ପୁରୀରେ ଛତିଶା ନିଯୋଗ ବୈଠକ, ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ନୀତି ନିର୍ଘଣ୍ଟ
Advertisement
Article Detail0/zeeodisha/odisha2306608

ପୁରୀରେ ଛତିଶା ନିଯୋଗ ବୈଠକ, ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ନୀତି ନିର୍ଘଣ୍ଟ

ଅପରାହ୍ନ ୪ଟାରେ  ଗଜପତି ମହାରାଜାଙ୍କ ଛେରାପହଁରା କାର୍ଯ୍ୟ ହେବ । ଅପରାହ୍ମ ୪ଟା ୩୦ରେ ରଥରୁ ଚାର ଫିଟା କାର୍ଯ୍ୟ କରାଯିବା ସହ ଘୋଡ଼ା ସାରଥି ଲାଗିବେ । ଅପରାହ୍ନ ୫ଟାରେ ରଥ ଟଣା କାର୍ଯ୍ୟ ଆରମ୍ଭ ହେବା ନେଇ ସମୟ ନିର୍ଘଣ୍ଟ ହୋଇଥିବା ସୂଚନା ମିଳିଛି । 

ପୁରୀରେ ଛତିଶା ନିଯୋଗ ବୈଠକ, ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ନୀତି ନିର୍ଘଣ୍ଟ

ପୁରୀ: ଆଜି ଶ୍ରୀକ୍ଷେତ୍ରରେ ଛତିଶା ନିଯୋଗ ବୈଠକରେ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ନୀତି ନିର୍ଘଣ୍ଟ ହୋଇଛି । ଦିନ ୧ଟା ୧୦ରେ ଶ୍ରୀଜୀଉଙ୍କ ପହଣ୍ଡି ଆରମ୍ଭ ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ଦିନ ୧ଟା ୧୦ରେ ପହଣ୍ଡି ଆରମ୍ଭ ହୋଇ ୨ଟା ୩୦ରେ ସରିବ ପହଣ୍ଡି । ଅପରାହ୍ନ ୪ଟାରେ  ଗଜପତି ମହାରାଜାଙ୍କ ଛେରାପହଁରା କାର୍ଯ୍ୟ ହେବ । ଅପରାହ୍ମ ୪ଟା ୩୦ରେ ରଥରୁ ଚାର ଫିଟା କାର୍ଯ୍ୟ କରାଯିବା ସହ ଘୋଡ଼ା ସାରଥି ଲାଗିବେ । ଅପରାହ୍ନ ୫ଟାରେ ରଥ ଟଣା କାର୍ଯ୍ୟ ଆରମ୍ଭ ହେବା ନେଇ ସମୟ ନିର୍ଘଣ୍ଟ ହୋଇଥିବା ସୂଚନା ମିଳିଛି । 

ଆଜି ଛତିଶା ନିଯୋଗ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍‌ପି, ନିଯୋଗ ସଦସ୍ୟ ସାମିଲ ହୋଇଥିଲା । ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଯାତ୍ରା ପାଇଁ ନୀତି ନିର୍ଘଣ୍ଟକୁ ଅନୁମୋଦନ କରାଯାଇଛି । ଆଜିର ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳୀକୁ ବୈଠକରେ ଚୂଡ଼ାନ୍ତ କରାଯାଇଛି ମଙ୍ଗଳବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଅନୁମୋଦନ କରାଯିବ ।

ସୂଚନାଯୋଗ୍ୟ, ଆଜି ଅନବସର ବା ଅଣସରର ଦ୍ଵିତୀୟ ଦିନ। ଥଣ୍ଡା ଜ୍ୱରରେ ପୀଡିତ ମହାବାହୁ। ଜ୍ୱର ଉପଶମ ପାଇଁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବକ ଦଇତାପତି ସେବକମାନେ ଦିନରାତି ଲାଗି ପଡିଛନ୍ତି। ଆଜି ଶ୍ରୀଜୀୟୁଙ୍କ ଶ୍ରୀଅଙ୍ଗରୁ ଓଦା ବସ୍ତ୍ରକୁ ମଇଲମ କରୁଛନ୍ତି ଦଇତାପତି ସେବାୟତ। ୪୨ ଦିନର ନରେନ୍ଦ୍ର ଶୀତଳ ଉପଚାର ଚନ୍ଦନ ଯାତ୍ରା ଏବଂ ପରେ ଜ୍ୟେଷ୍ଠ ପୂର୍ଣ୍ଣିମାରେ ପ୍ରତ୍ୟେକ୍ଷ ସ୍ନାନଯାତ୍ରା କରି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଜ୍ବରର ଖଇଫୁଟା ତାତି। ତେଣୁ ସାଆନ୍ତଙ୍କୁ ସୁସ୍ଥ କରିବା ପାଇଁ ଆରମ୍ଭ ହୋଇଛି ଗୁପ୍ତ ଉପଚାର।

