Advertisement
Article Detail0/zeeodisha/odisha2011240
Zee OdishaOdisha EntertainmentSara Khan Breakup: ସାରାଙ୍କ ଜୀବନରୁ ପ୍ରେମିକଙ୍କ ବିଦାୟ, ହୋଇଥାନ୍ତା ବାହାଘର...

Sara Khan Breakup: ସାରାଙ୍କ ଜୀବନରୁ ପ୍ରେମିକଙ୍କ ବିଦାୟ, ହୋଇଥାନ୍ତା ବାହାଘର...

Sara Khan Breakup: ଦୀର୍ଘ ଦିନର ଡେଟିଂ ପରେ ସାରାଙ୍କ ଜୀବନରୁ ଆଉଟ୍ ହୋଇଛନ୍ତି ପ୍ରେମିକ ଶାନ୍ତନୁ ରାଜେ । ଏ ବିଷୟରେ ସାରା ନିଜ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହିତ ସେୟାର କରିଛନ୍ତି ।

Sara Khan Breakup: ସାରାଙ୍କ ଜୀବନରୁ ପ୍ରେମିକଙ୍କ ବିଦାୟ, ହୋଇଥାନ୍ତା ବାହାଘର...

Sara Khan Breakup: ଟିଭି ସିରିଏଲ ମାଧ୍ୟମରେ ଦେଶର ପ୍ରତ୍ୟକ କୋଣ ଅନୁକୋଣରେ ବେଶ୍ ପରିଚିତ ହୋଇଥିଲେ ଅଭିନେତ୍ରୀ ସାରା ଖାନ । ପରେ ସାରା ନିଜ ବ୍ୟକ୍ତିଗତ କଥାକୁ ନେଇ ପ୍ରଶଂସକଙ୍କ ଗହଣରେ ଚର୍ଚ୍ଚାର ପାତ୍ର ହୋଇଥିଲେ । ବର୍ତ୍ତମାନ ଆଉ ଏକ ଘଟଣାକୁ ନେଇ ସାରା ଖୁବ୍ ଚର୍ଚ୍ଚାରେ । ଜାତୀୟ ଗଣମାଧ୍ୟମରେ ମଧ୍ୟ ଏନେଇ ଖବର ପ୍ରକାଶିତ ହୋଇଛି । ତାହା ହେଉଛି ଦୀର୍ଘ ଦିନର ଡେଟିଂ ପରେ ସାରାଙ୍କ ଜୀବନରୁ ଆଉଟ୍ ହୋଇଛନ୍ତି ପ୍ରେମିକ ଶାନ୍ତନୁ ରାଜେ (shantanu raje) । ଏ ବିଷୟରେ ସାରା ନିଜ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ସହିତ ସେୟାର କରିଛନ୍ତି ।

ବିଗ୍ ବସର ପୂର୍ବତନ ପ୍ରତିଯୋଗୀ ସାରା ଖାନ୍ ବର୍ତ୍ତମାନ ଟେଲିଭିଜନ କିମ୍ୱା ସିନେମାରେ ଆକ୍ଟିଭ୍ ନାହାନ୍ତି ସତ କିନ୍ତୁ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ଥିବା ଦେଖିବାକୁ ମିଳୁଛି । ଅନେକ ରିଲ୍ସ ସେୟାର କରି ନିଜ ପ୍ରଶଂସକଙ୍କ ହୃଦୟ ଜିତୁଛନ୍ତି ସାରା । ୨୦୦୭ ମସିହାରେ ଟିଭି ସିରିଏଲରେ କ୍ୟାରିଅର ଆରମ୍ଭ କରିଥିବା ସାରାଙ୍କ ଅପକମିଂ ପ୍ରୋଜେକ୍ଟ କଣ ଆସୁଛି ସେନେଇ କୌଣସି ସୂଚନା ଦେଇନାହାନ୍ତି ।

ଜାତୀୟ ଟିଭି ଚ୍ୟାନେଲରେ ବିବାହ କରିବା ପରେ ସାରା ଅଲି ଖାନ ଅଧିକ ଲୋକଲୋଚନକୁ ଆସିଥିଲେ। କିନ୍ତୁ ବିଡମ୍ୱନାର ବିଷୟ ସେ ସମ୍ପର୍କ ବେଶି ଦିନ ତିଷ୍ଠିଲା ନାହିଁ । ତେବେ ବର୍ତ୍ତମାନ ପୁଣିଥରେ ସାରା ନିଜ ଲଭ୍ ଲାଇଫ୍ (Love life) ପାଇଁ ଚର୍ଚ୍ଚାରେ ଅଛନ୍ତି । କାରଣ ତିନି ବର୍ଷର ସମ୍ପର୍କରେ ପୂର୍ଣ୍ଣଛେଦ ପଡିଛି । ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସାରା ଶାନ୍ତନୁଙ୍କ ସହିତ ବ୍ରେକଅପ୍ ହେବାର କାରଣ ବିଷୟରେ ଜଣାଇଛନ୍ତି ।

Add Zee News as a Preferred Source

ସାରା ଖାନ ନିଜ ଇନଷ୍ଟାଗ୍ରାମ ପେଜରେ ଶାନ୍ତନୁ ରାଜେଙ୍କ ସହ ଅନେକ ଫଟୋ ଏବଂ ରିଲ୍ସ ସେୟାର କରିଛନ୍ତି। ଉକ୍ତ ରିଲ୍ସ ଓ ଫଟୋ ଗୁଡିକରେ ପ୍ରଶଂସକମାନେ ଅନେକ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ଯଦି ସୁତ୍ରକୁ ବିଶ୍ୱାସ କରାଯାଏ ତେବେ ଏହି ଯୋଡି ୩ ବର୍ଷ ଡେଟ୍ କରିବା ପରେ ୨୦୨୩ ଅର୍ଥାତ ଚଳିତ ବର୍ଷ ବିବାହ କରିବାକୁ ପ୍ଲାନିଂ କରିଥିଲେ ।

ବର୍ତ୍ତମାନ ସାରା ନିଜ ପୋଷ୍ଟରେ ଲେଖିଛନ୍ତି ଯେ, ଉଭୟଙ୍କ ସମ୍ମତି ଏବଂ ବୁଝାବଣା ସହିତ ଆମେ ଅଲଗା ହୋଇ ଜୀବନ ବିତାଇବାକୁ ନିଷ୍ପତ୍ତି ନେଇଛୁ । ଆମେ ଦୁହେଁ ପରସ୍ପରକୁ ଖୁବ ସମ୍ମାନ କରୁ ।

ଆପଣଙ୍କୁ କହିରଖୁଛୁ ଯେ, ସାରା ୨୦୧୦ ମସିହାରେ ବିଗ୍ ବସ୍ ସିଜନ ୪ରେ ଡିଜେ ଅଲି ମର୍ଚାଣ୍ଟଙ୍କ ସହିତ ସମ୍ପର୍କ ସ୍ଥାପନ କରିଥିଲେ । ଉଭୟେ କିଛି ମାସ ମିଳାମିଶା କରିବା ପରେ ୨୦୧୧ ମସିହାରେ କୌଣସି କାରଣରୁ ଅଲଗା ହୋଇଯାଇଥିଲେ । 

Also Read- ଜନ୍ମଦିନରେ ଅସୁସ୍ଥ ହେଲେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ, ଘରୋଇ ହସପିଟାଲରେ ଭର୍ତ୍ତି

Also Read- ଯାଜପୁର ପିହୁ ନିଖୋଜ ମାମଲା, ଆମରଣ ଅନଶନରେ ମା'

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

About the Author