Ram Setu Film : ରାମସେତୁର Teaser ରିଲିଜ୍ , ଏହି ଦିନ ପରଦାକୁ ଆସିବ ଫିଲ୍ମ
Advertisement
Article Detail0/zeeodisha/odisha1368569

Ram Setu Film : ରାମସେତୁର Teaser ରିଲିଜ୍ , ଏହି ଦିନ ପରଦାକୁ ଆସିବ ଫିଲ୍ମ

Ram Setu film : ଆଗକୁ ଆସୁଛି ଅକ୍ଷୟ କୁମାରଙ୍କ ଫିଲ୍ମ ରାମସେତୁ (Ram Setu film)। ଆକ୍ସନ ଓ ଆଡଭେଞ୍ଚର ଫିଲ୍ମର ଟିଜର ଆଜି ରିଲିଜ ହୋଇଛି । 

ସୌଜନ୍ୟ : ସୋସିଆଲ ମିଡିଆ

Ram Setu film : ଆଗକୁ ଆସୁଛି ଅକ୍ଷୟ କୁମାରଙ୍କ ଫିଲ୍ମ ରାମସେତୁ (Ram Setu film)। ଆକ୍ସନ ଓ ଆଡଭେଞ୍ଚର ଭରା ଫିଲ୍ମର ଟିଜର ଆଜି ରିଲିଜ ହୋଇଛି । ଫିଲ୍ମର ଟିଜରରେ ଅକ୍ଷୟ କୁମାର ଜଣେ ପ୍ରତ୍ନତତ୍ତ୍ୱବିତ୍ ଭୂମିକାରେ ଅଭିନୟ କରିଛନ୍ତି।  ରାମ ସେତୁର ଆବିଷ୍କାର ଓ ବଞ୍ଚାଇବା ପାଇଁ ସେ ପାଣି ଭିତରକୁ ଯାଉଥିବା ଦେଖିବାକୁ ମିଳିଛି। ଟିଜରଟି ଦର୍ଶକଙ୍କୁ ଖୁବ ପସନ୍ଦ ମଧ୍ୟ ଆସିଛି। ତେବେ,ଏହି ଅବସରରେ ସେ ଫିଲ୍ମର ରିଲିଜ ତାରିଖ ମଧ୍ୟ ଘୋଷଣା କରିଛନ୍ତି। 

ଆସନ୍ତା ମାସ ୨୫ ତାରିଖରେ ଫିଲ୍ମ ରାମସେତୁ(Ram Setu) ପରଦାକୁ ଆସିବ । ସେ ଏ ଫିଲ୍ମରେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଡିଜ୍ (Jacqueline Fernandez) ଙ୍କ ସହ ନଜର ଆସିବେ। ଦିଓ୍ବାଲୀ ସମୟରେ ଫିଲ୍ମଟି ରିଲିଜ୍ ହେଉଥିବାରୁ ବକ୍ସ ଅଫିସରେ ଭଲ ରୋଜଗାର କରିବ ବୋଲି ଆଶା କରାଯାଇଛି। ଫିଲ୍ମର ନିର୍ଦ୍ଦେଶକ ଅଭିଶେକ ଶର୍ମା ରହିଥିବା ବେଳେ ନିର୍ମାତା ରହିଛନ୍ତି ଅରୁଣ ଭାଟିଆ ଓ ବିକ୍ରମ ମଲହୋତ୍ରା ।  ଫିଲ୍ମରେ ଅକ୍ଷୟ କୁମାରଙ୍କ ବ୍ୟତିତ ଜ୍ୟାକଲିନ୍ ,ନୁସରତ ଭାରୁଚା(Nushrratt Bharuccha) ,ସତ୍ୟଦେବ ଓ ଅଜୟ ଲାବୋ ମଧ୍ୟ ନଜର ଆସିବେ। 