କୋଠ ସୁଆଁସିଆମାନଙ୍କ ଦ୍ଵାରା ବନ୍ଧା ଯାଇଥିବା ଅଣସର ତାଟି ଭିତରେ ରୁନ୍ଧା ହୋଇଛନ୍ତି ଶ୍ରୀବିଗ୍ରହ।ଗୁପ୍ତରେ ଅନ୍ଧାରରେ ଶ୍ରୀଜୀଉଙ୍କ ଶୁଶ୍ରୁଷାରେ ଲାଗିପଡିଛନ୍ତି ଦଇତାପତି ସେବାୟତ। ଚନ୍ଦନ ଅର୍ଗଳି ନିକଟସ୍ଥ ଅଣସର ଘରେ ତାଟି ବନ୍ଧା ହୋଇ ଚାଲିଛି ଗୁପ୍ତସେବା। ସେପଟେ ଶ୍ରୀମନ୍ଦିରରେ ଦର୍ଶନ ଦେଉଛନ୍ତି ପଟିଦିଅଁଙ୍କ। ଅନନ୍ତ ନାରାୟଣ, ଅନନ୍ତ ବାସୁଦେବ ଏବଂ ଦେବୀ ଭୂବନେଶ୍ୱରୀଙ୍କୁ ଦର୍ଶନ ଦେଉଛନ୍ତି ଭକ୍ତ। ଜୁଲାଇ ୭ରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଜନ୍ମବେଦିକୁ ବିଜେ କରିବେ ମହାବାହୁ। ସେପଟେ ଚଳଚଞ୍ଚଳ ରଥଖଳା ।ତିନି ରଥ ଭୂଇଁ କାର୍ଯ୍ୟ ଶେଷ ହୋଇଛି। ତିନି ରଥର ସରିଛି ଚାରି ଗୋଟି ଲେଖାଏଁ କତରା କାର୍ଯ୍ୟ। ସେଇଭଳି ତିନିରରଥର ଧୂଳି ଦଣ୍ଡା ଚଉପଟ କରି ରୂପକାରଙ୍କୁ ଯୋଗାଇଛନ୍ତି ମହାରଣା। ତିନିରଥର ନାଟ ଗୋଡ଼ ରେ ରାହୁ ରୂପ ଖୋଦେଇ ସହ ଧୂଳି ଦାଣ୍ଡରେ ପଦ୍ମ ଫୁଲ , ପଦ୍ମ କଢ଼ି ଖୋଦେଇ ଜାରି ରଖିଛନ୍ତି।

ସେପଟେ ତିନି ରଥ ସମ୍ମୁଖ ଚକ ଗୁଡିକରେ ପଇ ସଂଯୋଗ ସହ ସଂଯୋଗ ସ୍ଥାନରେ ଲୁହା ପ୍ଲେଟ ସବୁକୁ ନଟ ବୋଲ୍ଟ ଦେଇ ଫିଟିଙ୍ଗ କରାଯାଇଛି। ସେପଟେ ଚିତ୍ରକାର ମାନେ ପାର୍ଶ୍ଵ ଦେବା ଦେବୀ ଠାରୁ ଆରମ୍ଭ କରି ଚକ ରେ ମଧ୍ୟ ପ୍ରାଇମର ଦେବା କାର୍ଯ୍ୟ ଆରମ୍ଭ କରିଛନ୍ତି। ତେବେ ପୋଟଳ ଓ ପାରାଭାଡ଼ି ପାଇଁ ଆବଶ୍ୟକୀୟ କାଠ ସମିଲରୁ ଆସି ରଥଖଳାରେ ପହଞ୍ଚିବା ବିଳମ୍ବ ହେବା ଯୋଗୁଁ କାର୍ଯ୍ୟ ଶିଥିଳ ହେଉଛି।ତେଣୁ ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ ତତପରତା ନ ଦେଖାଇଲେ କାର୍ଯ୍ୟ ବିଳମ୍ବ ହେବ ବୋଲି ଅଭିଯୋଗ ହୋଇଛି।

Also Read- ଦୀର୍ଘ ବର୍ଷ ହେବ ଧରୁଥିଲେ ସାପ, ଆଜି ଚୋଟରେ ଗଲା ଜୀବନ

Also Read- Budh Guru Grah Gochar 2024: କୃତିକା ନକ୍ଷତ୍ରରେ ୨ଗ୍ରହଙ୍କ ସଂଯୋଗ, ୫ଟି ରାଶିକୁ ଫାଇଦା