Urvashi Rautela: ଭାବି ଜ୍ୱାଇଁଙ୍କୁ ଦେଖା କରିବାକୁ ହସ୍ପିଟାଲରେ ପହଞ୍ଚିଲେ ଉର୍ବଶୀଙ୍କ ମା' !
Advertisement
Article Detail0/zeeodisha/odisha1522425

Urvashi Rautela: ଭାବି ଜ୍ୱାଇଁଙ୍କୁ ଦେଖା କରିବାକୁ ହସ୍ପିଟାଲରେ ପହଞ୍ଚିଲେ ଉର୍ବଶୀଙ୍କ ମା' !

Meera Rautela Post: ଭାରତୀୟ କ୍ରିକେଟ୍‌ ତାରକା ଋଷଭ ପନ୍ତଙ୍କ ଦୁର୍ଘଟଣା ପରେ ସାରା ଦେଶରେ ତାଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା ଆରମ୍ଭ ହୋଇ ଯାଇଥିଲା। ଦୁର୍ଘଟଣା ପରେ ଋଷଭଙ୍କ ତଥାକଥିତ ପ୍ରେମିକା ଉର୍ବଶୀ ରୌତେଲାଙ୍କ ମାଆ ମୀରା ରୌତେଲା ବି ତାଙ୍କ ସୁସ୍ଥତା କାମନା କରି ସୋସିଆଲ୍‌ ମିଡିଆରେ ଏକ ପୋଷ୍ଟ୍‌ କରିଥିଲେ। ଯାହାକୁ ନେଇ ତା‌ଙ୍କୁ ଟ୍ରୋଲ୍‌ରଙ୍କ ସାମ୍ନା କରିବାକୁ ପଡ଼ିଥିଲା। ସୋସିଆଲ୍‌ ମିଡିଆରେ ଋଷଭଙ୍କ ସୁସ୍ଥତା କାମନା କରି ପୋଷ୍ଟ କରିଥିବାରୁ ଉର୍ବଶୀଙ୍କ ମାଆଙ୍କୁ ସୋସିଆଲ୍‌ ମିଡିଆ ବ୍ୟବହାରକ‌ାରୀ ଟ୍ରୋଲ୍‌ କରିଥିଲେ। ତେବେ, ଉର୍ବଶୀଙ୍କ ମାଆଙ୍କୁ ନେଇ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

Urvashi Rautela: ଭାବି ଜ୍ୱାଇଁଙ୍କୁ ଦେଖା କରିବାକୁ ହସ୍ପିଟାଲରେ ପହଞ୍ଚିଲେ ଉର୍ବଶୀଙ୍କ ମା' !

Meera Rautela Post: ଭାରତୀୟ କ୍ରିକେଟ୍‌ ତାରକା ଋଷଭ ପନ୍ତଙ୍କ ଦୁର୍ଘଟଣା ପରେ ସାରା ଦେଶରେ ତାଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା ଆରମ୍ଭ ହୋଇ ଯାଇଥିଲା। ଦୁର୍ଘଟଣା ପରେ ଋଷଭଙ୍କ ତଥାକଥିତ ପ୍ରେମିକା ଉର୍ବଶୀ ରୌତେଲାଙ୍କ ମାଆ ମୀରା ରୌତେଲା ବି ତାଙ୍କ ସୁସ୍ଥତା କାମନା କରି  ସୋସିଆଲ୍‌ ମିଡିଆରେ ଏକ ପୋଷ୍ଟ୍‌ କରିଥିଲେ। ଯାହାକୁ ନେଇ ତା‌ଙ୍କୁ ଟ୍ରୋଲ୍‌ରଙ୍କ ସାମ୍ନା କରିବାକୁ ପଡ଼ିଥିଲା। ସୋସିଆଲ୍‌ ମିଡିଆରେ ଋଷଭଙ୍କ ସୁସ୍ଥତା କାମନା କରି ପୋଷ୍ଟ କରିଥିବାରୁ ଉର୍ବଶୀଙ୍କ ମାଆଙ୍କୁ ସୋସିଆଲ୍‌ ମିଡିଆ ବ୍ୟବହାରକ‌ାରୀ ଟ୍ରୋଲ୍‌ କରିଥିଲେ। ତେବେ, ଉର୍ବଶୀଙ୍କ ମାଆଙ୍କୁ ନେଇ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏବଂ ପୁଣି ଥରେ ୟୁଜର୍ସଙ୍କୁ ଟ୍ରୋଲ କରିବା ପାଇଁ ଖୋରାକ ଯୋଗାଇଛି।  ଏଭଳି ପରିସ୍ଥିତିରେ ଋଷଭ ଚିକିତ୍ସିତ ହେଉଥିବା ହସପିଟାଲର ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଉର୍ବଶୀଙ୍କ ମାଆ ମୀରା ରୌତେଲା । ଯାହାକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି।

