Advertisement
Article Detail0/zeeodisha/odisha1758072
Zee OdishaExplainersHighway Strip in India: ୧୩ ରାଜ୍ୟର ରାଜପଥରେ ନିର୍ମିତ ହେବ ୩୫ ଏୟାରଷ୍ଟ୍ରିପ୍, ଜାଣନ୍ତୁ କାରଣ

Highway Strip in India: ୧୩ ରାଜ୍ୟର ରାଜପଥରେ ନିର୍ମିତ ହେବ ୩୫ ଏୟାରଷ୍ଟ୍ରିପ୍, ଜାଣନ୍ତୁ କାରଣ

National Highway Runway in India: ଦେଶର ୧୩ ରାଜ୍ୟର ରାଜପଥରେ ୩୫ ଏୟାରଷ୍ଟ୍ରିପ୍ ନିର୍ମାଣ ବ୍ୟବହାର କରାଯାଉଛି। ଯାହାର ବ୍ୟବହାର ଏକ ବିଶେଷ ପରିସ୍ଥିତିରେ କରିବାକୁ ଲକ୍ଷ୍ୟ ରଖାଯାଇଛି।

 

Highway Strip in India: ୧୩ ରାଜ୍ୟର ରାଜପଥରେ ନିର୍ମିତ ହେବ ୩୫ ଏୟାରଷ୍ଟ୍ରିପ୍, ଜାଣନ୍ତୁ କାରଣ

Airstrip on National Highway: ସମଗ୍ର ଦେଶରେ ରଣନୈତିକ ଗୁରୁତ୍ୱ ଏବଂ ଭୌଗୋଳିକ ଆବଶ୍ୟକତା ଅନୁଯାୟୀ ଜାତୀୟ ରାଜପଥ ବର୍ତ୍ତମାନ ରନୱେ ଭାବରେ ବିକଶିତ ହେଉଛି। ଏହା ଅଧିନରେ ଦେଶର ଜାତୀୟ ରାଜପଥରେ ୩୫ ଏୟାରଷ୍ଟ୍ରିପ୍ ନିର୍ମାଣ କରାଯାଉଛି। ଯାହାଫଳରେ ଜରୁରୀକାଳୀନ ସମୟରେ ଯୁଦ୍ଧ ବିମାନ ଅବତରଣ କରିପାରିବ। ବିଶେଷକରି ଦେଶର ସୀମାନ୍ତରେ ଅବସ୍ଥିତ ରହିଥିବା ରାଜପଥରେ ଏୟାରଷ୍ଟ୍ରିପ୍ ତିଆରି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। 

କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏ ସମ୍ପର୍କରେ ଜଣାଇଛନ୍ତି। ଏନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଯେଉଁ ରାଜପଥରେ ରନୱେ ବିକଶିତ କରାଯାଉଛି, ସେହି ରାସ୍ତାରେ ଜରୁରୀକାଳୀନ ପରିସ୍ଥିତିରେ ଯାତାୟାତ ବନ୍ଦ କରି ଦିଆଯିବ। ଏହି ରାଜପଥରେ ନିର୍ମିତ ହେଉଥିବା ଏୟାରଷ୍ଟ୍ରିପ ଯୁଦ୍ଧ ବିମାନ ପାଇଁ ରନ ୱେ ଭାବରେ ବ୍ୟବହୃତ ହେବ।

ସମଗ୍ର ଦେଶ ବିଭିନ୍ନ ସ୍ଥାନରେ ଅବସ୍ଥିତ ରହିଥିବା ରାଜପଥରେ ୩୫ ଏୟାରଷ୍ଟ୍ରିପ୍ ନିର୍ମାଣ ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ରାଜପଥରେ ଏୟାର ଷ୍ଟ୍ରିପ୍ ନିର୍ମାଣ ପାଇଁ ଜାମୁ କାଶ୍ମୀର ଠାରୁ ନେଇ ଦେଶର ଅନେକ ରାଜ୍ୟରେ ଏହି ପ୍ରକଳ୍ପ ସମ୍ପର୍କିତ ପର୍ଯ୍ୟନ୍ତ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଏହା ମଧ୍ୟରୁ ପ୍ରାୟ ୧୫ ଏୟାରଷ୍ଟ୍ରିପ୍ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି। ଏପରି କିଛି ଏୟାରଷ୍ଟ୍ରିପ୍ ଅଛି ଯାହା ପାଇଁ ଭାରତୀୟ ବାୟୁସେନା ପାଖରୁ ଅନୁମୋଦନ ନିଆୟାଉଛି। କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି। ଯାହାଦ୍ୱାରା ଏୟାରଷ୍ଟ୍ରିପ୍ ତିଆରି କରିବାରେ କୌଣସି ସମସ୍ୟା ଉପୁଜିବ ନାହିଁ।

