ବଦଳିଲା ନାଁ, ବଦଳିଲେ ହୋଷ୍ଟ୍; ଅନୁଭବଙ୍କୁ ରିପ୍ଲେସ୍ କଲେ ସିଦ୍ଧାନ୍ତ
Advertisement
Article Detail0/zeeodisha/odisha1155234

ବଦଳିଲା ନାଁ, ବଦଳିଲେ ହୋଷ୍ଟ୍; ଅନୁଭବଙ୍କୁ ରିପ୍ଲେସ୍ କଲେ ସିଦ୍ଧାନ୍ତ

ଗତ ଜାନୁଆରୀ ୧୫ରେ ଜୀ ସାର୍ଥକର ପ୍ଲାଟଫର୍ମରେ 'ଦାଦାଗିରି ହୃଦୟରୁ' ଟାଇଟଲରେ ଏକ ରିଆଲିଟି ଶୋ' ଆରମ୍ଭ ହୋଇଥିଲା। ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଓ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଏହି ଶୋ'ର ପ୍ରିମିୟର କରିଥିଲେ।

ଡିଜାଇନ୍ ଫଟୋ

ନୂଆଦିଲ୍ଲୀ: ଓଡିଆ ରିୟଲିଟି ଶୋ' ପ୍ରେମୀଙ୍କ ପାଇଁ ଏକ ଖଟାମିଠା ଖବର ଆସିଛି। ଜୀ ସାର୍ଥକର ଲୋକ ପ୍ରିୟ ଶୋ' 'ଦାଦାଗିରି'ରେ ଏକ ବଡଧରଣର ପରିବର୍ତ୍ତନ ହୋଇଛି। ଶୋ'ଟାଇଟଲ ସହ ହୋଷ୍ଟ ମଧ୍ୟ ବଦଳିଛନ୍ତି। 'ଦାଦାଗିରି' ମଞ୍ଚରେ ପୁଣି ଥରେ ଜଣେ ଓଡିଆ ସୁପରଷ୍ଟାରଙ୍କୁ ଦେଖିବାକୁ ମିଳିବ। ଶୋ'ର ନୂଆ ପ୍ରମୋ ମଧ୍ୟ ରିଲିଜ ହୋଇଯାଇଛି।

ଗତ ଜାନୁଆରୀ ୧୫ରେ ଜୀ ସାର୍ଥକର ପ୍ଲାଟଫର୍ମରେ 'ଦାଦାଗିରି ହୃଦୟରୁ' ଟାଇଟଲରେ ଏକ ରିଆଲିଟି ଶୋ' ଆରମ୍ଭ ହୋଇଥିଲା। ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଓ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି (Anubhav Mohanty) ଏହି ଶୋ'ର ପ୍ରିମିୟର କରିଥିଲେ। ପ୍ରତି ଶନିବାର ଓ ରବିବାର ପ୍ରସାରିତ ହେଉଥିବା 'ଦାଦାଗିରି ହୃଦୟରୁ'କୁ ଅନୁଭବ ମହାନ୍ତି ହୋଷ୍ଟ କରୁଥିଲେ। କିନ୍ତୁ ବର୍ତ୍ତମାନ ସେ ଏହି ଶୋ'ରୁ ବିଦାୟ ନେଇଛନ୍ତି। 

Also Read: ଆଲିଆ ନୁହଁନ୍ତି ରଣବୀରଙ୍କ ପ୍ରଥମ ପତ୍ନୀ !

