Gadar 2:' ଗଦର ୨'କୁ ନେଇ ଆସିଲା ବଡ ଅପଡେଟ୍, Iconic Sceneରେ ହୋଇଛି ବଡ ପରିବର୍ତ୍ତନ
Advertisement
Article Detail0/zeeodisha/odisha1512925

Gadar 2:' ଗଦର ୨'କୁ ନେଇ ଆସିଲା ବଡ ଅପଡେଟ୍, Iconic Sceneରେ ହୋଇଛି ବଡ ପରିବର୍ତ୍ତନ

Sunny Deol Gadar 2: ୨୦୦୧ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଗଦର-ଏକ ପ୍ରେମ କଥା’ ବକ୍ସ ଅଫିସରେ ଧମାଲ ମଚାଇଥିଲା । ଏହି ସିନେମାରେ ସନି ଦେଓଲ ଓ ଅମିଷା ପଟେଲ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଗଦର ପାର୍ଟ ୧କୁ ଦର୍ଶକ ବେଶ ଭଲ ପାଇବା ଦେଇଥିଲେ।

Gadar 2:' ଗଦର ୨'କୁ ନେଇ ଆସିଲା ବଡ ଅପଡେଟ୍, Iconic Sceneରେ ହୋଇଛି ବଡ ପରିବର୍ତ୍ତନ

Sunny Deol Gadar 2: ୨୦୦୧ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଗଦର-ଏକ ପ୍ରେମ କଥା’ ବକ୍ସ ଅଫିସରେ ଧମାଲ ମଚାଇଥିଲା । ଏହି ସିନେମାରେ ସନି ଦେଓଲ ଓ ଅମିଷା ପଟେଲ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।  ଗଦର ପାର୍ଟ ୧କୁ ଦର୍ଶକ ବେଶ ଭଲ ପାଇବା ଦେଇଥିଲେ। ଯାହାକୁ ଦେଖି ନିର୍ମାତା  ଏହାର ଦ୍ବିତୀୟ ଭାଗକୁ ମେକିଂ ଆରମ୍ଭ କରିଛନ୍ତି । ଚଳିତ ବର୍ଷ ଏହି ଫିଲ୍ମ ପରଦାକୁ ଆସିବ। ଯାହାକୁ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଦର୍ଶକ । ତେବେ, ଏହି ଫିଲ୍ମର ଲିଡ୍ ରୋଲରେ ସନି ଦେଓ୍ବଲ ନଜର ଆସିବେ। ତେବେ, ଏହି ଫିଲ୍ମରେ ସନି ଦେଓ୍ବଲଙ୍କ ଫାଷ୍ଟଲୁକ୍ ବର୍ତ୍ତମାନ ସାମ୍ନାକୁ ଆସିଛି । ସନିଙ୍କ ଲୁକ୍ ବେଶ ଦମଦାର ରହିଛି ।

ଜିଓ ଷ୍ଟୁଡିଓ ୨୦୨୩ରେ ରିଲିଜ୍ ହେବାକୁ ଥିବା ଚଳଚ୍ଚିତ୍ରର ସର୍ଟ କ୍ଲିପ୍ସରୁ ଏକ ଭିଡିଓ ପ୍ରସ୍ତୁତ କରି ସେୟାର କରିଛନ୍ତି । ଯାହା ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି। ଏହି  ୫୦ ସେକେଣ୍ଡର ଭିଡିଓରେ ଅଜୟ ଦେବଗନଙ୍କ 'ମଇଦାନ', ସୋନୁ ସୁଦଙ୍କ 'ଫତେହ' ଏବଂ ନୱାଜୁଦ୍ଦିନ ସିଦ୍ଦିକିଙ୍କ 'ହାଡି' ଭଳି ଚଳଚ୍ଚିତ୍ର ରହିଛି। ଏଥିସହିତ ଫିଲ୍ମ 'ଗଦର ୨'ର ଝଲକ ୦.୪୨ ସେକେଣ୍ଡରେ ପ୍ରଦର୍ଶିତ ହୋଇଛି।ଯେଉଁଥିରେ ତାରା ସିଂଙ୍କ ଚରିତ୍ରରେ ଅଭିନୟ କରିଥିବା ସନ୍ନ୍ ଦେଓଲ ଏକ ଶଗଡଗାଡିର ଚକା ଉଠାଉଥିବାର ନଜର ଆସିଛନ୍ତି । ଯେଉଁଥିରେ ସେ ବହୁତ ଭୟଙ୍କର ଓ ରାଗି ମଧ୍ୟ ଦେଖାଯାଉଛନ୍ତି ।

