Sai Pallavi: ଫ୍ୟାନ୍ସଙ୍କ ପାଇଁ ଗୁଡ୍ ନା Bad News? ବିବାହିତ ଆକ୍ଟରଙ୍କ ପ୍ରେମରେ ସାଇ ପଲ୍ଲବୀ!
Advertisement
Article Detail0/zeeodisha/odisha2354523

Sai Pallavi: ଫ୍ୟାନ୍ସଙ୍କ ପାଇଁ ଗୁଡ୍ ନା Bad News? ବିବାହିତ ଆକ୍ଟରଙ୍କ ପ୍ରେମରେ ସାଇ ପଲ୍ଲବୀ!

Sai Pallavi: ଏହି ଖବର ନିଶ୍ଚିତ ଭାବରେ ପ୍ରଶଂସକଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିଛି । ଏହା ପ୍ରଥମ ଥର ନୁହେଁ ଯେ ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଗୁଜବ କୁ ନେଇ ଇଣ୍ଡଷ୍ଟ୍ରିରେ ଉତ୍ତେଜନା ପ୍ରକାଶ ପାଇଛି। ଏହା ପୂର୍ବରୁ ମଧ୍ୟ ବିବାହିତ ଅଭିନେତାଙ୍କ ସହ ତାଙ୍କର ନାମ ଯୋଡ଼ି ହୋଇସାରିଛି, ଯାହାକୁ ତାଙ୍କ ପ୍ରଶଂସକଙ୍କ ପାଇଁ ବିଶ୍ୱାସ କରିବା କଷ୍ଟକର ।

 

Sai Pallavi: ଫ୍ୟାନ୍ସଙ୍କ ପାଇଁ ଗୁଡ୍ ନା Bad News? ବିବାହିତ ଆକ୍ଟରଙ୍କ ପ୍ରେମରେ ସାଇ ପଲ୍ଲବୀ!

Sai Pallavi: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଅନ୍ୟତମ ପ୍ରସିଦ୍ଧ ନାୟିକା ସାଇ ପଲ୍ଲବୀ ନିଜର ନ୍ୟାଚୁରାଲ ବିୟୁଟି ସହିତ ଜବରଦସ୍ତ ଅଭିନୟ ପାଇଁ ଜଣାଶୁଣା । ସାଉଥ୍ ରେ 'ପ୍ରେମମ୍' ଓ 'ମିଡିଲ କ୍ଲାସ୍ ଆବ୍ବାଇ' ଭଳି ଫିଲ୍ମରେ ଅଭିନୟ କରି ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ସାଇ ପଲ୍ଲବୀ ଖୁବଶୀଘ୍ର ନାଗା ଚୈତନ୍ୟଙ୍କ ସହ 'ଥଣ୍ଡେଲ' ଏବଂ ରଣବୀର କପୁରଙ୍କ ସହ 'ରାମାୟଣ'ରେ ନଜର ଆସିବେ। କିନ୍ତୁ ଏହି ଫିଲ୍ମ ମଧ୍ୟରେ ଅଭିନେତ୍ରୀ ହଠାତ୍ ନିଜ ସମ୍ପର୍କକୁ ନେଇ ଚର୍ଚ୍ଚାରେ ସାମିଲ ହୋଇଛନ୍ତି ।

ବର୍ଷ ୨୦୧୫ ରେ ମାଲାୟାଲମ୍ ଫିଲ୍ମ 'ପ୍ରେମମ୍'ରୁ କ୍ୟାରିୟର ଆରମ୍ଭ କରିଥିବା ୩୨ ବର୍ଷୀୟା ଅଭିନେତ୍ରୀ ସାଇ ପଲ୍ଲବୀ (Sai Pallavi Relationship) ନିଜ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି। 'ଫିଦା', 'କାଲି', 'ମାରି-୨', 'ଅଥିରନ୍' ଭଳି ଅନେକ ଫିଲ୍ମ ଜରିଆରେ ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ସାଇ ଜଣେ ବିବାହିତ ଅଭିନେତାଙ୍କୁ ପ୍ରେମ କରି ବସିଛନ୍ତି। ଏକ ରିପୋର୍ଟରେ ଏହି ଦାବି କରାଯାଇଛି, ଯାହା ପରେ ସାଇ ପଲ୍ଲବୀଙ୍କ ବ୍ୟକ୍ତିଗତ ଜୀବନ ଚର୍ଚ୍ଚାକୁ ଆସିଛି। ତାଙ୍କ ଠାରୁ ବହୁତ ବୟସ୍କ ବ୍ୟକ୍ତିଙ୍କ ସହ ତାଙ୍କର ସମ୍ପର୍କ ଥିବା ଜଣାପଡିଛି । 

