Urfi Javed: ସନି ଲିଓନିଙ୍କୁ ଉର୍ଫିଙ୍କ କଟାକ୍ଷ, 'ମୋ ପରି ତୁମେ ହୋଇ ପାରିବନି'
Advertisement

Urfi Javed: ସନି ଲିଓନିଙ୍କୁ ଉର୍ଫିଙ୍କ କଟାକ୍ଷ, 'ମୋ ପରି ତୁମେ ହୋଇ ପାରିବନି'

Urfi Javed : ବିଗବସ୍ ଓଟିଟି ଫେମ୍ ଉର୍ଫି ଜାଭେଦ୍ । ନିଜର ଅଜବ ପୋଷାକ ପରିଧାନ ନେଇ ଅଧିକାଂଶ ସମୟରେ ଟ୍ରୋଲ ହୁଅନ୍ତି ଉର୍ଫି । କିଛି ଲୋକଙ୍କୁ ଉର୍ଫିଙ୍କ ଅନ୍ଦାଜ ଖୁବ ପସନ୍ଦ ହେଉଥିବା ବେଳେ, ଆଉ କିଛି ଲୋକେ ତାଙ୍କୁ କଟାକ୍ଷ କରିବାକୁ ପଛାନ୍ତି ନାହିଁ।

Urfi Javed: ସନି ଲିଓନିଙ୍କୁ ଉର୍ଫିଙ୍କ କଟାକ୍ଷ, 'ମୋ ପରି ତୁମେ ହୋଇ ପାରିବନି'

Urfi Javed : ବିଗବସ୍ ଓଟିଟି ଫେମ୍ ଉର୍ଫି ଜାଭେଦ୍ । ନିଜର ଅଜବ ପୋଷାକ ପରିଧାନ ନେଇ ଅଧିକାଂଶ ସମୟରେ ଟ୍ରୋଲ ହୁଅନ୍ତି ଉର୍ଫି । କିଛି ଲୋକଙ୍କୁ ଉର୍ଫିଙ୍କ ଅନ୍ଦାଜ ଖୁବ ପସନ୍ଦ ହେଉଥିବା ବେଳେ, ଆଉ କିଛି ଲୋକେ ତାଙ୍କୁ କଟାକ୍ଷ କରିବାକୁ ପଛାନ୍ତି ନାହିଁ। ଏପରିକି ଅଧିକାଂଶ ସମୟରେ ସେ ନିଜ ଅଡ୍ ଡ୍ରେସିଂ ପାଇଁ ଚର୍ଚ୍ଚାରେ ରୁହନ୍ତି । ବର୍ତ୍ତମାନ ତାଙ୍କ ପୋଷାକକୁ ନେଇ ମୁହଁ ଖୋଲିଛନ୍ତି ଅଭିନେତ୍ରୀ ସନି ଲିଓନି । ସନିଙ୍କର ଏପରି କମେଣ୍ଟକୁ ନେଇ ମୁତୋଡ ଜବାବ ଦେଇଛନ୍ତି ଉର୍ଫି। 

ଏକ ଘରୋଇ ଟିଭି ଚ୍ୟାନେଲରେ ପ୍ରସାରିତ ହେଉଥିବା ରିୟଲିଟି ଶୋ' ସ୍ପିଲ୍ଚଭିଲା ଏକ୍ସ ୪' (Splitsvilla X4) କୁ ସନି ଲିଓନି ଓ ଅର୍ଜୁନ ବିଜଲାନି ହୋଷ୍ଟ କରୁଛନ୍ତି। 
ଏହି ରିୟଲିଟି ଶୋ'ରେ ଅଂଶ ଗ୍ରହଣ କରିଛନ୍ତି ସୋସିଆଲ ମିଡିଆ ସେନସେସନ ଉର୍ଫି ଜାଭେଦ । ନିକଟେର ପ୍ରସାରିତ ହୋଇଥିବା  ଏହି ଶୋ'ରେ ଉର୍ଫି ଏକ ବ୍ଲାକ କର୍ଲର ପୋଷାକ ପିନ୍ଧି ଥିବା ନଜରି ଆସିଥିଲେ। ଏହି ପୋଷାକଟି ଟିକେ ଭିନ୍ନ ଭାବେ ଡିଜାଇନ ହୋଇଥିଲା। ଉର୍ଫି ପିନ୍ଧିଥିବା ଏହି ପୋଷାକରେ ଦୁଇଟି ହଂସ ତାଙ୍କ ଛାତି ଉପରେ ଡିଜାଇନ ହୋଇଥିବା ଦେଖିବାକୁ ମିଳିଥିଲା। ଏହି ପୋଷାକକୁ ନେଇ ଅଭିନେତ୍ରୀ ସନି ସମାଲୋଚନା କରିଥିଲେ ।  ଏବଂ ସେ କହିଥିଲେ ଯେ,' ଉର୍ଫି ତୁମର ପୋଷାକ ଅତି ଚମକ୍କାର, ଏବଂ ଏହା ଏକ ପ୍ରକାର  ସମୁଦ୍ର କୂଳେ ପିନ୍ଧା ଯାଉଥିବା ପୋଷାକ (ବିକିନି)  ପରି ଦେଖାଯାଉଛି। ମୁଁ ତୁମର ପୋଷାକ ପସନ୍ଦକୁ ଭଲ ପାଏ ଏବଂ ଏହାକୁ ମୁଁ ମଧ୍ୟ ବହୁତ ପସନ୍ଦ କରେ ।' ସେପଟେ, ସନିଙ୍କ ଏଭଳି ମନ୍ତବ୍ୟକୁ ନେଇ ମୁହଁ ଖୋଲିଛନ୍ତି ଉର୍ଫି। ସେ କହିଛନ୍ତି ଯେ, "ମୁଁ ମୋର ଅନନ୍ୟ ପୋଷାକ ପାଇଁ ମଧ୍ୟ ବେଶ୍ ଜଣାଶୁଣା, ତୁମେ ମୋ ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିବ, କିନ୍ତୁ ତୁମେ ମୋର ପୋଷାକ ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିବ ନାହିଁ, କାରଣ ଏହା ସର୍ବଦା କାହାର କଳ୍ପନା ବାହାରେ ଥାଏ  ।'

