Virat Anushka Wedding Anniversary: ରାଗରୁ ଆରମ୍ଭ ହୋଇଥିଲା ପ୍ରେମ, ଜାଣନ୍ତୁ ବିରୁଷ୍କାଙ୍କ ବିଷୟରେ କିଛି ରୋଚକ କଥା
Advertisement
Article Detail0/zeeodisha/odisha1480866

Virat Anushka Wedding Anniversary: ରାଗରୁ ଆରମ୍ଭ ହୋଇଥିଲା ପ୍ରେମ, ଜାଣନ୍ତୁ ବିରୁଷ୍କାଙ୍କ ବିଷୟରେ କିଛି ରୋଚକ କଥା

Virat Anushka Wedding Anniversary: କ୍ରିକେଟର ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା । ଏହି ମୋଷ୍ଟ ପାଓ୍ବାରଫୁଲ କପୁଲଙ୍କୁ କିଏବା ନ ଜାଣେ । ଏମାନଙ୍କ ଲଭଷ୍ଟୋରୀ କୌଣସି ଫିଲ୍ମର କାହାଣୀ ଠାରୁ କମ୍ ନୁହେଁ। ଆଜି ଏହି ଦମ୍ପତି ନିଜର ବିବାହ ବାର୍ଷିକୀ ପାଳନ କରୁଛନ୍ତି । ଏହି ଦମ୍ପତି ୧୧ ଡିସେମ୍ବର ୨୦୧୭ ରେ ଇଟାଲୀରେ ବିବାହ କରିଥିଲେ। ଏହି ବିବାହ ଉତ୍ସବରେ କିଛି ଘନିଷ୍ଠ ସମ୍ପର୍କୀୟ କେବଳ ଉପସ୍ଥିତ ଥିଲେ।

ସୌଜନ୍ୟ : ସୋସିଆଲ ମିଡିଆ

Virat Anushka Wedding Anniversary: କ୍ରିକେଟର ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା । ଏହି ମୋଷ୍ଟ ପାଓ୍ବାରଫୁଲ କପୁଲଙ୍କୁ କିଏବା ନ ଜାଣେ ।  ଏମାନଙ୍କ ଲଭଷ୍ଟୋରୀ କୌଣସି  ଫିଲ୍ମର କାହାଣୀ ଠାରୁ କମ୍ ନୁହେଁ। ଆଜି ଏହି ଦମ୍ପତି ନିଜର ବିବାହ ବାର୍ଷିକୀ ପାଳନ କରୁଛନ୍ତି । ଏହି ଦମ୍ପତି ୧୧ ଡିସେମ୍ବର ୨୦୧୭ ରେ ଇଟାଲୀରେ ବିବାହ କରିଥିଲେ। ଏହି ବିବାହ ଉତ୍ସବରେ କିଛି ଘନିଷ୍ଠ ସମ୍ପର୍କୀୟ କେବଳ ଉପସ୍ଥିତ ଥିଲେ। ଏବଂ ପରେ ଏହି ଦମ୍ପତି ଦିଲ୍ଲୀ ଏବଂ ମୁମ୍ବାଇରେ ରିସେପ୍ସନ୍ ପାର୍ଟି ଦେଇଥିଲେ। ଯେଉଁଥିରେ ବହୁ ସେଲିବ୍ରେଟିଙ୍କ ଠାରୁ ଆରମ୍ଭ କରି ବହୁ ରାଜନେତା ମଧ୍ୟ ଯୋଗ ଦେଇଥିଲେ। ଏହି ଷ୍ଟାର କପୁଲ ଆଜି ସେମାନଙ୍କର ପଞ୍ଚମ ବିବାହ ବାର୍ଷିକୀ ପାଳନ କରୁଛନ୍ତି।

ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ପ୍ରଥମ ସାକ୍ଷାତ ୨୦୧୩ରେ ଏକ ବିଜ୍ଞାପନ ସୁଟିଂ ସେଟରେ ହୋଇଥିଲା । ବିରାଟ କୋହଲି ଏକ ସାକ୍ଷାତକାରରେ କହିଥିଲେ ଯେ, ଅନୁଷ୍କାଙ୍କ ସହ ପ୍ରଥମ ସାକ୍ଷାତରେ ସେ ବହୁତ ନର୍ଭସ ଥିଲେ ଏବଂ ସେ ତାଙ୍କ ସହ କଥା ହେବାକୁ ଡରୁଥିଲେ। ଏପରିକି ନିଜର ନର୍ଭସନେସକୁ ଦୂର କରିବା ସହ ଅନୁଷ୍କାଙ୍କ ସହ କଥାବାର୍ତ୍ତା କରିବା ପାଇଁ ପ୍ରଥମେ ଥଟ୍ଟା କରିଥିଲେ।  ବିଜ୍ଞାପନ ସୁଟିଂ ସମୟରେ ଅନୁଷ୍କା ବିରାଟଙ୍କ ଠାରୁ ଲମ୍ବା ଦେଖାଯାଉଥିଲେ ,ତେଣୁ କ୍ରିକେଟର କହିଥିଲେ, 'ଆପଣ ଭାବୁନାହାଁନ୍ତି ଯେ ଆପଣ ବହୁତ ହାଇ ହିଲ୍ ପିନ୍ଧିଛନ୍ତି । ' ଅନୁଷ୍କା ବିରାଟଙ୍କ କଥା ଶୁଣି ରାଗି ଯାଇଥିଲେ ଏବଂ ସେ କହିଥିଲେ କ୍ଷମା କରିବେ । ଅନୁଷ୍କାଙ୍କ ଏପରି ପ୍ରତିକ୍ରିୟା ପରେ ଏକ ଅଜବ ପରିସ୍ଥିତି ଉପୁଜିଥିଲା। ତଥାପି ପରେ ଉଭୟଙ୍କ ମଧ୍ୟରେ ଭଲ ବନ୍ଧୁତା ହୋଇଥିଲା।