ସିନେଜୋଶର ଏକ ରିପୋର୍ଟ ଅନୁଯାୟୀ, ଅଭିନେତ୍ରୀ ଜଣେ ବହୁ ବୟସ୍କ ବିବାହିତ ଅଭିନେତାଙ୍କୁ ଡେଟ୍ କରୁଛନ୍ତି, ଯାହାଙ୍କର ଦୁଇଟି ସନ୍ତାନ ବି ଅଛନ୍ତି। ତେବେ ଯେଉଁ ଅଭିନେତ୍ରୀଙ୍କ ସହ ସେ ରିଲେସନସିପରେ ଅଛନ୍ତି ତାଙ୍କ ନାମ ରିପୋର୍ଟରେ ପ୍ରକାଶ କରାଯାଇନାହିଁ । ତେବେ ଏହି ଖବର ନିଶ୍ଚିତ ଭାବରେ ପ୍ରଶଂସକଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିଛି । ଏହା ପ୍ରଥମ ଥର ନୁହେଁ ଯେ ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଗୁଜବ କୁ ନେଇ ଇଣ୍ଡଷ୍ଟ୍ରିରେ ଉତ୍ତେଜନା ପ୍ରକାଶ ପାଇଛି। ଏହା ପୂର୍ବରୁ ମଧ୍ୟ ବିବାହିତ ଅଭିନେତାଙ୍କ ସହ ତାଙ୍କର ନାମ ଯୋଡ଼ି ହୋଇସାରିଛି, ଯାହାକୁ ତାଙ୍କ ପ୍ରଶଂସକଙ୍କ ପାଇଁ ବିଶ୍ୱାସ କରିବା କଷ୍ଟକର ।

ଲଗାତାର ଗୁଜବ ସତ୍ତ୍ୱେ ସାଇ ପଲ୍ଲବୀଙ୍କ ପ୍ରଶଂସକମାନେ ଏହି ଖବରକୁ ମିଥ୍ୟା ବୋଲି କହୁଛନ୍ତି। ତେବେ ଏହି ଖବର ଉପରେ ଅଭିନେତ୍ରୀ କିମ୍ବା ତାଙ୍କ ଟିମ୍ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ସାଇଙ୍କ ବିଷୟରେ ଏକ ଅତ୍ୟନ୍ତ ରୋଚକ କଥା ହେଉଛି ସେ ତାଙ୍କ ଫିଲ୍ମରେ କେବେ ବି ମେକଅପ୍ କରନ୍ତି ନାହିଁ, ସେ ତାଙ୍କ ଡେବ୍ୟୁ ଫିଲ୍ମରେ ମଧ୍ୟ ମେକଅପ୍ କରିବାକୁ ମନା କରିଦେଇଥିଲେ । ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ମୁଁ ସାଧାରଣତଃ ମୋ ଫିଲ୍ମରେ ଆଇଲାଇନର ବ୍ୟବହାର କରେ । କ୍ୟାମେରା ସାମ୍ନାରେ ମୋ ଆଖି ବହୁତ ଛୋଟ ଦେଖାଯାଏ । ସେଥିପାଇଁ ମୁଁ ଆଇଲାଇନର ବ୍ୟବହାର କରେ ।

ଏଠାରେ ଆପଣଙ୍କୁ କହିରଖୁଛୁ ଯେ ସାଇ ପଲ୍ଲବୀ(Sai Pallavi) ଫିଲ୍ମ 'ରାମାୟଣ'ରେ ରଣବୀର କପୁରଙ୍କ ବିପକ୍ଷରେ ସୀତା ଭୂମିକାରେ ବଲିଉଡରେ ନଜର ଆସିବାକୁ ଯାଉଛନ୍ତି । ନିକଟରେ ଫିଲ୍ମ ର ସେଟରୁ ରଣବୀର ଓ ସାଇଙ୍କ ପ୍ରଥମ ଲୁକର ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ଏହି ଫିଲ୍ମ ପାଇଁ ତାଙ୍କୁ ମୋଟା ଅଙ୍କର ଫିସ୍  ମଧ୍ୟ ମିଳୁଛି । 

Also Read: Tomato Side Effects: ଅଧିକ ଟମାଟୋ ଖାଉଥିଲେ ସାବଧାନ! ଅଜାଣତେ ମାଡ଼ିବସିବ ଗମ୍ଭୀର ରୋଗ

Also Read: Rakhi Purnima: ରାକ୍ଷୀ ପୂର୍ଣ୍ଣିମାରେ ୨ଟି ଦୁର୍ଲଭ ଯୋଗ, ଏହି ୫ରାଶିର ଫିଟିଯିବ ଭାଗ୍ୟ !