Virushka New Look: ଋଷିକେଶରୁ ଫେରିବା ପରେ ଏୟାରପୋର୍ଟରେ କିଛି ଏପରି ଅନ୍ଦାଜରେ ନଜର ଆସିଲେ ବିରୁଷ୍କା
Advertisement
Article Detail0/zeeodisha/odisha1555418

Virushka New Look: ଋଷିକେଶରୁ ଫେରିବା ପରେ ଏୟାରପୋର୍ଟରେ କିଛି ଏପରି ଅନ୍ଦାଜରେ ନଜର ଆସିଲେ ବିରୁଷ୍କା

Virushka New Look: ଋଷିକେଶରୁ ଫେରିବା ପରେ ଗତକାଲି ମୁମ୍ବାଇ ଏୟାରପୋର୍ଟରେ ବେଶ କୁଲ୍ ଅନ୍ଦାଜରେ ନଜର ଆସିଥିଲେ ବିରୁଷ୍କା। କିଛି ଦିନ ତଳେ ଅନୁଷ୍କା ଶର୍ମା ଓ ବିରାଟ କୋହଲି ନିଜ ଝିଅ ଭାମିକାଙ୍କ ସହ ଋଷିକେଶ ଯାଇଥିଲେ । ସେଠାରେ ସେମାନେ ସ୍ୱାମୀ ଦୟାନନ୍ଦ ଗିରିଙ୍କ ଆଶ୍ରମ ପରିଦର୍ଶନ କରିଥିଲେ। 

ସୌ(ସୋସିଆଲ ମିଡିଆ)

Virushka New Look: ଋଷିକେଶରୁ ଫେରିବା ପରେ ଗତକାଲି ମୁମ୍ବାଇ ଏୟାରପୋର୍ଟରେ ବେଶ କୁଲ୍ ଅନ୍ଦାଜରେ ନଜର ଆସିଥିଲେ ବିରୁଷ୍କା। କିଛି ଦିନ ତଳେ ଅନୁଷ୍କା ଶର୍ମା ଓ ବିରାଟ କୋହଲି ନିଜ ଝିଅ ଭାମିକାଙ୍କ ସହ ଋଷିକେଶ ଯାଇଥିଲେ । ସେଠାରେ ସେମାନେ ସ୍ୱାମୀ ଦୟାନନ୍ଦ ଗିରିଙ୍କ ଆଶ୍ରମ ପରିଦର୍ଶନ କରିଥିଲେ। ସ୍ୱାମୀ ଦୟାନନ୍ଦ ଗିରିଙ୍କୁ ଆଶ୍ରମରେ ଭେଟିବା ପରେ ସେଠି ଏହି ଷ୍ଟାର ଦମ୍ପତି ପୂଜାର୍ଚ୍ଚନା କରିବାର ଦେଖିବାକୁ ମିଳିଥିଲା। ଉଭୟ ସେଠାରେ ଆୟୋଜିତ ସର୍ବ ସାଧାରଣ ଧାର୍ମିକ ରୀତିନୀତିରେ ମଧ୍ୟ ଭାଗ ନେଇଥିଲେ । ଏହି ଋଷିକେଶ ଟ୍ରିପକୁ ସେମାନେ ବେଶ ଉପଭୋଗ କରିଥିବା ଦେଖିବାକୁ ମିଳିଥିଲା । ଆଧ୍ୟାତ୍ମିକ ସ୍ଥାନ ପରିଦର୍ଶନ ସହ ସେମାନେ ସେଠିକାର ସୁନ୍ଦର ପ୍ରକୃତିକୁ ମଧ୍ୟ ବେଶ ଉପଭୋଗ କରିଥିଲେ । ଫ୍ୟାନ୍ସଙ୍କ ଲାଗି ସେମାନେ ସୋସଆଲ ମିଡିଆରେ ଫଟୋ ମଧ୍ୟ ସେୟାର କରୁଥିବା ଦେଖିବାକୁ ମିଳିଥିଲା ।

