Anti Hijab Protests In Iran : ତେଜୁଛି ହିଜାବ ବିରୋଧି ଆନ୍ଦୋଳନ, ସମର୍ଥନ ଜଣାଇଲେ ଦେଶୀଗାର୍ଲ
Advertisement

Anti Hijab Protests In Iran : ତେଜୁଛି ହିଜାବ ବିରୋଧି ଆନ୍ଦୋଳନ, ସମର୍ଥନ ଜଣାଇଲେ ଦେଶୀଗାର୍ଲ

Priyanka Chopra : ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ।  ନିଜର ସୁନ୍ଦର ଚେହେରା ଓ  ଦମଦାର ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ହେଲେ ବର୍ତ୍ତମାନ ସେ  ଇରାନରେ ଚାଲିଥିବା ହିଜାବ ବିରୋଧ ଆନ୍ଦୋଳନକୁ ସମର୍ଥନ କରିଛନ୍ତି।

ସୌଜନ୍ୟ : ସୋସିଆଲ ମିଡିଆ

Priyanka Chopra : ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ।  ନିଜର ସୁନ୍ଦର ଚେହେରା ଓ  ଦମଦାର ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ହେଲେ ବର୍ତ୍ତମାନ ସେ  ଇରାନରେ ଚାଲିଥିବା ହିଜାବ ବିରୋଧ ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ଏନେଇ ଦେଶୀ ଗାର୍ଲ ସୋସିଆଲ ମିଡିଆରେ ଇରାନର ମହିଳାଙ୍କୁ ସମର୍ଥନ କରୁଥିବା ଦର୍ଶାଇ ଏକ ଲମ୍ବା ନୋଟ୍ ଲେଖିଛନ୍ତି । ସେ ଅନ୍ୟମାନଙ୍କୁ ମଧ୍ୟ ଆଗକୁ ଆସିବା ପାଇଁ ଅନୁରୋଧ କରିଛନ୍ତି । ମହସା ଅମିନୀଙ୍କ ମୃତ୍ୟୁକୁ ନେଇ ଇରାନୀୟ ମହିଳାଙ୍କ ବିରୋଧକୁ ପ୍ରିୟଙ୍କା ଚୋପ୍ରା ସମର୍ଥନ କରିଛନ୍ତି । 

