Salaar Star Cast Fees: ସଲାର ଫିଲ୍ମ ପାଇଁ କିଏ କରିଛି କେତେ ଡିମାଣ୍ଡ, ଆଶ୍ଚର୍ଯ୍ୟ କରିବ ପ୍ରଭାସ ଓ ଶ୍ରୃତି ହସାନଙ୍କ ଫି
Advertisement
Article Detail0/zeeodisha/odisha2018499

Salaar Star Cast Fees: ସଲାର ଫିଲ୍ମ ପାଇଁ କିଏ କରିଛି କେତେ ଡିମାଣ୍ଡ, ଆଶ୍ଚର୍ଯ୍ୟ କରିବ ପ୍ରଭାସ ଓ ଶ୍ରୃତି ହସାନଙ୍କ ଫି

Salaar Star Cast Fees: ୨୨ ଡିସେମ୍ବରରେ ରିଲିଜ ହେବାକୁ ଯାଉଛି ଫିଲ୍ମ ସଲାର। ଏହି ଫିଲ୍ମ ତାମିଲ୍, ତେଲୁଗୁ, କନ୍ନଡ, ମଲାୟଲମ ଓ ହିନ୍ଦୀ ଭାଷାରେ ରିଲିଜ ହେବ। ତେବେ ଆସନ୍ତୁ ଜାଣିବା ଏହି ଫିଲ୍ମରେ ଅଭିନୟ କରିଥିବା ଅଭିନେତା ପ୍ରଭାସ, ପୃଥ୍ୱୀରାଜ ସୁକୁମାରନ୍, ଜଗପତି ବାବୁ, ଅଭିନେତ୍ରୀ ଶ୍ରୁତି ହସାନଙ୍କ ସମେତ ନିର୍ଦ୍ଦେଶକ ପ୍ରଶାନ୍ଥ ନିଲ୍ କେତେ ଟଙ୍କା ନେଇଛନ୍ତି। 

 

Salaar Star Cast Fees: ସଲାର ଫିଲ୍ମ ପାଇଁ କିଏ କରିଛି କେତେ ଡିମାଣ୍ଡ, ଆଶ୍ଚର୍ଯ୍ୟ କରିବ ପ୍ରଭାସ ଓ ଶ୍ରୃତି ହସାନଙ୍କ ଫି

Salaar Star Cast Fees: ଆଉ ତିନିଦିନ ପରେ ପରଦାରେ ରିଲିଜ ହେବ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ଫିଲ୍ମ ସଲାର । ଅର୍ଥାତ୍ ଡିସେମ୍ବର ୨୨ ରେ ସଲାର ରିଲିଜ ହେବାକୁ ଯାଉଛି । ଆଉ ଏହି ଫିଲ୍ମର ରିଲିଜକୁ ଚାତକ ପରି ଚାହିଁ ରହିଛନ୍ତି ପ୍ରଭାସଙ୍କ ଫ୍ୟାନ୍ସ।  ଯାହାକୁ ନେଇ ଦୁଇଦିନ ତଳୁ ଆଡଭାନ୍ସ ବୁକିଂ ମଧ୍ୟ ଆରମ୍ଭ ହୋଇଯାଇଛି। ତେବେ ସମୀକ୍ଷକଙ୍କ କହିବା କଥା ଫିଲ୍ମଟି ଭଲ ଇନକମ କରିପାରେ। ସଲାର-ପାର୍ଟ ୱାନ ସିଜ୍ ଫାୟାର ଏକ ବଡ଼ ବଜେଟ ପାନ ଇଣ୍ଡିଆ ଫିଲ୍ମ। ତେଣୁ କରି ଏଥିରେ ଅଭିନୟ କରିଥିବା ଅଭିନେତା, ଓ ଅଭିନେତ୍ରୀ ମୋଟା ଅଙ୍କର ଫିସ୍ ଦାବି କରିଛନ୍ତି। ତେବେ ଆସନ୍ତୁ ଜାଣିବା ଏହି ଫିଲ୍ମରେ ଅଭିନୟ କରିଥିବା ଅଭିନେତା ପ୍ରଭାସ, ପୃଥ୍ୱୀରାଜ ସୁକୁମାରନ୍, ଜଗପତି ବାବୁ, ଅଭିନେତ୍ରୀ ଶ୍ରୁତି ହସାନଙ୍କ ସମେତ ନିର୍ଦ୍ଦେଶକ ପ୍ରଶାନ୍ଥ ନିଲ୍ କେତେ ଟଙ୍କା ନେଇଛନ୍ତି। 