 

 
 
 
 

 
 
 
 
 
 
 
 
 
 
 

A post shared by Uorfi (@urf7i)

ଏହାବି ପଢନ୍ତୁ : Urvashi Rautela: ଉର୍ବଶୀଙ୍କୁ ଏପରି ବେଶ କରିବା ପାଇଁ ଋଷଭ ପନ୍ଥ ହିଁ ଦାୟୀ !

ନିକଟରେ ଭାରତୀୟ ପ୍ରଖ୍ୟାତ ଔପନ୍ୟାସିକ ତଥା ଲେଖକ ଏବଂ ପ୍ରେରଣାଦାୟୀବକ୍ତା ଚେତନ ଭଗତ ଉର୍ଫିଙ୍କ ବିଷୟରେ କିଛି କହିଥିଲେ । ଯାହାକୁ ନେଇ ଚେତନଙ୍କୁ କଡା ଜବାବ ଦେଇଥିଲେ ଉର୍ଫି ।  ଭାରତୀୟ ଲେଖକ ଚେତନ ଭାଗତଙ୍କର ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ସେ କହିଥିଲେ ଯେ, 'ଆଜିର ସମୟରେ ଲୋକମାନେ ନିଜ ବେଡ ରୁମରେ ଚାଦର ତଳେ ଉର୍ଫି ଜାଭେଦଙ୍କ ଫଟୋ ଦେଖନ୍ତି । ଉର୍ଫିଙ୍କର ସମସ୍ତ ପୋଷାକ ବିଷୟରେ ସମସ୍ତେ ଭଲ ଭାବରେ ଜାଣିଛନ୍ତି । ଏହା ଉର୍ଫିଙ୍କ ଦୋଷ ନୁହେଁ, ସେ ନିଜ କ୍ୟାରିୟର ଉପରେ ଧ୍ୟାନ ଦେଉଛନ୍ତି। କିନ୍ତୁ ଲୋକମାନେ ନିଜ ବେଡର ଚାଦର ତଳେ ଢାଙ୍କି ହୋଇ ଉର୍ଫିଙ୍କ ଫଟୋ ଦେଖୁଛନ୍ତି । ଏଥିରୁ ଜଣାପଡୁଛି ଯେ ଉର୍ଫି ଏହା  ଖରାପ ସମୟ ଦେଇ ଗତି କରିଛନ୍ତି। ' ସେପଟେ,  ଏହାର କଡା ଜବାବ୍ ଦେଇଥିଲେ ଉର୍ଫି।  ଉର୍ଫି ତାଙ୍କ ଇନଷ୍ଟାଗ୍ରାମରେ କ୍ୟାପସନ୍ ସହିତ ଅନେକ ଫଟୋ ସେୟାର କରିଥିଲେ ଏବଂ ଚେତନଙ୍କୁ ଟାର୍ଗେଟ କରୁଥିବା ଏକ ଭିଡିଓ ମଧ୍ୟ ସେୟାର କରିଥିଲେ । ଏକ ଖବରକାଗଜରୁ କିଛି ପୃଷ୍ଟା କାଟି ସେ ନିଜ ଇନଷ୍ଟା ଷ୍ଚାଟସରେ ରଖିଥିଲେ । ଏବଂ ସେ ଲେଖିଥିଲେ ଯେ, 'ପ୍ରିୟ ଚେତନ ଭାଗତ, ଉର୍ଫି ଜାଭେଦଙ୍କ ଫଟୋ ଯୁବକମାନଙ୍କୁ ବିଭ୍ରାନ୍ତ କରେ ନାହିଁ ଯେପରି ମାମୁଁମାନେ ଅନାବଶ୍ୟକ ଜ୍ଞାନ ଦିଅନ୍ତି।' ସେ କ୍ୟାପସନରେ ଲେଖିଥିଲେ ଯେ, 'ଯେତେବେଳେ ଇନଷ୍ଟାଗ୍ରାମ କିମ୍ବା ଓ୍ବାଟସପ୍ ରେ ବୟସ୍କ ଲୋକମାନେ ନିଜ ଝିଅ ବୟସର ଝିଅଙ୍କୁ ମେସଜ୍ କରନ୍ତି , ସେତେବେଳେ ଝିଅମାନଙ୍କର ପୋଷାକ ମଧ୍ୟ ଆପଣଙ୍କୁ ବିଭ୍ରାନ୍ତ କରିଥାଏ।' ତେବେ ଉର୍ଫିଙ୍କ ଏପରି ବୟାନ ପରେ କ୍ଷମା ପ୍ରାର୍ଥନା କରିଥିଲେ ଚେତନ ଭଗତ ।