Interesting Facts: ବିଶ୍ୱର ଅଦ୍ଭୂତ ଦେଶ ଯେଉଁଠି ଏକତ୍ର ଖିଆଯାଏ ସକାଳ ଜଳଖିଆ ଏବଂ ରାତ୍ରୀ ଭୋଜନ
Advertisement
Article Detail0/zeeodisha/odisha1877448

Interesting Facts: ବିଶ୍ୱର ଅଦ୍ଭୂତ ଦେଶ ଯେଉଁଠି ଏକତ୍ର ଖିଆଯାଏ ସକାଳ ଜଳଖିଆ ଏବଂ ରାତ୍ରୀ ଭୋଜନ

Amazing Facts about Russia: ଋଷିଆ ବିଷୟରେ କୁହାଯାଏ ଯେ ଏଠାରେ ଦିନ-ରାତି ଗୋଟିଏ ସମୟରେ ହୋଇଥାଏ। ଏଭଳି ପରିବେଶ ପ୍ରାୟ ଅଢେଇ ମାସ ପର୍ଯ୍ୟନ୍ତ ହୋଇଥାଏ।

Interesting Facts: ବିଶ୍ୱର ଅଦ୍ଭୂତ ଦେଶ ଯେଉଁଠି ଏକତ୍ର ଖିଆଯାଏ ସକାଳ ଜଳଖିଆ ଏବଂ ରାତ୍ରୀ ଭୋଜନ

Interesting Facts about Russia: ଗୋଟିଏ ସମୟରେ ସକାଳ ଜଳଖିଆ ଏବଂ ରାତ୍ରୀ ଭୋଜନ ଖିଆ ଯାଉଥିବାର କଥା ଶଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ। ଆପଣ ଭାବୁଥିବେ ଏହା କିପରି ସମ୍ଭବ? ହେଲେ ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ନାହିଁ। ଏକତ୍ର ଖିଆଯାଏ ସକାଳ ଜଳଖିଆ ଏବଂ ରାତ୍ରୀ ଭୋଜନ ଖିଆ ଯିବା କଳ୍ପନା କିମ୍ବା କାହାଣୀ ନୁହେଁ ବରଂ ସତ୍ୟ। ଋଷିଆ ହେଉଛି ବିଶ୍ୱର ଏକମାତ୍ର ଦେଶ ଯେଉଁଠାରେ ଦିନ-ରାତି ଗୋଟିଏ ସମୟରେ ହୋଇଥାଏ। ଏହି ଦେଶର ଗୋଟିଏ ଭାଗରେ ଲୋକ ସକାଳର ଚା' ଜଳଖିଆ ଖାଉଥିବା ବେଳେ ଅନ୍ୟ ଭାଗରେ ଲୋକେ ରାତ୍ରୀ ଭୋଜନ କରିଥାନ୍ତି। ଜାଣନ୍ତୁ କିପରି ଏହା ସମ୍ଭବ ହୋଇଥାଏ?

ଏକତ୍ର ସକାଳ ଜଳଖିଆ ଏବଂ ରାତ୍ରୀ ଭୋଜନ ଖିଆଯିବା ପଛରେ ରହିଛି ବିଜ୍ଞାନ 
ଗୋଟିଏ ସମୟରେ ସକାଳ ଜଳଖିଆ ଏବଂ ରାତ୍ରୀ ଭୋଜନ ଖିଆଯିବା ପଛରେ ନାହିଁ କୋଣସି ଚମତ୍କାର। ବରଂ ଏହା ପଛରେ ରହିଛି ବିଜ୍ଞାନ। ଏହି ପ୍ରଶ୍ନର ଉତ୍ତର ଜାଣିବା ପୂର୍ବରୁ ବୁଝନ୍ତୁ ଯେ ଏହା କୌଣସି ରହସ୍ୟ ନୁହେଁ ବରଂ ପ୍ରକୃତିର ଏକ ଚମତ୍କାର ଯାହା ବିଜ୍ଞାନ ଦ୍ୱାରା ମଧ୍ୟ ଗ୍ରହଣୀୟ। ଏପରି ପରିସ୍ଥିତିରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଉଥିବେ ଯେ ଏପରି ଚମତ୍କାର କିପରି ହୋଇଥାଏ?

