Advertisement
Photo Details/zeeodisha/odisha2532506
photoDetails0hindi

November 27 Love Horoscope: ଆୟୁଷ୍ମାନ ଯୋଗରୁ ୫ ରାଶିଙ୍କ ଲଭ ଲାଇଫରେ ପଡିବ ପ୍ରଭାବ...

November 27 Love Horoscope: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି, ଯାହା ପ୍ରେମର ଗ୍ରହ ବୋଲି ବିବେଚନା କରାଯାଏ। ବିଶ୍ୱାସ କରାଯାଏ ଯେ ଶୁକ୍ର ଯେତେବେଳେ ରାଶି ଓ ନକ୍ଷତ୍ର ପରିବର୍ତ୍ତନ କରନ୍ତି, ଏହାର ପ୍ରଭାବ ୧୨ଟି ରାଶିର ପ୍ରେମ ଜୀବନକୁ ବଦଳାଇ ଦିଏ । ଏହା ବ୍ୟତୀତ ଶୁକ୍ର ଗ୍ରହଙ୍କ ଭ୍ରମଣ ଅଶୁଭ ଏବଂ ଶୁଭ ଯୋଗ ମଧ୍ୟ ସୃଷ୍ଟି କରିଥାଏ, ଯାହାର ପ୍ରଭାବ ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରେମ ଜୀବନ ଉପରେ ମଧ୍ୟ ପଡିଥାଏ । ବୈଦିକ କ୍ୟାଲେଣ୍ଡର ଅନୁଯାୟୀ ଆସନ୍ତାକାଲି ୨୭ ନଭେମ୍ବର ୨୦୨୪ ମାର୍ଗଶୀର୍ଷ ମାସର କୃଷ୍ଣ ପକ୍ଷର ଦ୍ୱାଦଶୀ ତିଥି ଅଟେ । ଏଥିସହିତ ଆୟୁଷ୍ମାନ ଯୋଗ ସୃଷ୍ଟି ହେଉଛି, ଯାହାର ପ୍ରଭାବ ୫ଟି ରାଶିର ବ୍ୟକ୍ତିଙ୍କ ପ୍ରେମ ଜୀବନ ଉପରେ ପଡ଼ିବ। ଆସନ୍ତୁ ଜାଣିବା ଏହି ଯୋଗ ଆପଣଙ୍କ ପାଇଁ ଶୁଭ ନା ଅଶୁଭ।

 

1/5

ବୃଷ ରାଶି ଯେଉଁମାନେ ଅବିବାହିତ ଅଛନ୍ତି ସେମାନେ ଆସନ୍ତାକାଲି ନିଜ ଜୀବନସାଥୀଙ୍କୁ ଭେଟିପାରିବେ। ବିବାହିତ ଓ ପ୍ରତିବଦ୍ଧ ଦମ୍ପତିଙ୍କ ମଧ୍ୟରେ ଚାଲିଥିବା ସମସ୍ୟାର ଅନ୍ତ ଘଟିବ। ସାଥୀଙ୍କ ସହ ସମୟ ବିତାଇବା ଦ୍ୱାରା ଆପଣ ଖୁସି ଅନୁଭବ କରିବେ। ଶୁଭ ରଙ୍ଗ: ଗୋଲାପୀ ଲକି ନମ୍ବର: ୮

Also Read: Grah Gochar: ଡିସେମ୍ବରରେ ଏକାସାଥୀରେ ୭ଟି ବଡ଼ ଗ୍ରହର ନକ୍ଷତ୍ର ସହ ରାଶି ପରିବର୍ତ୍ତନ, ୩ ରାଶି ହେବେ ଧନବାନ

Also Read: IPL 2025: ନିଲାମୀ ପରେ ଜାଣନ୍ତୁ କେଉଁ ଟିମ୍ କେତେ ଷ୍ଟ୍ରଙ୍ଗ, କିଏ କେଉଁ ଦଳରେ ହେଲେ ସାମିଲ୍?

