Ollywood Producer Arrested: ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରଫେସରଙ୍କୁ ଚୂନ ଲଗାଇ ଗିରଫ ହେଲେ ପ୍ରଡ୍ୟୁସର
Advertisement
Article Detail0/zeeodisha/odisha1628616

Ollywood Producer Arrested: ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରଫେସରଙ୍କୁ ଚୂନ ଲଗାଇ ଗିରଫ ହେଲେ ପ୍ରଡ୍ୟୁସର

Ollywood Producer Arrested: ବନ୍ଧା ହେଲେ ଓଲିଉଡ଼ ପ୍ରଯୋଜକ (ollywood producer) ତଥା ଅଭିନେତା ଅଜିତାଭ ମଲ୍ଲିକ (ajitav mallik )। ରେଭେନ୍ସା ବିଶ୍ୱବିଦ୍ୟାଳୟର(ravenshaw university ) ଜଣେ ଆସିଷ୍ଟାଣ୍ତ ପ୍ରଫେସରଙ୍କୁ (asst professor)ଘର ବିକ୍ରି କରିବା ନାଁରେ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Ollywood Producer Arrested: ବନ୍ଧା ହେଲେ ଓଲିଉଡ଼ ପ୍ରଯୋଜକ (ollywood producer) ତଥା ଅଭିନେତା ଅଜିତାଭ ମଲ୍ଲିକ (ajitav mallik )।  ରେଭେନ୍ସା ବିଶ୍ୱବିଦ୍ୟାଳୟର (ravenshaw university ) ଜଣେ ଆସିଷ୍ଟାଣ୍ତ ପ୍ରଫେସରଙ୍କୁ (asst professor)ଘର ବିକ୍ରି କରିବା ନାଁରେ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗରେ ବନ୍ଧା ହୋଇଛନ୍ତି ଓଡ଼ିଆ ସିନେମା ‘ଅରୁନ୍ଧତୀ’ର ଅନ୍ୟତମ ପ୍ରଯୋଜକ ଅଜିତାଭ ମଲ୍ଲିକ । ପୋଲିସ୍ ତାଙ୍କୁ ଭୁବନେଶ୍ବରରୁ ଗିରଫ କରିଥିବା ଜଣାପଡିଛି । ଏହାସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । 

ସୂଚନା ଅନୁଯାୟୀ, ଭୁବନେଶ୍ୱର କୋଳଥିଆ ଅଞ୍ଚଳରେ ଡୁପ୍ଲେକ୍ସ ନିଜ ଘର ବିକିବା କହି ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଛି। ରେଭେନ୍ସା ବିଶ୍ୱବିଦ୍ୟାଳୟର ଜଣେ ମହିଳା ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ(asst professor)  ଘର ବିକ୍ରି କରିବାକୁ କହିଥିଲେ। କୋଟିଏ ଟଙ୍କାରେ ଘର ବିକ୍ରି କରିବାକୁ କହିଥିଲେ ଅଜିତାଭ। ଆସିଷ୍ଟାଣ୍ଟ ପ୍ରଫେସର ଏଥିରେ ରାଜି ହେବାରୁ ପ୍ରଥମେ ୨୫ ଲକ୍ଷ ଟଙ୍କାର ନଗଦ, ଏହାପରେ ବିଭିନ୍ନ ଆକାରରେ ମୋଟ୍ ୮୫ ଲକ୍ଷ ଟଙ୍କା (rs 85 lakh) ଆସିଷ୍ଟାଣ୍ଟ ପ୍ରଫେସରଙ୍କଠାରୁ ଅଜିତାଭ ନେଇଥିଲେ। କିନ୍ତୁ ଟଙ୍କା ନେବା ପରେ ଅଜିତାଭ ଘର ଦେଇନଥିଲେ କି ଆଉ ଧରାଛୁଆଁ ଦେଇନଥିଲେ। ୨୦୨୦ ମସିହାରୁ ଟଙ୍କା ନେଇଥିବା ବେଳେ ଏ-ପର୍ଯ୍ୟନ୍ତ ଦେଖା ଦେଉନଥିଲେ।ଏ ନେଇ ସଂପୃକ୍ତ ମହିଳା ଆସିଷ୍ଟାଣ୍ଟ ପ୍ରଫେସର ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରି ଆଜି ଅଭିଯୁକ୍ତ ଅଜିତାଭ ମଲ୍ଲିକଙ୍କୁ ଗିରଫ କରିଛି। ଅଜିତାଭ ଜଣେ ସହ କଳାକାର ଭାବେ ବିଭିନ୍ନ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଜଣାଯାଇଛି।

ଏହାବି ପଢନ୍ତୁ : Ravi Kishan: ସଂଘର୍ଷ ସମୟରେ କାଷ୍ଟିଂ କାଉଚର ଶିକାର ହୋଇଥିଲେ ଏହି ଅଭିନେତା, ଏବେ ସେ ସକ୍ରିୟ ରାଜନେତା

ଏହାବି ପଢନ୍ତୁ : Prakash Raj: ଜାଣନ୍ତୁ କେତେ କୋଟିର ମାଲିକ ହେଉଛନ୍ତି ପ୍ରକାଶ ରାଜ? ଚଢନ୍ତି ଆମ୍ବାନୀଙ୍କ ଭଳି ଦାମୀ କାର୍

ସୂଚନା ଅନୁସାରେ, ରଜନୀ ମୁଭିଜ୍ ବ୍ୟାନରରେ ନିର୍ମିତ ଅଜିତାଭ ମଲ୍ଲିକ ଓ ମୋନିକା ଦାସଙ୍କ ପ୍ରଯୋଜିତ ‘ଅରୁନ୍ଧତୀ’ ସିନେମାରେ ରାଜବୀର, ଏଲିନା ଓ ବବି ମିଶ୍ର ପ୍ରମୁଖ ଅଭିନୟ କରିଥିଲେ। ଏହାର ସଂଳାପକାର ହେଲେ ଡକ୍ଟର ରଜନୀରଂଜନ। ଅଭିଜିତ୍ ମଜୁମଦାର ଏହାର ସଙ୍ଗୀତ ନିର୍ଦ୍ଦେଶକ।

ଏହାବି ପଢନ୍ତୁ : Amitabh Bachchan: ସୁସ୍ଥ ହେଲେ ବିଗ୍‌ବି, ପୁଣି ଆରମ୍ଭ ହେବ‘Project K’ର ସୁଟିଂ

ଏହାବି ପଢନ୍ତୁ : Weather Update: ଆଜି ରାଜ୍ୟରେ ଘଡ଼ଘଡି଼ ସହ ବର୍ଷା ସମ୍ଭାବନା ,୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଏହାବି ପଢନ୍ତୁ : Jagatsinghpur News: ଗାଧୋଇବାକୁ ଆସି ଦେବୀନଦୀ ଘାଟରେ ବୁଡ଼ିଗଲେ ତିନିଛାତ୍ର

ଏହାବି ପଢନ୍ତୁ : Health Tips: ଋତୁସ୍ରାବ ସମୟରେ କେମିତି ରହିବେ ହାଇଜିନ୍ , ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ?

ଏହାବି ପଢନ୍ତୁ : Egg Side Effects: ଅଣ୍ତା ଖାଉଥିଲେ ସାବଧାନ୍! ହୋଇପାରେ ଏହି ଘାତକ ରୋଗ