Ravi Kishan: ସଂଘର୍ଷ ସମୟରେ କାଷ୍ଟିଂ କାଉଚର ଶିକାର ହୋଇଥିଲେ ଏହି ଅଭିନେତା, ଏବେ ସେ ସକ୍ରିୟ ରାଜନେତା
Advertisement
Article Detail0/zeeodisha/odisha1628425

Ravi Kishan: ସଂଘର୍ଷ ସମୟରେ କାଷ୍ଟିଂ କାଉଚର ଶିକାର ହୋଇଥିଲେ ଏହି ଅଭିନେତା, ଏବେ ସେ ସକ୍ରିୟ ରାଜନେତା

Bhojpuri Actor Ravi Kishan Casting Couch: ଅଭିନେତା ରବି କିଶାନ (Actor Ravi Kishan)। ଭୋଜପୁରୀ,ସାଉଥ ଓ ବଲିଉଡ ସିନେମାର ଏକାଧିକ ଫିଲ୍ମରେ ଅଭିନୟ କରି ବେଶ ଲୋକପ୍ରିୟତା ସାଉଁଟିଛନ୍ତି ।  ବର୍ତ୍ତମାନ ସେ ଜଣେ ସାଂସଦ (MP Ravi Kishan)। ଏହା ସହ ସେ କେତେକ ରିଏଲିଟି ଶୋ'ରେ ମଧ୍ୟ ଜଜ ସିଟିରେ ବସିଥିବା ଦେଖିବାକୁ ମିଳୁଛି। ନିକଟରେ ସେ ରଜତ୍ ଶର୍ମାଙ୍କ ଶୋ(Aap Ki Adalat) 'ଆପକି ଆଦାଲତ'କୁ ଯାଇଥିଲେ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Bhojpuri Actor Ravi Kishan Casting Couch: ଅଭିନେତା ରବି କିଶାନ (Actor Ravi Kishan)। ଭୋଜପୁରୀ,ସାଉଥ ଓ ବଲିଉଡ ସିନେମାର ଏକାଧିକ ଫିଲ୍ମରେ ଅଭିନୟ କରି ବେଶ ଲୋକପ୍ରିୟତା ସାଉଁଟିଛନ୍ତି ।  ବର୍ତ୍ତମାନ ସେ ଜଣେ ସାଂସଦ (MP Ravi Kishan)। ଏହା ସହ ସେ କେତେକ ରିଏଲିଟି ଶୋ'ରେ ମଧ୍ୟ ଜଜ ସିଟିରେ ବସିଥିବା ଦେଖିବାକୁ ମିଳୁଛି। ନିକଟରେ ସେ ରଜତ୍ ଶର୍ମାଙ୍କ ଶୋ(Aap Ki Adalat) 'ଆପକି ଆଦାଲତ'କୁ ଯାଇଥିଲେ। ସେଠାରେ ସେ ଏଭଳି କିଛି ଖୁଲାସା କରିଛନ୍ତି ଯେ,ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ସେ କହିଛନ୍ତି ସେ ବି ଦିନେ କାଷ୍ଟିଂ କାଉଚର (casting couch) ଶୀକାର ହୋଇଥିଲେ,ଏବଂ ସୌଭାଗ୍ୟସବତଃ ସେଭଳି ପରିସ୍ଥିତିରୁ ସେ ବର୍ତ୍ତି ଯାଇଥିଲେ । 