ଅନୁଷ୍କା ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ବିରାଟ ପାହାଡ଼ ଚଢୁଥିବା ସମୟରେ ନିଜ ଝିଅକୁ ଏକ ବେବି କ୍ୟାରିୟରରେ ଧରିଥିବାର ଦେଖିବାକୁ ମିଳିଥିଲା। ସୁନ୍ଦର ପାହାଡ଼ ଘେରା ବନରେ ଉଠାଇଥିବା ଫଟୋ ସୋସିଆଲ ମିଡିଆରେ ଅପଲୋଡ କରି ଅନୁଷ୍କା ଲେଖିଥିଲେ, “ ପର୍ବତମାଳା ମଧ୍ୟରେ ଏକ ପର୍ବତ ଅଛି ଯାହାର ଶୀର୍ଷରେ କେହି ନାହାନ୍ତି” ।  ତେବେ କିଛି ଦିନ ଋଷିକେଶରେ ରହିବା ପରେ ସେମାନେ ମୁମ୍ବାଇ ଫେରିଛନ୍ତି ।

 

 
 
 
 

 
 
 
 
 
 
 
 
 
 
 

A post shared by @varindertchawla

ତେବେ ଋଷିକେଶରୁ ଫେରିବା ପରେ ବୁଧବାର ଦିନ ମୁମ୍ବାଇ ଏୟାରପୋର୍ଟରେ ନଜରରେ ଆସିଥିଲେ ଏହି ଷ୍ଟାର ଦମ୍ପତି। ଉଭୟ ବହୁତ କୁଲ ଓ ଷ୍ଟାଇଲିଷ୍ଟ ଆଥ୍‌ଲେଜର ଲୁକରେ ଆସିଥିଲେ।  ଅନୁଷ୍କା ନୀଳ ରଙ୍ଗର ସ୍ୱିଟ୍ ସାର୍ଟ ଓ ଜୋଗର ପ୍ୟାଣ୍ଟରେ ନଜର ଆସିଥିଲେ । ଏହା ସହ ଧଳା ରଙ୍ଗର ଜୋତା ଓ କଳା ରଙ୍ଗର ବର୍ଡି ଚେନ ବ୍ୟାଗ, କ୍ୟାପ ଓ ନ୍ୟୁଡ ଲିପଷ୍ଟିକରେ ସେ ବେଶ ସୁନ୍ଦର ଦେଖାଯାଉଥିଲେ । ଅନ୍ୟପଟେ ବିରାଟ କୋହଲି ତାଙ୍କ ପତ୍ନୀଙ୍କୁ ମେଳ ଖାଇବା ପରି ପୋଷାକ ପନ୍ଧିଥିଲେ । ବିରାଟ କୋହଲି ଏକ କଳା ରଙ୍ଗର ଟି-ସାର୍ଟ ଓ ପ୍ୟାଣ୍ଟ ସହ ଜ୍ୟାକେଟରେ ନଜର ଆସିଥିଲେ।

ପ୍ରଥମ ସନ୍ତାନ ହେବା ପରେ ନିଜ ଝିଅ ଓ ପରିବାର ସହ ସମୟ ବିତାଇବା ପାଇଁ ଅନୁଷ୍କା ବହୁ ସମୟ ଧରି ଅଭିନୟ ଜଗତରୁ ଦୂରେଇ ରହିଥିଲେ । ଆଗାମୀ ଦିନରେ ଅନୁଷ୍କା ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର "ଚକଡା ଏକ୍ସପ୍ରେସ୍" ରେ ଆଇକନିକ୍ ଭାରତୀୟ ପେସ୍ ବୋଲର ଝୁଲନ୍‌ ଗୋସ୍ୱାମୀଙ୍କର ଭୂମିକାରେ ଦେଖିବାକୁ ମିଳିବେ।

ସେହିପରି ୪ ଦିବସୀୟ ଟେଷ୍ଟ ସିରିଜ ପାଇଁ କିଛି ଦିନ ମଧ୍ୟରେ ଭାରତ ଆସିବ କଙ୍ଗାରୁ ଦଳ। ବର୍ଡର ଗାଭାସ୍କର ଟ୍ରଫି ଭାବେ ଜଣାଶୁଣା ଏହି ସିରିଜ ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ୨ଟି ଶ୍ରେଷ୍ଠ ସ୍ଥାନ ନିର୍ଣ୍ଣୟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ବିରାଟ ବାହିନୀ ସେଥିପାଇଁ  ଜୋରଦାର ପ୍ରସ୍ତୁତି ଆରମ୍ଭ କରିଥିବା ସୂଚନା ମିଳିଛି।