Tunisha Sharma Case: କଟାଯିବ ନାହିଁ ସିଜାନ ଖାନଙ୍କ ଲମ୍ବା କେଶ, ଜେଲରେ ମିଳିବ ସୁରକ୍ଷା, ଅଭିନେତାଙ୍କ ଦାବି ମାନିଲ କୋର୍ଟ
Advertisement
Article Detail0/zeeodisha/odisha1513074

Tunisha Sharma Case: କଟାଯିବ ନାହିଁ ସିଜାନ ଖାନଙ୍କ ଲମ୍ବା କେଶ, ଜେଲରେ ମିଳିବ ସୁରକ୍ଷା, ଅଭିନେତାଙ୍କ ଦାବି ମାନିଲ କୋର୍ଟ

Tunisha Sharma Case:ଟିଭି ଅଭିନେତ୍ରୀ ତୁନିଷା ଶର୍ମାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଦିନକୁ ଦିନ ସସପେନ୍ସ ବଢିବାରେ ଲାଗିଛି । ଏପରିକି ଏହି ଘଟଣାରେ ନୂଆ ଟ୍ବିଷ୍ଟ ମଧ୍ୟ ସାମ୍ନାକୁ ଆସୁଛି । ଏହି ଘଟଣାରେ ଗିରଫ ହୋଇ ଏବେ ୧୪ ଦିନିଆ ନ୍ୟାୟିକ ହେପାଜତରେ ଜେଲରେ ଅଛନ୍ତି ତୁନିଷାଙ୍କ ପ୍ରେମିକ ତଥା କୋଷ୍ଟାର ସିଜାନ୍ ମହମ୍ମଦ ଖାନ ।

Tunisha Sharma Case:  କଟାଯିବ ନାହିଁ ସିଜାନ ଖାନଙ୍କ ଲମ୍ବା କେଶ,  ଜେଲରେ ମିଳିବ ସୁରକ୍ଷା, ଅଭିନେତାଙ୍କ ଦାବି ମାନିଲ କୋର୍ଟ

Tunisha Sharma Case: ଟିଭି ଅଭିନେତ୍ରୀ ତୁନିଷା ଶର୍ମାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଦିନକୁ ଦିନ ସସପେନ୍ସ ବଢିବାରେ ଲାଗିଛି । ଏପରିକି ଏହି ଘଟଣାରେ ନୂଆ ଟ୍ବିଷ୍ଟ ମଧ୍ୟ ସାମ୍ନାକୁ ଆସୁଛି । ଏହି ଘଟଣାରେ ଗିରଫ ହୋଇ ଏବେ ୧୪ ଦିନିଆ ନ୍ୟାୟିକ ହେପାଜତରେ ଜେଲରେ ଅଛନ୍ତି ତୁନିଷାଙ୍କ ପ୍ରେମିକ ତଥା କୋଷ୍ଟାର ସିଜାନ୍ ମହମ୍ମଦ ଖାନ । କିଛି ଦିନ ପୂର୍ବରୁ ସିଜାନଙ୍କ ତରଫରୁ ତାଙ୍କ ଓକିଲ କୋର୍ଟରେ ଆବେଦନ କରିଥିଲେ ଯେ ଅଭିନେତାଙ୍କ କେଶ କଟାଯିବ ନାହିଁ । ଏହା ବ୍ୟତୀତ ସିଜାନଙ୍କୁ ଜେଲରେ ତାଙ୍କ ସୁରକ୍ଷା ଏବଂ ଡାକ୍ତରୀ ପରାମର୍ଶ ମାଗିଥିଲେ। ମଙ୍ଗଳବାର ଦିନ କୋର୍ଟ ସିଜନ ଖାନଙ୍କ ଏହି ଦାବିକୁ ଗ୍ରହଣ କରିଛନ୍ତି। ଆଗାମୀ ଏକ ମାସ ପାଇଁ ସିଜାନ ଖାନ  କଟାଯିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜାନୁଆରୀ  ୭ ତାରିଖରେ ସିଜାନଙ୍କ ଜାମିନ ଆବେଦନର ଶୁଣାଣୀ ହେବ । 