Add Zee News as a Preferred Source

ସ୍ୱତନ୍ତ୍ର ହେବ ଏୟାରଷ୍ଟ୍ରିପ୍ ଡିଜାଇନ୍: ନୀତିନ ଗଡ଼କରୀ
କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଯେ ଟ୍ରେନ୍ ଆସିବା ପରେ ରେଳ ଫାଟକ ବନ୍ଦ ହେବା ଭଳି ଏୟାରଷ୍ଟ୍ରିପ୍ ମଧ୍ୟ ସମାନ ଭାବରେ ବ୍ୟବହୃତ ହେବ। ଟ୍ରେନ ଛାଡିବା ପରେ ଏବଂ ଟ୍ରାଫିକ ଆରମ୍ଭ ହେବା ପରେ ଏହା ଖୋଲାଯାଏ। ରାଜପଥରେ ନିର୍ମିତ ହେଉଥିବା ଏୟାରଷ୍ଟ୍ରିପ ଏପରି ଭାବରେ ଡିଜାଇନ୍ କରାଯାଇଛି ଯେ ଜରୁରୀକାଳୀନ ପରିସ୍ଥିତିରେ ଗାଡ଼ିମାଟର ଯାତାୟତକୁ ରୋକାଯାଇ ଯୁଦ୍ଧ ବିମାନ ଉଡ଼ାଣ ଏବଂ ଅବତରଣ କରାଯାଇ ପାରିବ। 

ରାଜସ୍ଥାନର ରାଜପଥରେ ପ୍ରଥମ ଜରୁରୀକାଳୀନ ଏୟାରଷ୍ଟ୍ରିପ୍ ନିର୍ମାଣ କରାଯାଇଥିଲା 
ଗତ ୨୦୨୧ ବର୍ଷରେ ରାଜସ୍ଥାନରେ ଅବସ୍ଥିତ ଏକ ଜାତୀୟ ରାଜପଥରେ ପ୍ରଥମ ଜରୁରୀକାଳୀନ ଏୟାରଷ୍ଟ୍ରିପ୍ ଆରମ୍ଭ ହୋଇଥିଲା। ଏହାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏହାର ଉଦଘାଟନ କରିଥିଲେ। ଏହି ଏୟାରଷ୍ଟ୍ରିପ୍ ଠାରେ ଭାରତୀୟ ବାୟୁସେନାର ସି-୧୩୦ଜେ  ସୁପର ହର୍କ୍ୟୁଲେସ୍ ବିମାନ ଅବତରଣ କରିଥିଲା।

