)
Lucky Ali: ପୁଣି ଚର୍ଚ୍ଚାରେ ଗାୟକ ଲକି ଅଲ୍ଲୀ। ଏଥର ଗୀତ ପାଇଁ ନୁହେଁ ବରଂ ନିଜର ସମ୍ପତ୍ତି ପାଇଁ । ତାଙ୍କ ପୈତୃକ ସମ୍ପତ୍ତିକୁ ଜମି ମାଫିଆ ଜୋର ଜବରଦସ୍ତ ଦଖଲ କରି ନେଇଛନ୍ତି । ଏନେଇ ସେ ସ୍ଥାନୀୟ ପୋଲିସକୁ ସହାୟତା ମାଗିଛନ୍ତି ସେ । କିନ୍ତୁ ଏପର୍ଯ୍ୟସ୍ତ ତାଙ୍କୁ ସ୍ଥାନୀୟ ପୋଲିସ କି ପ୍ରଶାସନ ତାଙ୍କ ଦୁଃଖ ଶୁଣୁନି । ତେବେ, ଏଭଳି ପରିସ୍ଥିତିରେ ସେ ସୋସିଆଲ ମିଡିଆରେ ନିଜର ଅସହାୟତା ପରି ପ୍ରକାଶ କରିବା ସହ କର୍ଣ୍ଣାଟକ ଡିଜିପିଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି । ତାଙ୍କର ଏହି ସୋସିଆଲ ମିଡିଆ ପୋଷ୍ଟ ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି।
କର୍ଣ୍ଣାଟକ ଡିଜିପିଙ୍କ ସାହାଯ୍ୟ ଲୋଡିଲେ ଲକି ଅଲ୍ଲୀ :
ସୂଚନା ଅନୁସାରେ, ବେଙ୍ଗାଲୁରୁରେ ଲକି ଅଲ୍ଲୀଙ୍କର କିଛି ପୈତୃକ ସମ୍ପତ୍ତି ଓ ଚାଷ ଜମି ରହିଛି । ଯାହାକୁ ମାଫିଆମାନେ ଜବରଦସ୍ତ ଅକ୍ତିଆର କରି ନେଇଛନ୍ତି । ଏନେଇ ସ୍ଥାନୀୟ ପୋଲିସକୁ ଲକି ଅଲ୍ଲୀ ଅଭିଯୋଗ କରିଛନ୍ତି କିନ୍ତୁ ପୋଲିସ ତାଙ୍କୁ କୌଣସି ପ୍ରକାର ସାହାଯ୍ୟ କରୁ ନଥିବା ସେ କହିଛନ୍ତି । ଅପରପକ୍ଷେ, ଜମି ମାଫିଆଙ୍କୁ ସାହାଯ୍ୟ କରାଯାଉଥିବା ପୋଲିସ କହିଛି । ଯେଉଁ ଜମିକୁ ନେଇ ବିବାଦ ଦେଖାଦେଇଛି, ଲକି ଅଲି ଗତ ୫୦ ବର୍ଷ ଧରି ସେଠାରେ ରହିଆସୁଛନ୍ତି।
ବର୍ତ୍ତମାନ ଦୁବାଇରେ ଅଛନ୍ତି ଲକି ଅଲ୍ଲୀ :
ଲକି ଅଲ୍ଲୀ ବର୍ତ୍ତମାନ ଦୁବାଇରେ ଅଛନ୍ତି, ତେଣୁ ସେ ଏହି ବେଆଇନ କାର୍ଯ୍ୟକଳାପ ବନ୍ଦ କରିବାକୁ କର୍ଣ୍ଣାଟକ ଡିଜିପିଙ୍କୁ ଅନୁରୋଧ କରିଛନ୍ତି। ଏନେଇ ଲକି ଏକ ଫେସବୁକ୍ ପୋଷ୍ଟ ମାଧ୍ୟମରେ ସାହାଯ୍ୟ ଲୋଡିଛନ୍ତି। ସେ ନିଜର ପୋଷ୍ଟରେ ଲେଖିଛନ୍ତି ଯେ ମୁଁ କାମ ପାଇଁ ଦୁବାଇ ଯାଇଛି । ବେଙ୍ଗାଲୁରୁରେ ଥିବା କେଞ୍ଚେନାହାଲି ୟେଲାହାଙ୍କା (Kenchenahalli Yelahanka) ଥିବା ମୋର ସମ୍ପତ୍ତି ଉପରେ ଜମି ମାଫିଆ ସୁଧୀର ରେଡ୍ଡୀଙ୍କ ଜବରଦସ୍ତ ଦଖଲ କରିଛନ୍ତି ।
କେହି ସାହାଯ୍ୟ କରୁନାହାଁନ୍ତି:
ଲକି ଅଲ୍ଲୀ କହିଛନ୍ତି ଯେ, ଜମି ମାଫିଆ ତାଙ୍କ ଆଇଏଏସ (IAS) ପତ୍ନୀଙ୍କ କ୍ଷମତାକୁ ଅପବ୍ୟବହାର କରି ସେ ଏପରି କରିଥିବା କହିଛନ୍ତି । ସେମାନେ ଜବରଦସ୍ତ ମୋ ଚାଷଜମିକୁ ଦଖଲ କରିଛନ୍ତି । ସମ୍ପୃକ୍ତ ଦଲିଲକୁ ଦେଖାଇବାକୁ ମଧ୍ୟ ମନା କରୁଛନ୍ତି । ମୋ ପରିବାର ଏବଂ ପିଲାମାନେ ସେହି ଜମିରେ ଏକୁଟିଆ ଅଛନ୍ତି , ଆମକୁ କେହି ସାହାଯ୍ୟ କରୁନାହାଁନ୍ତି ବୋଲି ସେ କହିଛନ୍ତି ।