"ୱାର୍ଲ୍ଡ ଆଟଲାସ୍" ରିପୋର୍ଟ ଅନୁଯାୟୀ ବିଶ୍ୱରେ ଏପରି ଅନେକ ଦେଶ ରହିଛି ଯାହାର ଅନେକ ସମୟ ମଣ୍ଡଳ ରହିଛି। ଭାରତ ବର୍ଷର ଅଧିକାଂଶ ଲୋକ ଭାରତୀୟ ପ୍ରାମାଣିକ ସମୟ (Indian Standard Time) ଏବଂ ଗ୍ରୀନୱିଚ୍ ମିନ୍ ଟାଇମ (Greenwich Mean Time) ସମ୍ପର୍କରେ ଜାଣିଛନ୍ତି। ହେଲ ଋଷିଆ ଭଳି ଦେଶରେ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ୧୧ ସମୟ ମଣ୍ଡଳ (Time Zone of Russia) ରହିଛି। ଏହି କାରଣରୁ ଋଷିଆ ଭଳି ଏକ ବିଶାଳ ଦେଶର ଗୋଟିଏ ଭାଗରେ ଲୋକ ସକାଳ ସମୟରେ ଚା' ଜଳଖିଆ ଖାଉଥିବା ବେଳେ ଅନ୍ୟ ଭାଗରେ ଲୋକେ ରାତ୍ରୀ ଭୋଜନ କରିଥାନ୍ତି। ଏହା ପଛରେ ରହିଥିବା ଅନ୍ୟତମ ମୁଖ୍ୟ କାରଣ ହେଉଛି ଋଷିଆର ବିଭିନ୍ନ ସ୍ଥାନର ପ୍ରାମାଣିକ ସମୟ (Russian Standard Time) ପରସ୍ପର ଠାରୁ ଭିନ୍ନ ହୋଇଥାଏ। 

ଋଷିଆ ଭଳି ଦେଶରେ ହେଉଥିବା ଏପରି ଚମତ୍କାର ଏକ କିମ୍ବା ଦୁଇ ଦିନ ପର୍ଯ୍ୟନ୍ତ ହୁଏନାହିଁ। ପ୍ରାୟ ୭୬ ଦିନ ପର୍ଯ୍ୟନ୍ତ ହୋଇଥାଏ। ମେ ମାସରୁ ଜୁଲାଇ ମଧ୍ୟରେ ପ୍ରାୟ ଅଢେଇ ମାସ ପର୍ଯ୍ୟନ୍ତ ଋଷିଆ ଠାରେ ଏପରି ପ୍ରାକୃତିକ ଘଟଣା ଜାରି ରହିଥାଏ। ଏହି କାରଣରୁ ଋଷିଆକୁ ମଧ୍ୟରାତ୍ରିର ସୂର୍ଯ୍ୟ ଦେଶ (Country of Midnight Sun Russia) ମଧ୍ୟ କୁହାଯାଏ।

ଋଷିଆରେ ଦିନ-ରାତି ଗୋଟିଏ ସମୟରେ ହେବା ପଛରେ ରହିଥିବା ମୁଖ୍ୟ କାରଣ ହେଉଛି ଏହାର ଭୌଗୋଳିକ ଅବସ୍ଥିତି। ବିଶ୍ୱର ଅନ୍ୟ ଦେଶ ଅପେକ୍ଷା ଋଷିଆରେ ଅକ୍ଷାଂଶ-ଦ୍ରାଘିମା ବିସ୍ତାର ସବୁଠାରୁ ଅଧିକ ହୋଇଥାଏ।  ବିଶ୍ୱ ମାନଚିତ୍ରରେ ଋଷିଆ ୟୁରେସିଆ ଦେଶ ଭାବରେ ଜଣାଶୁଣା। କାରଣ ଋଷିଆର ଭୌଗୋଳିକ ଅବସ୍ଥିତି ଉଭୟ ଏସିଆ-ୟୁରୋପ ମହାଦେଶରେ ରହିଛି। ଭୌଗୋଳିକ ଅବସ୍ଥିତି କାରଣରୁ ଋଷିଆର ଗୋଟିଏ ଭାଗରେ ଦିନ ହେଉଥିବା ବେଳେ ଅନ୍ୟ ଭାଗରେ ରାତି ହୋଇଥାଏ। ଋଷିଆର ଭୂଗୋଳ ଏପରି ଏହା ଯେ ଏହାର ପ୍ରମାଣିକ ସମୟ ଗଣନା ଅନ୍ୟ ଦେଶ ଠାରୁ ପୃଥକ ହୋଇଥାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଋଷିଆରେ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ୧୨ ସମୟ ମଣ୍ଡଳ ପ୍ରଚଳିତ ହୋଇଥାଏ।