ମେଷ: ରାହୁ-କେତୁ ଙ୍କ ବିଶେଷକୃପା ଏହି ରାଶି ଉପରେ ବର୍ଷ ତମାମ୍ ରହିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। କ୍ୟାରିୟରକୁ ନେଇ କୌଣସି ପ୍ରକାର ଶୁଭ ଖବର ମିଳିପାରେ। ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ଖୋଜୁଛନ୍ତି। ସେମାନଙ୍କୁ କୌଣସି ଏକ ସଂସ୍ଥାରୁ ଭଲ ଚାକିରି ଅଫର ମିଳିବ। ବାଣିଜ୍ୟ ବ୍ୟବସାୟରେ ଅଗ୍ରଗତି କରିବେ। ଯେଉଁମାନେ ବିଦେଶରେ ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଶୁଭ ରହିବ। ଏହି ସମୟର ନୂତନ ବ୍ୟବସାୟ ଆରମ୍ଭ କଲେ ଭଲ ଦ୍ବି-ପଇସା ଲାଭ ମିଳିବ। ଦିର୍ଘ ଦିନ ଧରି କୋର୍ଟ କଚେରୀରେ ଚାଲିଥିବା କେସର ରାୟ ଆପଣଙ୍କ ସପକ୍ଷରେ ଯିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସ୍ବାସ୍ଥ୍ୟ ଭଲ ରହିବା ସହିତ ପିଲାଙ୍କ ଠାରୁ କୌଣସି ପ୍ରକାର ଶୁଭ ଖବର ପାଇବେ।
ALSO READ: Gold Rate Today: ଆଜି ପୁଣି ସୁନା ଦର ବୃଦ୍ଧି , ଜାଣନ୍ତୁ ଭୁବନେଶ୍ବରରେ ଭରି ପିଛା କେତେ ବଢିଲା ରେଟ୍?
ମକର: ରାହୁ-କେତୁଙ୍କ ଚଳନ ଏହି ରାଶିର ଆର୍ଥିକ ସ୍ଥିତିକୁ ମଜବୁତ୍ କରିବ। ପ୍ରତ୍ୟକ କ୍ଷେତ୍ରରେ ସଫଳତା ପାଇବେ। ବ୍ୟବସାୟୀମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ଏହି ସମୟରେ ବଡ଼ ଡିଲ୍ ଫାଇନାଲ୍ ହେବ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ବ୍ୟବସାୟରେ ଦ୍ବି-ଗୁଣିତ ଲାଭ ମିଳିବ। ଆୟ-ବ୍ୟୟ ସମାନ ରହିବ। କର୍ମକ୍ଷେତ୍ରରୁ ବଡ଼ ଦାୟିତ୍ବ ମିଳିବ। ଦରମା ବଢିବା ସହିତ ବ୍ୟାଙ୍କ୍ ବାଲାନ୍ସ ବଢିବ। ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ବଢିବ। ପ୍ରେମୀମାନେ ସାଥୀଙ୍କ ସହିତ ଡେଟ୍ ରେ ଯିବେ। ଦାମୀ ଉପହାର ପାଇବେ।
ट्रेन्डिंग फोटोज़