୨୦୧୪ରେ, ବିରାଟ ମେଲବୋର୍ଣ୍ଣରେ ଏକ ଶତକ ହାସଲ କରିଥିଲେ। ଏହି ମ୍ୟାଚ୍ ଦେଖିବା ପାଇଁ ଅନୁଷ୍କା ମଧ୍ୟ ପହଞ୍ଚିଥିଲେ। ସେହି ଗ୍ରାଉଣ୍ତରେ ହିଁ, ବିରାଟ ଷ୍ଟାଡିୟମରେ ଥିବା ଅନୁଷ୍କାଙ୍କୁ ଏକ ଫ୍ଲାଇଙ୍ଗ କିସ୍ ଦେଇଥିଲେ। ଏହି ମ୍ୟାଚ୍ ପରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢିଥିଲା । ପରେ ପରପ୍ପରକୁ ଡେଟ କରିବା ଆରମ୍ଭ କରିଥିଲେ।  ବିରାଟ ଏବଂ ଅନୁଷ୍କା ୧୧ ଡିସେମ୍ବର ୨୦୧୭ ରେ ବିବାହ କରିଥିଲେ। ମହା ଆଡମ୍ବର ସହକାରେ ହୋଇଥିଲା ଇଟାଲୀର ଏକ ରିସର୍ଟରେ ଏହି ଷ୍ଟାର କପୁଲଙ୍କ ବିବାହ ହୋଇଥିଲା । ଇଟାଲୀର ଏହି ରିସର୍ଟ କେବଳ ଏପ୍ରିଲ ମାସରେ ଖୋଲାଯାଇ ଥାଏ। କିନ୍ତୁ  ଏହି ଦମ୍ପତି ନିଜର ବିବାହ ପାଇଁ ସ୍ବତନ୍ତ୍ର ଭାବେ ଏହି ରିସର୍ଟଟି ବୁକ୍ କରିଥିଲେ। ଏହି ବିବାହରେ କେବଳ ୫୦ ଜଣ ବିଶେଷ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଜଣେ ବ୍ୟକ୍ତି ଏଠାରେ ଏକ ସପ୍ତାହ ରହିବାର ମୂଲ୍ୟ ପ୍ରାୟ ଏକ କୋଟି ଟଙ୍କା । ତେବେ, ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ବିରୁଷ୍କା ନିଜ ବିବାହରେ ଯୋଗ ଦେଇଥିବା ଅତିଥିଙ୍କ ପାଇଁ ପ୍ରାୟ ୪୫-୫୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। 

ଏହାବି ପଢନ୍ତୁ : Dilip Kumar Birth Anniversary: କାହା ଭୟରେ ନିଜ ନାଁ ବଦଳାଇ ଥିଲେ ଦିଲୀପ କୁମାର ?

ବିରାଟ-ଅନୁଷ୍କାଙ୍କ ଯୋଡି, ବିରୁଷ୍କା ନାମରେ ଜଣାଶୁଣା । ଜିକ୍ୟୁ ଇଣ୍ତିଆ ମାଗାଜିନ ଅନୁଯାୟୀ, (GQ India Magazine) ବିରାଟ କୋହଲିଙ୍କ ସମ୍ପତ୍ତି ମୂଲ୍ୟ ପ୍ରାୟ ୯୦୦ କୋଟି ଟଙ୍କା ହେବ । ଏଥିସହିତ ଅନୁଷ୍କା ଶର୍ମାଙ୍କ ସମ୍ପତ୍ତି ପ୍ରାୟ ୩୫୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ବର୍ତ୍ତମାନ, ଅନୁଷ୍କା ଏ-ପର୍ଯ୍ୟନ୍ତ ପ୍ରାୟ ୧୯ ଟି ଫିଲ୍ମ କରିଛନ୍ତି। ତାଙ୍କର ନିଜସ୍ୱ ମଧ୍ୟ ଏକ ପ୍ରଡକ୍ସନ୍ ହାଉସ୍ ମଧ୍ୟ ଅଛି । ଗତବର୍ଷ ଅନୁଷ୍କା ଓ ବିରାଟ ପିତାମାତା ହୋଇଛନ୍ତି । ତାଙ୍କ ଝିଅର ନାଁ ଭାମିକା ରଖିଛନ୍ତି।