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଫିଲ୍ମ ସଲାର (Film Salaar) ପାଇଁ ମୁଖ୍ୟ ଭୂମିକାରେ ଥିବା ଅଭିନେତା ପ୍ରଭାସ ୧୦୦ କୋଟି ଟଙ୍କା ଚାର୍ଜ କରିଛନ୍ତି । ଏହାସହ ୪୦୦ କୋଟି ଟଙ୍କାରେ ନିର୍ମିତ ଏହି ଫିଲ୍ମରେ ପ୍ରଭାସ ୧୦୦ କୋଟି ଟଙ୍କା ସହ ପ୍ରଫିଟ୍ ସେୟାର ମଧ୍ୟ ଡିମାଣ୍ଡ କରିଛନ୍ତି। ଏହି ପ୍ରଫିଟ୍ ବାବଦକୁ ସେ ୧୦ ପ୍ରତିଶତ ଟାର୍ଜ କରିଛନ୍ତି। ଏଠାରେ କହିରଖୁଛୁ ଯେ, ପ୍ରଭାସ ସଲାର ଫିଲ୍ମ ପରେ ଦୀପିକା ପାଦୁକୋନ୍, କମଲ ହାସନ ଓ ଅମିତାଭ ବଚ୍ଚନଙ୍କ ସହ ଫିଲ୍ମ କଲକି ୨୮୯୮ ରେ ନଜର ଆସିବେ। କଲକି ବି ପାନ୍ ଇଣ୍ଡିଆ ରିଲିଜର ଏକ ବଡ ବଜେଟ ଫିଲ୍ମ। 

ପୃଥ୍ୱୀରାଜ, ଶ୍ରୁତି ହସାନ ଓ ଜଗପତି ବାବୁଙ୍କ ଫିସ୍ (Salaar Star Cast Fees)
ଅଭିନେତା ପ୍ରଭାସଙ୍କ ପରେ ଅଭିନେତା ପୃଥ୍ୱୀରାଜ ସୁକୁମାରନ୍ ମଧ୍ୟ ଫିଲ୍ମର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଜୀ ନ୍ୟୁଜ ର ଏକ ରିପୋର୍ଟ ଅନୁଯାୟୀ, ସଲାର ଫିଲ୍ମ ପାଇଁ ୪ କୋଟି ଟଙ୍କା ଡିମାଣ୍ଡ କରିଛନ୍ତି ପୃଥ୍ୱୀରାଜ ସୁକୁମାରନ୍। ସେହିପରି ଫିଲ୍ମରେ ଶ୍ରୁତି ହସାନ, ପ୍ରଭାସଙ୍କ ସହ ସ୍କ୍ରିନ ସେୟାର କରିବେ । କୁହାଯାଉଛି ଯେ, ଶ୍ରୁତିଙ୍କୁ ଏହି ଫିଲ୍ମ ପାଇଁ ୮ କୋଟି ଟଙ୍କା ଅଫର କରାଯାଇଛି। ଅନ୍ୟପଟେ ଭେଟେରାନ ଅଭିନେତା ଜଗପତି ବାବୁ ୪ କୋଟି ଟଙ୍କା ଡିମାଣ୍ଡ କରିଥିବା ସୂଚନା ରହିଛି। 

ଡିରେକ୍ଟର ପ୍ରଶାନ୍ଥ ନେଇଛନ୍ତି କେତେ ଟଙ୍କା? (Prashanth Neel Fees)
ଏହି ହାଇ ବଜେଟ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଡିରେକ୍ଟର ପ୍ରଶାନ୍ଥ ନିଲ୍ । ଯିଏ ଏହା ପୂର୍ବରୁ କେଜିଏଫ (KGF) ଓ କେଜିଏଫ ଚାପ୍ଟର ୨ (KGF Chapter 2) ର ରିଲିଜ ପରେ ବେଶ ଫେମସ ହୋଇଥିଲେ। ତେବେ କୁହାଯାଉଛି ଯେ, ପ୍ରଶାନ୍ଥ ନିଲ୍ କେଜିଏଫ ୩ ମଧ୍ୟ ଆଣିବାକୁ ଯାଉଛନ୍ତି । ସେହିପରି ମିଡିଆ ରିପୋର୍ଟ ଅନୁଯାୟୀ, ସଲାର-ପାର୍ଟ ୱାନ ସିଜ୍ ଫାୟାର ଫିଲ୍ମ ପାଇଁ ପ୍ରଶାନ୍ଥ ନିଲ୍ ୫୦ କୋଟି ଟଙ୍କା ନେଇଛନ୍ତି। ଆଉ ଏହି ଫିଲ୍ମ ୨୨ ଡିସେମ୍ବରରେ ରିଲିଜ ହେବାକୁ ଥିବା ବେଳେ ଏହାକୁ ଟକ୍କର ଦେବ ବଲିଉଡର କିଙ୍ଗଖାନ ଶାହାରୁଖଙ୍କ ଫିଲ୍ମ 'ଡନ୍ କୀ'।

Also Read: 

Pushpa Film: ଅଲ୍ଲୁଙ୍କ ସାଙ୍ଗ କେଶବାକୁ ବେଲ୍ ରେ ଆଣିବାକୁ ପ୍ରଡ୍ୟୁସର ଖର୍ଚ୍ଚ କଲେ...