ଏହି ଚଳଚ୍ଚିତ୍ରଟି ଓଟି, ଦାମନ ଏବଂ ଡିୟୁ ଏବଂ ମୁମ୍ବାଇ ନିକଟରେ ସୁଟିଂ କରାଯାଇଛି। ରାମ ସେଥୁ ବାସ୍ତବରେ ପାମ୍ବନ୍ ଦ୍ୱୀପ ମଧ୍ୟରେ ତାମିଲନାଡୁର ଦକ୍ଷିଣ-ପୂର୍ବ ଉପକୂଳରେ ଥିବା ରମେଶ୍ୱରମ୍ ଦ୍ୱୀପ ଏବଂ ଶ୍ରୀଲଙ୍କାର ଉତ୍ତର-ପଶ୍ଚିମ ଉପକୂଳବର୍ତ୍ତୀ ମନ୍ନାର ଦ୍ୱୀପ ମଧ୍ୟରେ ଚୂନ ପଥର ଶୋଲର ଏକ ଶୃଙ୍ଖଳା । ରାମାୟଣଙ୍କ ଅନୁଯାୟୀ, ରାମଙ୍କ ପତ୍ନୀ ସୀତାଙ୍କୁ ଉଦ୍ଧାର କରିବା ପାଇଁ ଲଙ୍କାରେ ପହଞ୍ଚିବା ପାଇଁ ପ୍ରଭୁ ରାମଙ୍କ ସୌନ୍ୟବାହିନୀ ଦ୍ୱାରା ନିର୍ମିତ ଏକ ସେତୁ।

ଗତ କିଛି ଦିନ ତଳେ ରାମସେତୁକୁ ନେଇ ବିବାଦ ଦେଖାଦେଇଥିଲା। ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀଙ୍କ ଅଭିଯୋଗ ଅନୁସାରେ ଫିଲ୍ମରେ ଭୁଲ ତଥ୍ୟ ଦର୍ଶାଯାଇଛି । ଯେଉଁଥି ପାଇଁ ସେ ଅଭିନେତା ଅକ୍ଷୟ କୁମାର ଏବଂ ତାଙ୍କ ଟିମ ଦାୟୀ କରିଛନ୍ତି । ଏ ନେଇ ଟ୍ୱିଟ୍ କରି ସୂଚାନା ଦେବା ସହ ଅକ୍ଷୟ ଓ ତାଙ୍କ ଟିମକୁ ସମାଲୋଚନା ମଧ୍ୟ କରିଥିଲେ । 

ଏହାବି ପଢନ୍ତୁ : Khatron Ke Khiladi 12 : ଟ୍ରଫି ହାତେଇଲେ ତୁଷାର, ମଞ୍ଚରେ ହୋଇଗଲେ ଭାବ ବିହ୍ବଳ, ଆଉ କହିଲେ...

 

ସେହିପରି ଆଗାମୀ ଦିନରେ ଫିଲ୍ମ ବଡେ ମିଆଁ ଛୋଟେ ମିଆଁ (Bade Miyan Chote Miyan )ରେ ସେ ଟାଇଗଲ ସରାଫଙ୍କ ସହ ନଜର ଆସିବେ। ତାଙ୍କ ପାଖରେ ଗୋରଖା(Gorkha) ଚଳଚ୍ଚିତ୍ର ମଧ୍ୟ ଅଛି । ଚଳିତ ବର୍ଷ ତାଙ୍କ ଫିଲ୍ମ(Samrat Prithviraj) ସମ୍ରାଟ ପୃଥ୍ବୀରାଜ୍  ରିଲିଜ୍ ହୋଇଥିଲା। ଚଳିତ ବର୍ଷ ଜୁନ୍ ୨ରେ ପରଦାକୁ ଆସିଥିଲା।  ଫିଲ୍ମର ବଜେଟ ୧୫୦ ୩୦୦ କୋଟି ରହିଥିଲା । ଫିଲ୍ମଟି ବକ୍ସ ଅଫିସରେ ୯୦.୩୨ କୋଟି ରୋଜଗାର କରିଥିଲା। ଫିଲ୍ମରେ ଅକ୍ଷୟଙ୍କ ସହ ନାୟିକା ଭୂମିକାରେ ନଜର ଆସିଥିଲେ ୨୦୧୭ର ମିସ୍ ୱାଲର୍ଡ ମାନୁସୀ ଚ୍ଛିଲ୍ଲର୍ (Manushi Chhillar) । ଯାହା  ଏକ ଐତିହାସିକ କାହାଣୀ ଉପରେ ଆଧାରିତ ହୋଇଥିଲା ।