Vaani Kapoor Birthday: ବଲିଉଡ଼ ସହିତ ଅଭିନେତ୍ରୀଙ୍କର ପୂର୍ବରୁ କୌଣସି ସମ୍ପର୍କ ନଥିଲେ ମଧ୍ଯ ବି-ଟାଉନର ବଡ଼ ବଡ଼ ସୁପରଷ୍ଟାରଙ୍କ ସହ ପରଦା ଉପରେ ନଜର ଆସିଛନ୍ତି ବାନି । କିନ୍ତୁ ତାଙ୍କର ଏହି ଯାତ୍ରା ଏତେ ସହଜ ନଥିଲା। ତେବେ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ଅଭିନେତ୍ରୀଙ୍କ ଜୀବନକୁ ନେଇ କିଛି ଖାସ୍ କଥା ।
Trending Photos
Vaani Kapoor Birthday: ୩୫ ବର୍ଷ ବୟସରେ ପର୍ଦାପଣ କଲେ ବଲିଉଡ଼ ଅଭିନେତ୍ରୀ ବାନି କପୁର (Vaani Kapoor )। ବଲିଉଡ଼ ସହିତ ଅଭିନେତ୍ରୀଙ୍କର ପୂର୍ବରୁ କୌଣସି ସମ୍ପର୍କ ନଥିଲେ ମଧ୍ଯ ବି-ଟାଉନର ବଡ଼ ବଡ଼ ସୁପରଷ୍ଟାରଙ୍କ ସହ ପରଦା ଉପରେ ନଜର ଆସିଛନ୍ତି ବାନି । କିନ୍ତୁ ତାଙ୍କର ଏହି ଯାତ୍ରା ଏତେ ସହଜ ନଥିଲା। ତେବେ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ଅଭିନେତ୍ରୀଙ୍କ ଜୀବନକୁ ନେଇ କିଛି ଖାସ୍ କଥା ।
ରଣବୀର ସିଂଙ୍କ (Ranvir singh) ସହ ଫିଲ୍ମ 'ବେଫିକ୍ରେ' (Befikre) ଜରିଆରେ ବଲିଉଡ଼ରେ ଡେବ୍ୟୁ କରିଥିବା ବାନି କପୁରଙ୍କୁ ହୁଏତ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ। ବଲିଉଡ଼ରେ କାମ କରିବା ସବୁ କଳାକାରଙ୍କ ସ୍ବପ୍ନ ହୋଇଥାଏ, କିନ୍ତୁ କିଛି ଅଭିନେତା ବା ଅଭିନେତ୍ରୀ ଏହି ଇଣ୍ଡଷ୍ଟ୍ରିରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ଲାଗି ସକ୍ଷମ ହୋଇଥାଆନ୍ତି । ନିଜର ବୋଲ୍ଡନସ୍ ସହ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିବା ବାନି କପୁରଙ୍କ ବଲିଉଡ଼ ଯାତ୍ରା ବେଶ ରୋମାଞ୍ଚକର ଥିଲା । ଅଭିନେତ୍ରୀ ସ୍ୱର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ (Sushant Singh Rajput) ଅଭିନୀତ ଫିଲ୍ମ 'ଶୁଦ୍ଧ ଦେଶୀ ରୋମାନ୍ସ'ରେ (Shuddh desi romance) ନଜର ଆସିଥିଲେ । ଆଜି ଅଭିନେତ୍ରୀ (Vaani Kapoor Birthday) ନିଜର ୩୫ତମ ଜନ୍ମଦିନ ପାଳନ କରୁଛନ୍ତି । ତେବେ ଏହି ଅବସରରେ ଆସନ୍ତୁ ଜାଣିବା ତାଙ୍କୁ ନେଇ କିଛି ଜଣା ଓ ଅଜଣା କଥା ।
ବଲିଉଡ଼ରେ ଡ଼େବ୍ୟୁ ପୂର୍ବରୁ କରୁଥିଲେ ଏହି କାମ
ଦିଲ୍ଲୀରେ ୧୯୮୮ ମସିହା ଅଗଷ୍ଟ ୨୩ ତାରିଖରେ ବାନି କପୁରଙ୍କ ଜନ୍ମ । ଇନ୍ଦିରାଗାନ୍ଧୀ ଓପନ ୟୁନିଭରର୍ସିଟିରେ ସେ ଟ୍ୟୁରଜିମରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଏହାପରେ ଜୟପୁରର ଓବରୋଇ ହୋଟେଲରେ (Oberoi hotel jaipur) ଇଣ୍ଟର୍ନସିପ୍ କରିବା ପରେ ସେ ଆଇଟିସି ହୋଟେଲରେ (ITC Hotels) କାମ କରିଥିଲେ । ଥରେ ହୋଟେଲରେ ଫିଲ୍ମ ସୁଟିଂ ଚାଲିଥିବା ବେଳେ ବାନିଙ୍କର ଫିଲ୍ମରେ କାମ କରିବା ନେଇ ଆଗ୍ରହ ହୋଇଥିଲା । ଏହାପରେ ଅଭିନେତ୍ରୀ ଚାକିରି ଛାଡି଼ ମଡେଲିଂ ଆରମ୍ଭ କରିଥିଲେ। ହେଲେ ତାଙ୍କ ପିତା ମଡେଲିଂକୁ ଆଦୌ ପସନ୍ଦ କରୁନଥିଲେ, କିନ୍ତୁ ମାଆ ତାଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିଥିଲେ ।
ଛୋଟ ପରଦା କରିଛନ୍ତି କାମ
ମଡେଲିଂ କରିବା ପରେ, ବାନି ୨୦୦୯ ମସିହାରେ ସୋନି ଟିଭିର (sony tv) ପ୍ରୋଗ୍ରାମ୍ ସ୍ପେଶାଲ୍ @ 10 ସହିତ ଛୋଟ ପରଦାରେ ଏଣ୍ଟ୍ରି କରିଥିଲେ । ଏହାପରେ ସେ ଲଗାତର ଭାବେ ଫିଲ୍ମ ଲାଗି ଅଡିସନ୍ ଦେବା ଆରମ୍ଭ କରିଥିଲେ । ଏହି ସମୟରେ ତାଙ୍କୁ ସୁଶାନ୍ତ ସିଂ ରାଜପୁତ ଓ ପରିଣୀତି ଚୋପ୍ରାଙ୍କ ଫିଲ୍ମ 'ଶୁଦ୍ଧ ଦେଶୀ ରୋମାନ୍ସ'ରେ କାମ କରିବା ନେଇ ସୁଯୋଗ ମିଳିଥିଲା । ବାସ୍ ଏହିଠାରୁ ତାଙ୍କ ବଲିଉଡ଼ ଯାତ୍ରା ଆରମ୍ଭ ହୋଇଥିଲା । ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ ମହିଳା ଡେବ୍ୟୁ ଭାବେ (Best Female Debut) ଫିଲ୍ମ ଫେୟାର ଆୱାର୍ଡ଼ (Best Female Debut) ମିଳିଥିଲା । ଏହାପରେ ବହୁ ବଲିଉଡ଼ ଫିଲ୍ମରେ ନଜର ଆସିଛନ୍ତି ଅଭିନେତ୍ରୀ ।
ଏହା ବି ପଢନ୍ତୁ-Sunny Deol: ନିଲାମୀ ହେବନି ସନ୍ନିଙ୍କ ବଙ୍ଗଳା! ଜାଣନ୍ତୁ କାହିଁକି ନିଷ୍ପତି ବଦଳାଇଲା ବ୍ୟାଙ୍କ