Sonu sood: ଏୟାରପୋର୍ଟରେ ଟଳି ପଡିଲେ ଯୁବକ, କିଛି ଏପରି କରି ଜୀବନ ବଞ୍ଚାଇଲେ ସୋନୁ ସୁଦ
Advertisement

Sonu sood: ଏୟାରପୋର୍ଟରେ ଟଳି ପଡିଲେ ଯୁବକ, କିଛି ଏପରି କରି ଜୀବନ ବଞ୍ଚାଇଲେ ସୋନୁ ସୁଦ

ଆଜି ବି ସାହାଯ୍ୟ ପାଇଁ ଆଗ ଖୋଜା ପଡନ୍ତି ପରଦା ପଛର ରିଅଲ ହିରୋ ସୋନୁ ସୁଦ । ନିକଟରେ ଦୁବାଇ ଏୟାରପୋର୍ଟରେ କିଛି ଏଭଳି କରି ବି ବାଃ ବାଃ ସାଉଁଟିଲେ ସୋନୁ । ଜାଣନ୍ତୁ କଣ ଘଟିଥିଲା ଘଟଣା ।

ସାକେଂତିକ ଫୋଟେ(ସୋସିଆଲ ମିଡିଆ)

Sonu sood: ସୋନୁ ସୁଦ ଖାଲି ପରଦା ଉପରେ ନୁହେଁ ବଂର ପରଦା ପଛରେ ମଧ୍ୟ ଅନେକଙ୍କ ପାଇଁ ରିଅଲ ହିରୋ ଅଟନ୍ତି । କୋରୋନା କାଳରେ ଭିନ୍ନ ଭିନ୍ନ ରାଜ୍ଯରେ ଫସିଥିବା ପ୍ରବାସୀ ଶ୍ରମିକଙ୍କ ସହ ଅନେକ ଅସହାୟ ଲୋକଙ୍କୁ ସହାୟତାର ହାତ ବଢାଇ ଖୁବ ପ୍ରଂଶସା ସାଉଁଟି ଥିଲେ । ଏଥି ଲାଗି ତ ଫ୍ୟାନ୍ସଙ୍କ ମଧ୍ୟରେ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ସେ । ସାଧାରଣ ଲୋକଙ୍କ ଗ୍ରହଣରେ ମଧ୍ୟ ସେ ବେଶ ଚର୍ଚ୍ଚିତ । ଆଜି ମଧ୍ୟ ସାହାଯ୍ୟ ପାଇଁ ତାଙ୍କ ଘର ଆଗରେ ଲାଗୁଛି ଲମ୍ୱା ଲାଇନ । ତେବେ ପୁଣି ଦୁବାଇ ଏୟାରପୋର୍ଟରେ ଘଟିଥିବା ଏକ ଘଟଣାକୁ ନେଇ ଚର୍ଚ୍ଚାରେ ଆସିଛନ୍ତି ସୋନୁ । ଏହି ଘଟଣା ପରେ ସେଠିକାର ମେଡିକାଲ ଟିମ ମଧ୍ୟ ତାଙ୍କୁ ପ୍ରଂଶସା କରି ରହିପାରିନଥିଲା ।

ସୂଚନାଯୋଗ୍ୟ, ଏହି ଘଟଣାଟି ଦୁବାଇ ଏୟାରପୋର୍ଟରେ ଅଟେ । ସୋନୁ ଦୁବାଇ ଇମିଗ୍ରେସନ କାଉଣ୍ଟରରେ ଅପେକ୍ଷା କରିଥିବା ସମୟରେ ଜଣେ ବ୍ୟକ୍ତି ହଠାତ ଅଚେତ ହୋଇପଡିଥିଲେ । ସେଠାରେ ଉପସ୍ଥିତ ଥିବା ଲୋକେ ଏହା ଦେଖି ଚକିତ ହୋଇଯାଇଥିଲେ ମଧ୍ୟ କେହି ସହାୟତା ପାଇଁ ଆଗକୁ ଆସିନଥିଲେ । ଏହି ସମୟରେ ଡେରି ନକରି ଉକ୍ତ ବ୍ୟକ୍ତିଙ୍କୁ CPR ଦେଇଥିଲେ ସୋନୁ ।

ଚେତା ଆସିବା ପରେ ଆକ୍ଟରଙ୍କୁ ଧନ୍ୟବାଦ ଜଣାଇ ଥିଲେ ବ୍ୟକ୍ତି ଜଣକ । ଖାଲି ସେତିକି ନୁହେଁ ସେଠାରେ ପହଁଞ୍ଚି ଥିବା ମେଡିକାଲ ଟିମ ମଧ୍ୟ ତାଙ୍କ ଖୁବ ପ୍ରଂଶସା କରିଥିଲା । ଏହି ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ।

ଯଦି ଆମେ ଏହି ରିଅଲ ଲାଇଫ୍ ହିରୋଙ୍କ କ୍ୟାରିୟର କଥା କହିବା ତେବେ ସେ ଶେଷ ଥର ପାଇଁ ପୃଥ୍ୱୀରାଜ ଚଳଚ୍ଚିତ୍ରରେ ନଜର ଆସିଥିଲେ । କିନ୍ତୁ ସୁପରଷ୍ଟାର ଅକ୍ଷୟ କୁମାର ଓ ସୋନୁ ସୁଦ ଷ୍ଟାରର ଏହି ଫିଲ୍ମଟି ବକ୍ସ ଅଫିସରେ କିଛି ଖାସ୍ କମାଲ କରିପାରିନଥିଲା । ତେବେ ସୋନୁ ବହୁତ ଜଲଦି ଏକ ଆକ୍ସନ ଥିଲରରେ ନଜର ଆସିବେ । ଏଥିରେ ସେ ପ୍ରଯୋଜନା କରିଥିବା ଜଣାଯାଇଛି । ଏହି ଫିଲ୍ମଟି ସତ କାହାଣୀରେ ଉପରେ ଆଧାରିତ ହୋଇଥିବା ବେଳେ ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ବୈଭବ ମିଶ୍ର ।