ଭଳି ଲାଗୁଛି। ଆଉ ରଣବୀର ଜୋତା ପିନ୍ଧି ଦୌଡି ଯାଇ ମଣ୍ଡପ ବାହାରେ ଝୁଲି ଥିବା ଘଣ୍ଟିକୁ ହାତରେ ମାରୁଛନ୍ତି। ଫିଲ୍ମଟି ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ରିଲିଜ ହେବ। ତେବେ ଏହ ଫିଲ୍ମର ପବ୍ଲିସିଟି ପାଇଁ ଏକ ସୋସିଆଲ ଷ୍ଟଣ୍ଟ ବୋଲି କିଛି ସିନେ ସମୀକ୍ଷକ ମତ ପ୍ରକାଶ କରିଛନ୍ତି। ବିଗତ ଦିନରେ ଏଭଳି ଅନେକ ଫିଲ୍ମ (ପଦ୍ମାବତ, ଲକ୍ଷ୍ମୀବୋମ, ବାଜିରାଓ ମସ୍ତାନୀ, ପିକେ, ରାମଲୀଲା, ଦ କାଶ୍ମୀର ଫାଇଲ୍ସ, ତାଣ୍ଡବ, ଏ ସ୍ୱିଟେବୁଲ ବୟ, ଇତ୍ୟାଦି)କୁ ନେଇ ବିବାଦ ଦେଖା ଦେଇଥିଲା।