ମୀରା ରୌତେଲାଙ୍କ ସୋସିଆଲ ମିଡିଆ ପୋଷ୍ଟ  :
 ସୋସିଆଲ ମିଡିଆ ପୋଷ୍ଟର କ୍ୟାପସନରେ ମୀରା ରୌତେଲା ଋଷଭ ପନ୍ତଙ୍କୁ ଉତ୍ସାହିତ କରି ଲେଖିଛନ୍ତି,'ପୁଅ ସବୁ ଭଲତ ,ଚିନ୍ତା କର ନାହିଁ(Everything is alright, don't worry beta)'।  ଏଭଳି ପରିସ୍ଥିତିରେ ୟୁଜର୍ସମାନେ ମୀରା ରୌତେଲାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି । ତେବେ, ଚର୍ଚ୍ଚା ହେଉଛି ଯେ, ଉର୍ବଶୀଙ୍କ ମାଆ ଋଷଭଙ୍କୁ ଦେଖିବା ପାଇଁ ମେଡିକାଲ ଯାଇଥିଲେ ।  

ପୋଷ୍ଟରେ କଡା ମନ୍ତବ୍ୟ:
ଜଣେ ୟୁଜର୍ସ ମୀରାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ 'କଲ୍ କିମ୍ବା ହ୍ବାଟସପ ମାଧ୍ୟମରେ ଆପଣ ଏହି କଥା କହିପାରିବ ।' ସେହିପରି, ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି 'ତୁମର ମୂଳ ପରିଚୟ ସହିତ ଉର୍ବଶୀ ଆସ।'ତୃତୀୟ ୟୁଜର୍ସ ଲେଖିଛନ୍ତି,'କି ବେଲଜ୍ଜ୍ୟା ପରିବାର, ଭିକ୍ଷା କରି ବଞ୍ଚିବା ଭଲ,ଏଭଳି ଶସ୍ତା ଲୋକପ୍ରିୟତା ପାଇଁ ଏଭଳି କିଛି କରନାହିଁ, କିଛି ଲଜ୍ଜା କର '।

ଋଷଭ ପନ୍ତ ଯେଉଁଠିକି ଯାଆନ୍ତି ଉର୍ବଶୀ ତାଙ୍କ ପିଛା କରି ସେଠି ପହଞ୍ଚି ଯାଆନ୍ତି । ନିକଟରେ ସୋସିଆଲ ମିଡିଆରେ ଉର୍ବଶୀ ମଧ୍ୟ କୋକିଲାବେନ୍ ହସ୍ପିଟାଲର ଫଟୋ ସେୟାର କରିଥିଲେ। ଏପରି ପରିସ୍ଥିତିରେ ୟୁଜର୍ସମାନେ ତାଙ୍କୁ କଡା ମନ୍ତବ୍ୟ ଦେଇଥିଲେ। ଏବଂ କହିଛନ୍ତି , ଯଦି ଜଣେ ପୁଅ ଝିଅର ଏଭଳି ପିଛା କରେ ତେବେ,ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥାଏ । ଉର୍ବଶୀ ଜଣେ ଝିଅ ବୋଲି ସେଥିପାଇଁ ଏଥିରୁ ସେ ବର୍ତ୍ତି ଯାଉଛନ୍ତି । 

Also Read : Salman Khan : ଟେନସନରେ ସଲୁମିଆଁ, ଭାଇଜାନଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଲେ ପୂର୍ବତନ ପ୍ରେମିକା

fallback

ଟିମ୍ ଇଣ୍ଡିଆର ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ (Rishabh Pant) ଏକ କାର ଦୁର୍ଘଟଣା (Rishabh Pant Car Accident) ପରେ ଗୁରୁତର ଆହତ (Rishabh Pant Injured) ହୋଇଥିଲେ । ବର୍ତ୍ତମାନ ଋଷଭ ପନ୍ତ ଡାକ୍ତରଖାନାରେ ଭର୍ତ୍ତି ଅଛନ୍ତି । ଋଷଭ ପନ୍ତଙ୍କୁ ଦେହରାଡୁନର ମ୍ୟାକ୍ସ ହସ୍ପିଟାଲରୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯେଉଁଠାରେ ତାଙ୍କ ଲିଗାମେଣ୍ଟ ଟିୟରର ଅସ୍ତ୍ରୋପଚାର କରଯାଇଛି । ଏବେ ଋଷଭ ପନ୍ତଙ୍କ ବିଷୟରେ ଏକ ବଡ ଖବର ସାମ୍ମାକୁ ଆସୁଛି । ଇନସାଇଡ୍ ସ୍ପୋର୍ଟସର ଏକ ରିପୋର୍ଟ ଅନୁଯାୟୀ, ଋଷଭ ପନ୍ତ ୮-୯ ମାସ ପର୍ଯ୍ୟନ୍ତ କୌଣସି ମ୍ୟାଚ୍ ଖେଳି ପାରିବେ ନାହିଁ । ଏହାର ଅର୍ଥ ହେଉଛି ଋଷଭ ପନ୍ତ ଆଇପିଏଲ୍ (IPL 2023) ସହିତ ଏସିଆ କପ୍ ୨୦୨୩ (Asia Cup 2023) ଓ ଦିନିକିଆ ବିଶ୍ୱକପ୍ ୨୦୨୩ (ODI World Cup 2023) ରୁ ଦୂରେଇ ରହିବେ ।