୨୦୦୧ ମସିହାରେ'ଗଦରଏକ ପ୍ରେମ କଥା'ର ପୂର୍ବ ଭାଗ ମୁକ୍ତିଲାଭ କରିଥିଲା ​​ଯେଉଁଥିରେ ଅମିଶା ପଟେଲ ତାଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ସିନେମାରେ ତାରା  ସିଂଙ୍କ ପାକିସ୍ତାନ ଯାଇ ହ୍ୟାଣ୍ଡପମ୍ପ ଉପାଡି ଉପରକୁ ଉଠିବାର ଦୃଶ୍ୟ ବହୁତ ଚର୍ଚ୍ଚା ହୋଇଥିଲା। ଏଥିରୁ ଜଣାପଡୁଛି ଯେ ଏଥର ସନ୍ନି ଦେଓଲ୍ 'ଗଦର ୨'ରେ ଏଭଳି କିଛି ଆଇକନିକ୍ ଦୃଶ୍ୟ କରିବାକୁ ଯାଉଛନ୍ତି, ଯେଉଁଥିରେ ସେ  ଶତ୍ରୁମାନଙ୍କୁ ମାରିବା ପାଇଁ ବଦଳ ଗାଡିର ଏକ ଭାରି ଚକା ଉଠାଇବାର ନଜର ଆସିବେ । 

ଏହାବି ପଢନ୍ତୁ : Hema Malini: ବଲିଉଡରେ ନୁହେଁ, ଭୋଜପୁରୀ ଇଣ୍ତଷ୍ଟ୍ରିରେ ବି ଜଲଓ୍ବା ଦେଖାଇଛନ୍ତି ଡ୍ରିମଗାର୍ଲ

 

'ଗଦର ୨' କେବେ ମୁକ୍ତ ହେବ?

ଅନିଲ ଶର୍ମା 'ଗଦର ୨'ର ନିର୍ଦ୍ଦେଶକ ଏବଂ ସେ ପୂର୍ବ ଭାଗର ନିର୍ଦ୍ଦେଶନା ଦେଇଥିଲେ। ପୂର୍ବ କାହାଣୀ ଏହି ଚଳଚ୍ଚିତ୍ର ଆଗକୁ ବଢିବ । ଏଥିରେ ଅନିଲ ଶର୍ମାଙ୍କ ପୁଅ ଉତ୍କଳ ଶର୍ମା ମଧ୍ୟ ନଜର ଆସିବେ, ଯିଏ ସନ୍ନି ଦେଓଲଙ୍କ ପୁଅ ଜିତେ ଭୂମିକାରେ ଅଭିନୟ କରୁଛନ୍ତି। ଗତଥର ଉତ୍କଳ 'ଗଦର'ର ଏକ ଅଂଶ ହୋଇଥିଲେ ମଧ୍ୟ ସେତେବେଳେ ସେ ବହୁତ ଛୋଟ ଥିଲେ। ଏହି ଚଳଚ୍ଚିତ୍ର ୨୦୨୩ ମସିହାରେ ମଧ୍ୟଭାଗରେ ପ୍ରେକ୍ଷାଳୟକୁ ଆସିବ। ତେବେ, ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, ସନ୍ନି ଦେଓଲଙ୍କୁ ଶେଷ ଥର ପାଇଁ ଆର ବାଲ୍କିଙ୍କ ମନସ୍ତାତ୍ତ୍ୱିକ-ଥ୍ରୀଲର ଚଳଚ୍ଚିତ୍ର ଚୁପ(Chup: Revenge of the Artist,Chup)ରେ ଦେଖିବାକୁ ମିଳିଥିଲା ।ଯେଉଁଥିରେ ସେ ଦୁଲକର ସଲମାନଙ୍କ ସହ କାମ କରିଥିଲେ।