Advertisement
Article Detail0/zeeodisha/odisha2306655

ରମେଶ ରାଉତଙ୍କ ନୂଆ ଚଳଚ୍ଚିତ୍ର "କାନତରାଟି"ର ଟାଇଟେଲ ଘୋଷଣା

Ollywood News: ଘୋଷଣା ହୋଇଥିବା ଚଳଚ୍ଚିତ୍ର କାନତରାଟିରେ ଅଭିନୟରେ ଓଲିଉଡ଼ର ବଛା ବଛା ଅଭିନେତା ଅଭିନେତ୍ରୀ ଯଥା - ଦେବେଶ ରଞ୍ଜନ, ସୂର୍ଯ୍ୟମୟୀ, ତାପସ ସରଘରିଆ ଏବଂ ବିଭାସଙ୍କ ସମେତ ଅନେକ କଳାକାର ରହିଛନ୍ତି । 

ରମେଶ ରାଉତଙ୍କ ନୂଆ ଚଳଚ୍ଚିତ୍ର "କାନତରାଟି"ର ଟାଇଟେଲ ଘୋଷଣା

Ollywood News: ଏସ.ଏମ ଏଣ୍ଟରଟେନମେଣ୍ଟ ଏବଂ ଆମର ଷ୍ଟୁଡିଓଜ୍ ର ପ୍ରଥମ ଅବଦାନ, ଚଳଚ୍ଚିତ୍ର - "କାନତରାଟି" 'ଦ କଣ୍ଟ୍ରାକ୍ଟର' ର ଟାଇଟେଲ ଭୁବନେଶ୍ୱର ସ୍ଥିତ ଏକ ହୋଟେଲରେ ଘୋଷଣା ହୋଇଯାଇଛି । ଶ୍ରୀଯୁକ୍ତ ଜଗନ୍ନାଥ ପଟ୍ଟନାୟକ ଦିଗଦର୍ଶକ ଥିବା ବେଳେ ପ୍ରଯୋଜିକା ଭାବେ ଅଛନ୍ତି ଶ୍ରୀମତୀ ଶ୍ରାବଣୀ ପଟ୍ଟନାୟକ ।

ସାଇକୋ, ଥ୍ରୀଲର ସହିତ ଜଣେ ସିରିଏଲ କିଲରର କାହାଣୀକୁ ନେଇ ନିର୍ମାଣ ହେବାକୁ ଯାଉଛି ଚଳଚ୍ଚିତ୍ର କାନତରାଟି । ଯାହାର ନିର୍ଦ୍ଦେଶନା ଦେବେ ନିର୍ଦ୍ଦେଶକ ରମେଶ ରାଉତ । ବିଗତ ଦିନମାନଙ୍କରେ ନିର୍ଦ୍ଦେଶକ ରମେଶ ରାଉତ ଗଡ୍ ଫାଦର, ଚାନ୍ଦ ନା ତୁମେ ତାରା, କାବୁଲା ବାର ବୁଲା, ଟୋକାଟା ଫଶି ଗଲା ଏବଂ ତୋର ମୋର କଟି ଭଳି ସମୁଦାୟ ୨୭ ଟି ବହୁଭାଷୀ ଚଳଚ୍ଚିତ୍ର ନିର୍ଦ୍ଦେଶନା ଦେଇ ସାରିଛନ୍ତି ।

ତେବେ ଘୋଷଣା ହୋଇଥିବା ଚଳଚ୍ଚିତ୍ର କାନତରାଟିରେ ଅଭିନୟରେ ଓଲିଉଡ଼ର ବଛା ବଛା ଅଭିନେତା ଅଭିନେତ୍ରୀ ଯଥା - ଦେବେଶ ରଞ୍ଜନ, ସୂର୍ଯ୍ୟମୟୀ, ତାପସ ସରଘରିଆ ଏବଂ ବିଭାସଙ୍କ ସମେତ ଅନେକ କଳାକାର ରହିଛନ୍ତି । ଏହି ଚଳଚ୍ଚିତ୍ରର କାହାଣୀ ରମେଶ ରାଉତ ରଚନା କରିଛନ୍ତି, ଚିତ୍ରନାଟ୍ୟ ରମେଶ ରାଉତଙ୍କ ସହିତ ନିଶାନ୍ତ ମଜିଠିଆ ଏବଂ ସଂଳାପ ନିଶାନ୍ତ ମଜିଠିଆ ଲେଖିଛନ୍ତି । ପୂର୍ବରୁ ନିଶାନ୍ତ ଗୋଟିଏ ଟିଭି ସିନେମା ଏବଂ ୬ ଟି ୱେବ ସିରିଜ୍ ର ସଂଳାପ ଲେଖି ଦର୍ଶକଙ୍କ ପସନ୍ଦର ସଂଳାପକାର ହୋଇପାରିଛନ୍ତି । ଚଳଚ୍ଚିତ୍ରର ଚିତ୍ରତ୍ତୋଳନ ଦାୟିତ୍ୱ ବିଶ୍ୱଜିତ କୁଲଡି ଏବଂ ସମ୍ପାଦନା ପିଣ୍ଟୁ ନାୟକ ନେଇଛନ୍ତି । ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର ଦେଇଛନ୍ତି । କ୍ରିଏଟିଭ ହେଡ଼ ଅଛନ୍ତି ରୀତିଶ ପରିଡା । ଟାଇଟିଲ ଘୋଷଣା ଉତ୍ସବରେ ପ୍ରଯୋଜିକା, ନିର୍ଦ୍ଦେଶକ, ସଙ୍ଗୀତ ନିର୍ଦ୍ଦେଶକ, ସଂଳାପକାରଙ୍କ ସମେତ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, ଜ୍ୟୋତିର୍ମୟୀ, ତାପସ ସରଘରିଆ, ଟୁଟୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । 

Add Zee News as a Preferred Source

ସାଧାରଣ ନିର୍ବାଚନ ଋତୁ ଶେଷ ହେବା ପରେ ସିନେମା ଋତୁ ଆରମ୍ଭ ହୋଇଯାଇଛି ଓଲିଉଡ଼ରେ । ରାଜ୍ୟ ରାଜନୀତିରେ ଯେମିତି ପରିବର୍ତ୍ତନ ଆସିଛି ଠିକ ସେମିତି ଓଡ଼ିଆ ଚଳଚ୍ଚିତ୍ରର ଧାରା ମଧ୍ୟ ପରିବର୍ତ୍ତନ ହୋଇଯାଇଛି ଯାହା ଫଳରେ ଦର୍ଶକ ଏବେ ପ୍ରେକ୍ଷାଳୟ ମୁହାଁ ହେଉଛନ୍ତି ।
ଚଳଚ୍ଚିତ୍ରର ଟାଇଟେଲରୁ ଜାଣିପଡ଼ୁଛି ଏହା ନିଶ୍ଚିତ ଭାବେ ପାରମ୍ପରିକ ପାରିବାରିକ କାହାଣୀଠୁ ଟିକେ ନିଆରା ହୋଇଥିବ । ତେବେ ଅପେକ୍ଷା ମୁକ୍ତିଲାଭ କୁ......

Also Read- ପୁରୀରେ ଛତିଶା ନିଯୋଗ ବୈଠକ, ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ନୀତି ନିର୍ଘଣ୍ଟ

Also Read- ଦୀର୍ଘ ବର୍ଷ ହେବ ଧରୁଥିଲେ ସାପ, ଆଜି ଚୋଟରେ ଗଲା ଜୀବନ

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

About the Author