ତେବେ, ତୁନିଶାଙ୍କ ଆତ୍ମହତ୍ୟାକୁ ନେଇ ନୂଆ ନୂଆ ଦିଗ ପଦାକୁ ଆସୁଛି । ନିକଟରେ ତୁନିଶାଙ୍କ ମୃତ୍ୟୁକୁ ନେଇ ବଡ଼ ବୟାନ ଦେଇଥିଲେ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ଗିରୀଶ ମହାଜନ । ତୁନିଶାଙ୍କ ମୃତ୍ୟୁକୁ ସେ ଲଭ୍ ଜିହାଦ ସହ ଯୋଡ଼ିଛନ୍ତି । ଏହାଏକ ଲଭ୍ ଜିହାଦ ମାମଲା ଏବଂ ପୋଲିସ ଏହାର ତଦନ୍ତ କରୁଛି । ଏଭଳି ମାମଲା ଦିନକୁ ଦିନ ବଢ଼ୁଥିବା ଦେଖୁଛୁ ଏବଂ ଏହା ବିରୋଧରେ କଠୋର ଆଇନ୍ ଆଣିବା ଉପରେ ବିଚାର ଚାଲିଥିବା ମନ୍ତ୍ରୀ କହିଛନ୍ତି । ଏହା ପୂର୍ବରୁ ବିଜେପି ନେତା ରାମ କଦମ କହିଥିଲେ ଯେ ଯଦି ଲଭ୍ ଜିହାଦ ମାମଲା ସାମ୍ନାକୁ ଆସେ, ତେବେ ଏହାର ତଦନ୍ତ ଜରାଯିବ । କିନ୍ତୁ ମୁମ୍ବାଇ ଏସପି ଚନ୍ଦ୍ରକାନ୍ତ ଯାଦବ କହିଛନ୍ତି ଯେ ଏହି ମାମଲାରେ ସେଭଳି କୌଣସି ମାମଲା ସାମ୍ନାକୁ ଆସିନାହିଁ ।

ଏହାବି ପଢନ୍ତୁ : Pathaan Controversy: ପୁଣି ଚର୍ଚ୍ଚାରେ 'ପଠାନ',ବଦଳିଲା ଟାଇଟେଲ,ଫିଲ୍ମରେ ହେଲା ବଡ ପରିବର୍ତ୍ତନ !

ସୂଚନା ଅନୁସାରେ, ଡିସେମ୍ବର ୨୪ରେ ସିଜାନ ଖାନଙ୍କ ପ୍ରେମିକା ତଥା ଅଭିନେତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା କରିଥିଲେ ।  ଗଣମାଧ୍ୟମ ରିପୋର୍ଟରୁ ଅନୁଯାୟୀ ତୁନିଶା ସୋ’ର ସେଟରେ ଏହି ପଦକ୍ଷେପ ନେଇଥିଲେ । ସୋ’ର ମୁଖ୍ୟ ଅଭିନେତାଙ୍କ ମେକ୍ ଅପ ରୁମରେ ଫାଶୀ ଲଗାଇ ନିଜେ ଆତ୍ମହତ୍ୟା (Tunisha Sharma Suicide) କରିଥିଲେ । ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତୁନିଶା ସୁଟିଂ ସେଟରେ ଏଭଳି ଚରମ ପଦକ୍ଷେପ ନେଇ ଥିବାରୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ତୁନିଶା ମୁମ୍ବାଇରେ ନିଜ ମାଆଙ୍କ ସହ ରହୁଥିଲେ। ତେବେ, ଆତ୍ମହତ୍ୟାର ଗୋଟିଏ ଦିନ ପୂର୍ବରୁ ନିଜ ମାଆଙ୍କୁ କହିଥିଲେ ଯେ,ସେ ସିଜାନ (Sheezan Khan)ଙ୍କୁ ଚାହାଁନ୍ତି । ଏବଂ ଆଗକୁ ମଧ୍ୟ ତାଙ୍କ ସହ ସମ୍ପର୍କରେ ରହିବାକୁ ଚାହାଁନ୍ତି । ଏବଂ ଭିନିତା ମଧ୍ୟ ସିଜାନଙ୍କ ସହ ଏନେଇ କଥା ହୋଇଥିଲେ। ତୁନିଶାଙ୍କ ସହ ସିଜାନ ଆଗକୁ ସମ୍ପର୍କରେ ରଖିବାକୁ ଚାହୁଁ ନ ଥିଲେ ବୋଲି ଭିନିତା ଅଭିଯୋଗ ଆଣିଛନ୍ତି । ତୁନିଶାର ମୃତ୍ୟୁ ପାଇଁ ସେ ବୟଫ୍ରେଣ୍ଡ ସିଜାନ ଖାନଙ୍କୁ ଦାୟୀ କରିଛନ୍ତି । ପ୍ରେମରେ ପ୍ରତାରଣା ଓ ଅନ୍ୟ ଝିଅମାନଙ୍କ ସର୍ମ୍ପକ ରଖି ଧୋକା ଦେଇଥିବା ଯୋଗୁଁ ତୁନିଶା ବାଧ୍ୟ ହୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ଭିନିତା ଶର୍ମା ।