ଅନୁଭବଙ୍କ ସ୍ଥାନରେ ଓଲିଉଡ ଜଗତର ଆଉ ଜଣେ ସୁପରଷ୍ଟାର ତଥା ସିଦ୍ଧାନ୍ତ ମହାପାତ୍ରଙ୍କୁ 'ଦାଦାଗିରି'ର ହୋଷ୍ଟ କରାଯାଇଛି। ଏନେଇ ନୂଆ ପ୍ରମୋ ମଧ୍ୟ ରିଲିଜ କରାସରିଲାଣି। ଶୋ'ର ଟାଇଟଲରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ପ୍ରଥମେ ଏହା  'ଦାଦାଗିରି ହୃଦୟରୁ' ଥିଲା, ଯାହାକୁ ଏବେ 'ପ୍ରତିଭାର ଦାଦାଗିରି' ରଖାଯାଇଛି। ତେବେ ଅନୁଭବଙ୍କ ଉପସ୍ଥାପନା 'ଦାଦାଗିରି'କୁ ଯେଭଳି ଲୋକପ୍ରିୟ କରିଥିଲା, ସିଦ୍ଧାନ୍ତ ତାହାକୁ ଆହୁରି ରୋମାଞ୍ଚକ କରିବେ ବୋଲି ଦର୍ଶକମାନେ ଆଶା ରଖିଛନ୍ତି। 

ଅନ୍ୟପଟେ ସୋ'ରୁ ବାହାରିବା ପରେ ଅନୁଭବ ମହାନ୍ତି ଇନଷ୍ଟାରେ ଏକ ଭିଡିଓ ପୋଷ୍ଟ କରି ନିଜ ପ୍ରଶଂସକଙ୍କୁ ସାନ୍ତ୍ୱନା ଦେଇଛନ୍ତି। ସେ କହିଛନ୍ତି ' ଆପଣମାନଙ୍କୁ ଗୋଟିଏ କଥା କଷ୍ଟ ଦେଇଛି, ବହୁତ ଦୁଃଖ ଦେଇଛି ଆପଣମାନଙ୍କୁ। କିନ୍ତୁ ଏତିକି କହିବି ତି, ଭଗବାନ ଯାହାବି କରନ୍ତି, ସେ କିଛି ଭଲ ପାଇଁ ହିଁ ଚିନ୍ତା କରିକି କରିଥାନ୍ତି। ଜମା ବ୍ୟସ୍ତ ହେବେନି ଧର୍ଯ୍ୟହରା ହେବେନି। ଆଗକୁ କିଛି ଭଲ ଶୁଣିବାକୁ ପାଇବେ। ସେହି ସମୟକୁ ଖାଲି ଅପେକ୍ଷା କରିବା। ଏ ଭାଇ ଆପମାନଙ୍କର ଥିଲା, ଅଛି ଆଉ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଆପଣମାନଙ୍କ ପାଖରେ ରହିବି। ଧନ୍ୟବାଦ...' 

Also Read: ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ପାଇଁ ଅଣ୍ଟା ଭିଡିଲା ପ୍ରଶାସନ

ଏହା ବ୍ୟତୀତ ଅଭିନେତା ତାଙ୍କ ଫେସବୁକରେ କିଛି ଫଟୋ ସେୟାର କରି କହିଛନ୍ତି ଯେ, ସେ 'ଦାଦାଗିରି' ଶୋ'କୁ ପ୍ରମୋଟ କରିବା ପାଇଁ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ କାର୍ଯ୍ୟକ୍ରମ ସହ ଜଡିତ ଅନେକ ଭିଡିଓ, ଫଟୋ ଓ ପ୍ରମୋ ସେୟାର କରିଥିଲେ। କିନ୍ତୁ ବର୍ତ୍ତମାନ ସେଥିରେ କପିରାଇଟ୍ ଆସିଥିବା ଅନୁଭବ ଅଭିଯୋଗ କରିଛନ୍ତି। ଏହା ସହ ସମ୍ପୃକ୍ତ ଥିବା ସମସ୍ତ ପୋଷ୍ଟକୁ ସେ ନିଜ ସୋସିଆଲ ମିଡିଆରୁ ହଟାଉଛନ୍ତି ବୋଲି ମଧ୍ୟ କହିଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଅନୁଭବ ଶୋ' ଛାଡିନାହାନ୍ତି ବରଂ ତାଙ୍କୁ ବାହାର କରାଯାଇଛି। ତେବେ କେଉଁ କାରଣରୁ ଏପରି ଚରମ ନିଷ୍ପତ୍ତି ନିଆଗଲା ତାହା ଜଣାପଡିନାହିଁ।