ପ୍ରିୟଙ୍କା ଇନଷ୍ଟାଗ୍ରାମରେ ଏକ ଲମ୍ବା ନୋଟ୍ ଲେଖି କହିଛନ୍ତି, "ଇରାନ ତଥା ବିଶ୍ବର ମହିଳାମାନେ ଠିଆ ହୋଇ ସ୍ୱର ଉତ୍ତୋଳନ କରୁଛନ୍ତି, ସର୍ବସାଧାରଣରେ କେଶ କାଟୁଛନ୍ତି ଏବଂ ମହସା ଅମିନୀଙ୍କୁ ବିରୋଧ କରୁଛନ୍ତି । ଯାହାଙ୍କ ଜୀବନକୁ ଇରାନ ପୋଲିସ ଅତି ନିର୍ଦ୍ଦୟ ଭାବରେ ଛଡ଼ାଇ ନେଇଛି । ତାଙ୍କ ହିଜାବକୁ ଭୁଲ୍ ତରିକାରେ ପିନ୍ଧିବା ପାଇଁ ଏହା କରାଯାଇଥିଲା । ନୀରବତା ପରେ ଜବରଦସ୍ତ କଥାବାର୍ତ୍ତା କରୁଥିବା ସ୍ୱର ଗୁଡ଼ିକ ଆଗ୍ନେୟଗିରି ପରି ବିସ୍ଫୋରଣ ହୁଏ ଏବଂ ସେ ଅଟକିବ ହେବ ନାହିଁ କି ଦବିବ ନାହିଁ।  ମୋତେ ଆପଣଙ୍କ ସାହସ ଏବଂ ଆପଣଙ୍କ ଉଦ୍ଦେଶ୍ୟ ଆଶ୍ଚର୍ଯ୍ୟ କରିଛି । କାହାକୁ ଚ୍ୟାଲେଞ୍ଜ କରିବା ଏବଂ ନିଜ ଅଧିକାର ପାଇଁ ଲଢିବା ପାଇଁ, ନିଜ ଜୀବନକୁ ବିପଦରେ ପକାଇବା ସହଜ ନୁହେଁ । କିନ୍ତୁ, ଆପଣ ସାହସୀ ମହିଳା, ଯାହା ହେଉନା କାହିଁକି ପ୍ରତିଦିନ ଏହା କରୁଛନ୍ତି । ବିକ୍ଷୋଭକାରୀଙ୍କ କ୍ରନ୍ଦନ ଶୁଣିବା ଏବଂ ସେମାନଙ୍କ ସମସ୍ୟା ବୁଝିବା ପାଇଁ ପ୍ରିୟଙ୍କା ଅଧିକାରୀ ଏବଂ କ୍ଷମତାରେ ଥିବା ଲୋକଙ୍କୁ ଅନୁରୋଧ କରିଥିଲେ ” ।  ଇରାନ୍‌ର ୨୨ ବର୍ଷୀୟା ମହସା ଅମିନୀ  (Mahsa Amini)। ସେ ହିଜାବ ପିନ୍ଧିନଥିବାରୁ ତାଙ୍କୁ ଇରାନ୍‌ ପୋଲିସ ଗିରଫ କରିଥିଲା । କିଛି ରିପୋର୍ଟରେ କୁହାଯାଇଛି ଯେ ଅମିନୀଙ୍କୁ ଗିରଫ କରାଯିବା ପରେ ସେ କୋମାକୁ ଚାଲିଯାଇଥିଲେ ଏହାପରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଅନ୍ୟପକ୍ଷରେ ଅମିନୀ ହିଜାବ ପିନ୍ଧି ନ ଥିବାରୁ ପୋଲିସ ତାଙ୍କୁ ଶାରୀରିକ ନିର୍ଯାତନା ଦେଇଥିଲା, ଯେଉଁ କାରଣରୁ ମୁଣ୍ଡରେ ଆଘାତ ଲାଗି ଡାକ୍ତରଖାନାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ଅନେକ ସୋସିଆଲ ମିଡିଆ ୟୁଜର୍ସ ଦାବି କରିଛନ୍ତି । 

ଏହାକୁ ପଢନ୍ତୁ : Goodbye movie review: ପରଦାକୁ ଆସିଲା ଫିଲ୍ମ 'ଗୁଡବାଏ', ଟିକଟ୍ ଦରକୁ ନେଇ ବଡ ଖୁଲାସା କଲେ ବିଗ୍ ବି

 

 
 
 
 

 
 
 
 
 
 
 
 
 
 
 

A post shared by Priyanka (@priyankachopra)

ପୋଲିସର ସୂଚନା ଅନୁସାରେ, ଅମିନୀଙ୍କୁ ଗିରଫ କରାଯିବା ପରେ ଅସୁସ୍ଥ ହୋଇପଡିଥିଲେ, ଯାହାଫଳରେ ତାଙ୍କ ମୃତ୍ୟୁ ଘଟିଥିଲା। ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଭିଡିଓ ଅନୁଯାୟୀ, ମହସା ଅମିନୀଙ୍କ ମୃତ୍ୟୁ ପରେ ଅନେକ ମହିଳା ମୁଣ୍ଡରୁ ହିଜାବ ବାହାର କରି ବିରୋଧ ଆରମ୍ଭ କରିଛନ୍ତି । ମହସା ଅମିନୀଙ୍କ ମୃତ୍ୟୁ ସମଗ୍ର ତେହେରାନରେ ରହୁଥିବା ମହିଳାଙ୍କୁ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ କରିଛି । ବହୁ ସଂଖ୍ୟାରେ ମହିଳାମାନେ ଦେଶର ‘ଡ୍ରେସ୍ କୋଡ୍’ ଆଇନକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସରକାର ବିରୋଧୀ ନାରା ମଧ୍ୟ ଦେଇଛନ୍ତି ।