କେଉଁ ରାଜପଥରେ ନିର୍ମାଣ ହେବ ଏୟାରଷ୍ଟ୍ରିପ୍?
ଜାମୁ କାଶ୍ମୀରର ବିଜବେହାରା-ଚିନାର ବାଗ ରାଜପଥ, ଦିଲ୍ଲୀ ସ୍ଥିତ ଦିଲ୍ଲୀ-ମୁରାଦାବାଦ ରାଜପଥ, ଉତ୍ତରାଖଣ୍ଡସ୍ଥିତ ରାମପୁର-କାଠଗୋଦାମ ରାଜପଥ, ଉତ୍ତରପ୍ରଦେଶ ସ୍ଥିତ ଲକ୍ଷ୍ନୌ-ବାରାଣସୀ ରାଜପଥ, ବିହାର ସ୍ଥିତ କିଶନଗଞ୍ଜ-ଇସଲାମପୁର ରାଜପଥ, ଝାଡ଼ଖଣ୍ଡ ସ୍ଥିତ ଜାମେଶଦପୁର-ବାଲେଶ୍ୱର ରାଜପଥ, ପଶ୍ଚିମବଙ୍ଗ ସ୍ଥିତ ଖଡ଼ଗପୁର-କେଉଁଝର ରାଜପଥ, ଆସାମ ସ୍ଥିତ ମୋହନବାଡି-ତିନସୁକିଆ ରାଜପଥ, ଓଡିଶା ସ୍ଥିତ ଛତ୍ରପୁର-ଦିଘା ରାଜପଥ, ରାଜସ୍ଥାନ ସ୍ଥିତ ଫାଲୋଦୀ-ଜୈସାଲମେର ରାଜପଥ, ଗୁଜୁରାଟ ସ୍ଥିତ ଦ୍ୱାରକା-ମାଲିଆ ରାଜପଥ, ଆନ୍ଧ୍ରପ୍ରଦେଶ ସ୍ଥିତ ବିଜୟୱାଡା-ରାଜମେହଦ୍ରୀ ରାଜପଥ, ତାମିଲନାଡୁ ସ୍ଥିତ ଚେନ୍ନାଇ-ପୁଦୁଚେରୀ ରାଜପଥ ଠାରେ ଏୟାରଷ୍ଟ୍ରିପ୍ ନିର୍ମାଣ କରାଯାଉଛି। 

ରାଜପଥରେ ଏୟାରଷ୍ଟ୍ରିପ ନିର୍ମାଣ ହେବା ଦ୍ୱାରା କ'ଣ ମିଳିବ ଲାଭ? 
ରାଜପଥରେ ଏୟାରଷ୍ଟ୍ରିପ୍ ନିର୍ମାଣ ହେବା ଦ୍ୱାରା ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ମୋବାଇଲାଇଜେସନ୍ କରାଯାଇପାରିବ। ବିଶେଷକରି ଯୁଦ୍ଧ ହେଲେ ସୀମାନ୍ତ ଅଞ୍ଚଳରେ ପହଞ୍ଚିବା ସହଜ ହେବ। ଆମେ ଆପଣଙ୍କୁ କହିରଖୁଛୁ ଯେ ଭାରତ ହେଉଛି ବିଶ୍ୱର ଅଳ୍ପ କେତେକ ଦେଶ ମଧ୍ୟରୁ ଅନ୍ୟତମ ଯେଉଁଠାରେ ରାଜପଥରେ ଏୟାରଷ୍ଟ୍ରିପ୍ ନିର୍ମାଣ କରାଯାଇଛି।

ଏହି ଦେଶରେ ବାୟୁସେନା ପାଇଁ ନିର୍ମିତ ହୋଇଛି ରୋଡ୍ ରନ୍ ୱେ 
ଭାରତ ବ୍ୟତୀତ ଚୀନ୍, ପାକିସ୍ଥାନ, ସ୍ୱୀଡେନ, ଜର୍ମାନୀ, ସ୍ୱୀଜରଲ୍ୟାଣ୍ଡ, ତାଇୱାନ, ପୋଲାଣ୍ଡ, ଫିନଲ୍ୟାଣ୍ଡ, ଚେକ ରିପବ୍ଲିକ୍, ସ୍ଲୋଭାକିଆ, ଦକ୍ଷିଣ କୋରିଆ ଏବଂ ସିଙ୍ଗାପୁର ଭଳି ଦେଶରରେ ବାୟୁସେନା ପାଇଁ ରୋଡ଼ ରନୱେ ନିର୍ମାଣ କରାଯାଇଛି। ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତ୍ୟେକ ରାଜପଥରେ ଏକ ଏୟାରଷ୍ଟ୍ରିପ୍ ରହିଛି। ପାକିସ୍ତାନ ଭଳି ଦେଶରେ କେବଳ ଦୁଇଟି ରାଜପଥରେ ଏୟାରଷ୍ଟ୍ରିପ ସୁବିଧା ରହିଛି।

About the Author