2/5

କନ୍ୟା ରାଶି ଯଦି ଆପଣ ବିବାହିତ, ତେବେ ଆସନ୍ତାକାଲି ଆପଣଙ୍କ ପାଇଁ ଏକ ସ୍ମରଣୀୟ ଦିନ ହେବାକୁ ଯାଉଛି । ସମ୍ପର୍କରେ ରହିଥିବା ଲୋକଙ୍କ ପାଇଁ ଆସନ୍ତାକାଲିର ଦିନଟି ସୁବର୍ଣ୍ଣ ହେବାକୁ ଯାଉଛି। ଜୀବନସାଥୀଙ୍କ ସହ ସମୟ ଅତିବାହିତ କରିବା ପାଇଁ ଭଲ ସମୟ ପାଇବେ। ଶୁଭ ରଙ୍ଗ: କମଳା ଲକି ନମ୍ବର: ୩

3/5

ତୁଳା ରାଶି ଯେଉଁମାନଙ୍କ ର ପିତାମାତା ଆପଣଙ୍କ ବିବାହ ପାଇଁ ସମ୍ବନ୍ଧ ଖୋଜୁଛନ୍ତି ସେମାନଙ୍କୁ ଖୁବଶୀଘ୍ର ଖୁସି ଖବର ମିଳିବାର ସମ୍ଭାବନା ରହିଛି । ବିବାହିତ ଓ ପ୍ରତିବଦ୍ଧ ଦମ୍ପତିଙ୍କ ମଧ୍ୟରେ ଦୂରତା ଶେଷ ହେବ। ଏକାକୀ ସମୟ ବିତାଇବା ଦ୍ୱାରା ଭୁଲ ବୁଝାମଣା ଦୂର ହେବ। ଶୁଭ ରଙ୍ଗ: କମଳା ଲକି ନମ୍ବର: ୭

4/5

ମକର ରାଶି ଯଦି ଆପଣଙ୍କ ସାଥୀଙ୍କ ସହ ଝଗଡ଼ା ହୋଇଛି, ତେବେ ଏହା ଆପଣଙ୍କ ପାର୍ଟନରଙ୍କ ସହ ଏ ବିଷୟରେ କଥା ହେବାର ଏକ ସୁବର୍ଣ୍ଣ ସମୟ ।  ଦୁହିଁଙ୍କ ମଧ୍ୟରେ ଥିବା ସମ୍ପର୍କ ସବୁଦିନ ପାଇଁ ଭଲ ରହିବ, ଅବିବାହିତ ବ୍ୟକ୍ତିଙ୍କ କୁଣ୍ଡଳୀରେ ଗ୍ରହମାନଙ୍କର ସ୍ଥିତି ଠିକ୍ ରହିଛି , ଯେଉଁକାରଣରୁ ବିବାହ ର ଯୋଗ ସୃଷ୍ଟି ହେଉଛି। ଶୁଭ ରଙ୍ଗ: ଗୋଲାପୀ ଲକି ନମ୍ବର: ୨

5/5

କୁମ୍ଭ ରାଶି ବିବାହିତ ଏବଂ ପ୍ରତିଶ୍ରୁତିବଦ୍ଧ ସମ୍ପର୍କରେ ଥିବା ବ୍ୟକ୍ତିଙ୍କ ସାଥୀ ସେମାନଙ୍କୁ ଏକ ସରପ୍ରାଇଜ୍ ଦେବା ପାଇଁ ବାହାରକୁ ନେଇ ଯାଇପାରନ୍ତି । ସାଥୀଙ୍କ ସହ ଏକାକୀ ସମୟ ବିତାଇବା ଦ୍ୱାରା ସେମାନେ ସେମାନଙ୍କୁ ଭଲ ଭାବରେ ଜାଣିବାର ସୁଯୋଗ ପାଇବେ, ଯାହା ପାରସ୍ପରିକ ପ୍ରେମକୁ ବଢାଇବ ଏବଂ ସମ୍ପର୍କକୁ ଗଭୀର କରିବ । ପରିବାର ସଦସ୍ୟଙ୍କ ଆଶୀର୍ବାଦ ରେ ଅବିବାହିତ ବ୍ୟକ୍ତିଙ୍କ ସମ୍ପର୍କ ନିଶ୍ଚିତ ହୋଇପାରେ । ଶୁଭ ରଙ୍ଗ: ବ୍ରାଉନ୍ ଲକି ନମ୍ବର:୮

(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)