ମିଥୁନ ଦା'ଙ୍କ ପେଟରେ ଷ୍ଟୋନ୍, ପୁଅ କଲେ ଖୁଲାସା
Advertisement
Article Detail0/zeeodisha/odisha1171647

ମିଥୁନ ଦା'ଙ୍କ ପେଟରେ ଷ୍ଟୋନ୍, ପୁଅ କଲେ ଖୁଲାସା

ବଲିଉଡ୍ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ସେ ହସ୍ପିଟାଲ ବେଡ଼ରେ ବେହୋସ୍ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳୁଛି ।

ସୌ- ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ବଲିଉଡର ଭେଟେରାନ ଅଭିନେତା ମିଥୁନ୍ ଚକ୍ରବର୍ତ୍ତୀ । ମିଥୁନଙ୍କର ଏମିତି ଏକ ଫୋଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହା ତାଙ୍କ ଫ୍ୟାନ୍ସଙ୍କ ସମେତ ସମସ୍ତ ସିନେ ପ୍ରେମୀଙ୍କୁ ବ୍ୟଥିତ କରିଛି । ଭାଇରାଲ ଫଟୋରେ ଦେଖିବାକୁ ମିଳୁଛି ଯେ, ମିଥୁନ ହସ୍ପିଟାଲ ବେଡରେ ବେହୋସ୍ ଅବସ୍ଥାରେ ଶୋଇଛନ୍ତି ।  ଏହି ଫଟୋଟି ଲୋକ ଲୋଚନକୁ ଆସିବା ପରେ ଗଣମାଧ୍ୟମ ଠାରୁ ଆରମ୍ଭ କରି ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ଲୋକଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଅଭିନେତାଙ୍କ ପୁଅ ମିମୋ ଚକ୍ରବର୍ତ୍ତୀ ଏହି ଭାରରାଲ ଫୋଟର ସତ୍ୟତା କହିଛନ୍ତି।

ମିଥୁନ ଚକ୍ରବର୍ତ୍ତୀ (Mithun Chakraborty) ଙ୍କ ଭାଇରାଲ ଫଟୋଟିକୁ ଦେଖି ଲୋକେ ଯେତିକି ବ୍ୟସ୍ତ ହେଉଛନ୍ତି, ଏହା ପ୍ରକୃତରେ ସେତିକି ଗମ୍ଭୀର ନୁହେଁ । କାରଣ ୭୧ ବର୍ଷିୟ ମିଥୁନଙ୍କର ଏହି ଫଟୋ ଏବେକାର ନୁହେଁ ବରଂ ଏହା ଏକ ପୁରୁଣା ଫଟୋ । ଯାହାର ସତ୍ୟତା କ'ଣ ସେ ସମ୍ପର୍କରେ ମିଥୁନଙ୍କ ପୁଅ ମିମୋ ସୂଚନା ଦେଇଛନ୍ତି । ମିମୋ କହିଛନ୍ତି 'ଭଗବାନଙ୍କ ଦୟାରୁ ବାପା ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ତାଙ୍କ କିଡନୀରେ ଷ୍ଟୋନ୍ (ପଥରୀ) ସମସ୍ୟାକୁ ନେଇ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ମିଥୁନ ଚିକିତ୍ସିତ ହେଉଥିଲେ । ଏବେ ସେଠାରୁ ଡିସଚାର୍ଜ ହୋଇସାରିଛନ୍ତି ।

Also Read: ଟିଭି ପରଦାକୁ ଫେରୁଛି କଫି ୱିଥ କରନ; ପ୍ରଥମ ଏପିସୋଡରେ ସାମିଲ ହେବେ ରଣବୀର-ଆଲିଆ !

କିଛି ଦିନ ପୂର୍ବେ ଅଭିନେତାରୁ ରାଜନେତା ପାଲଟିଥିବା ମିଥୁନଙ୍କ ପେଟ ଦରଜ ହୋଇଥିଲା। ତାଙ୍କ ଠାରେ କିଡନୀ ରୋଗର ଲକ୍ଷଣ ମଧ୍ୟ ଦେଖାଯାଉଥିଲା। ତେଣୁ ତାଙ୍କୁ ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସ୍ୱାସ୍ଥ୍ୟ ପରୀକ୍ଷା ବେଳେ ଜଣା ପଡିଲା ଯେ, ମିଥୁନଙ୍କ କିଡନୀରେ ଷ୍ଟୋନ ହୋଇଛି। ସେଠାରେ ତାଙ୍କର ଚିକିତ୍ସା କରାଯାଇଛି। ତେବେ ମିଥୁନଙ୍କ ଅସ୍ତ୍ରୋପଚାର ହୋଇଛି ନା ନାହିଁ ସେ ବାବାଦରେ କୌଣସି ସୂଚନା ମିଳିପାରି ନାହିଁ। ଆଉ ଅଭିନେତା ଭାଇରାଲ ଫଟୋଟିକୁ ଦେଖିବା ପରେ ଲୋକେ ମିଥୁନଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ତାଙ୍କ ଶିଘ୍ର ଆରୋଗ୍ୟ କାମନା କରିଛନ୍ତି। 

ସୂଚନା ଯୋଗ୍ୟ, ୯୦ ଦଶକରେ ମିଥୁନ୍ ଖୁବ ଲୋକପ୍ରିୟ ତଥା ଖୁବ ଚାର୍ମିଂ ହିରୋ ଥିଲେ । ତାଙ୍କ ଅଭିନୟର ଯାଦୁ ଆଜି ବି ସିନେମା ଘରେ ଦେଖିବାକୁ ମିଳେ । ନିକଟରେ ମିଥୁନ ଚକ୍ରବର୍ତ୍ତୀ ବିବେକ ଅଗ୍ନିହୋତ୍ରୀଙ୍କ 'ଦି କାଶ୍ମୀର ଫାଇଲ୍ସ'  ଚଳଚ୍ଚିତ୍ରରେ ନଜର ଆସିଥିଲେ । ଯେଉଁ ଚଳଚ୍ଚିତ୍ରକୁ ଦର୍ଶକ ତାଙ୍କୁ ଢେର ସାରା ଭଲ ପାଇବା ଦେଇଥିଲେ । ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ମିଥୁନ ବିଜେପିରେ ଯୋଗ ଦେଇଛନ୍ତି। ସେଠାରେ ଏକ ନିର୍ବାଚନ ରାଲିରେ ସେ ନିଜକୁ ଗୋଖର ବୋଲି ସମ୍ବୋଧନ କରିବା ସହ ଦଂଶି ଦେବି ବୋଲି କହିଥିଲେ। ଆଉ ମିଥୁନଙ୍କ ଏହି ଡାଇଲଗକୁ ନେଇ ସେତେବେଳେ ଖୁବ ଚର୍ଚ୍ଚା ହେଉଥିଲା।