ସେ ଆହୁରୀ କହିଛନ୍ତି ଯେ, 'ଯେତେବେଳେ ମୁଁ ସିନେମା ଜଗତରେ ପାଦ ଥାପିଥିଲି ,ସେତେବେଳେ ମୁଁ ବହୁତ ସଂଘର୍ସ କରିଛି । ଏ-ପରିକି ସିନେମାରେ ଏକ ଛୋଟ ରୋଲ ପାଇବା ପାଇଁ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କୁ ବହୁତ ନେହୁରୁ ହୋଇଥିଲି, ଏପରିକି ସେ,ତାଙ୍କ ପାଖକୁ ଦୌଡି ଦୌଡି ଚପଲ ମଧ୍ୟ ଖଣ୍ତିଆ ହୋଇଯାଇଥିଲା, ସେତେବେଳେ ପାଖରେ ପଇସା ବହୁତ କମ୍ ଥାଏ, ସେହି ସମୟରେ ଜଣେ ଜଣାଶୁଣା ବଲିଉଡ଼( Bollywood) ଜଗତର ବ୍ୟକ୍ତି  ମୋତେ ତାଙ୍କ ଘରକୁ ରାତିରେ କଫି ପିଇବାକୁ ଡାକିଥିଲେ। କିନ୍ତୁ ସେହି ବ୍ୟକ୍ତିଙ୍କ ଏ-ଭଳି ପ୍ରସ୍ତାବକୁ ଏଡାଇ ପାରି ନଥିଲେ । ରାତିରେ କଫି ପିଇବା ପାଇଁ ଘରକୁ କ'ଣ ପାଇଁ ଡାକିଲେ ସେ ନେଇ ବହୁତ ଚିନ୍ତା କରିଥିଲି । ପରେ ମୋ- ବାପାଙ୍କ କଥା ମନେପଡିଥିଲା, ମୋତେ ମୋ ବାପା ଛୋଟବେଳୁ ଏଭଳି ଶିକ୍ଷା ଦେଇଥିଲେ ଯେ, ସଫଳତା ପାଇବା ପାଇଁ କଷ୍ଟ କରିବାକୁ ପଡେ, ସଟକଟ୍ ରାସ୍ତା ଦେଇଗଲେ ସେ ଅଳ୍ପଦିନ ପରେ ସେ ସଫଳତା ତମ ଠାରୁ ଦୂରେଇ ଯିବ  । ପରେ ଏହି ବିଷୟରେ ମୁଁ ବହୁତ ଦିନସାରା ଚିନ୍ତା କଲି ପରେ ତାଙ୍କର ତାଙ୍କ ଘରକୁ ଯାଇ ତାଙ୍କ ସହ କଫି ରାତିରେ ପିଇ ପାରିବିନି ବୋଲି ମନା କରିଦେଇଥିଲି ।  ଏଥିରେ ସେ ବ୍ୟକ୍ତି ଜଣକ ରାଗି ଯାଇଥିଲେ । କିନ୍ତୁ ସେହି ବ୍ୟକ୍ତିଙ୍କ ନାଁ ମୁଁ କହିବା  ଏବେ ସମ୍ଭବ ନୁହେଁ । କାରଣ ସେ ବ୍ୟକ୍ତି ବର୍ତ୍ତମାନ ବଲିଉଡର ଜଣେ ନାମୀଦାମୀ ଚେହେରା। 

Also Read : Weather Update: ଆଜି ରାଜ୍ୟରେ ଘଡ଼ଘଡି଼ ସହ ବର୍ଷା ସମ୍ଭାବନା ,୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Also Read : Prakash Raj: ଜାଣନ୍ତୁ କେତେ କୋଟିର ମାଲିକ ହେଉଛନ୍ତି ପ୍ରକାଶ ରାଜ? ଚଢନ୍ତି ଆମ୍ବାନୀଙ୍କ ଭଳି ଦାମୀ କାର୍

ରବି କିଶନଙ୍କ ଫିଲ୍ମ:
ରବି କିଶନ ପ୍ରଥମେ ୧୯୯୨ ମସିହାରେ ହିନ୍ଦୀ ଫିଲ୍ମ ପିଟମ୍ବରରେ(Pitambar) ବଲିଉଡ଼ରେ ଏଣ୍ଟ୍ରି ମାରିଥିଲେ। ଏହା ପରେ ବଲିଉଡକୁ ଦେଇଥିଲେ ଗୋଟିଏ ପରେ ଗୋଟିଏ ସୁପରହିଟ୍ ଫିଲ୍ମ। ତାଙ୍କୁ ଭୋଜପୁରୀ ସିନେମାର ସୁପରଷ୍ଟାର ବୋଲି କୁହାଯାଏ । ତାଙ୍କର କିଛି  ସୁପରହିଟ୍ ଫିଲ୍ମ ଗୁଡିକ ହେଲା  'ଆର୍ମି', 'ହେରା ଫେରି', 'ତେରେ ନାମ', 'ଲକ୍', 'ଏଜେଣ୍ଟ ବିନୋଦ', 'ମୁକ୍କାବାଜ'।  ଫିଲ୍ମ'ଲଭ୍ ୟୁ ଲୋକତନ୍ତ୍ରା'ରେ ତାଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା ​​ଏବଂ ନେଟଫ୍ଲିକ୍ସ ୱେବ୍ ସିରିଜ୍' ଖାକି:ଦ ବିହାର ଚାପ୍ଟର'ରେ ମଧ୍ୟ ସେ ଅଭିନୟ କରିଥିଲେ।