India vs Canada: ଗୋଟିଏ ମେସିନ୍ ପାଇଁ ୫୦ ବର୍ଷ ତଳେ ବିଗଡ଼ିଥିଲା ଭାରତ-କାନାଡା ସମ୍ପର୍କ!
Advertisement
Article Detail0/zeeodisha/odisha1889079

India vs Canada: ଗୋଟିଏ ମେସିନ୍ ପାଇଁ ୫୦ ବର୍ଷ ତଳେ ବିଗଡ଼ିଥିଲା ଭାରତ-କାନାଡା ସମ୍ପର୍କ!

India Canada Tensions:  ଭାରତ-କାନାଡ଼ା ମଧ୍ୟରେ ରହିଥିବା ଦ୍ୱିପାକ୍ଷିକ ସମ୍ପର୍କ ତିକ୍ତ ହେବା ପ୍ରକ୍ରିୟା ୫୦ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା।

 

India vs Canada: ଗୋଟିଏ ମେସିନ୍ ପାଇଁ ୫୦ ବର୍ଷ ତଳେ ବିଗଡ଼ିଥିଲା ଭାରତ-କାନାଡା ସମ୍ପର୍କ!

India Canada Relations: ଭାରତ-କାନାଡା ମଧ୍ଯରେ ସମ୍ପର୍କ ଏବେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଏମିତିରେ ମନକୁ ଆସୁଥିବ ଯେ, ହଜାର ହଜାର କିଲୋମିଟର ଦୂରରେ ଥିବା କାନାଡା କାହିଁକି ଭାରତକୁ ନାପସନ୍ଦ କରୁଛି? କ’ଣ ପାଇଁ କାନାଡା, ପାକିସ୍ତାନ ପରେ ଭାରତ ବିରୋଧି ଆତଙ୍କବାଦୀଙ୍କ ଆଡ୍ଡା ପାଲଟି ଯାଇଛି? ଏହାର ଉତ୍ତର ଜାଣିଲେ ଆପଣ ଆଶ୍ଚର୍ଯ୍ଯ ହେବେ। ଚକିତ ହୋଇଯିବେ। ବିଶ୍ୱାସ ଆସିବ ନାହିଁ ଯେ, ଭାରତ-କାନାଡା ମଧ୍ଯରେ ସମ୍ପର୍କ ଖରାପ ହେବା ପଛରେ ୫୦ ବର୍ଷ ତଳର ଗୋଟିଏ ଘଟଣା ଦାୟୀ। ୫୦ ବର୍ଷର ଘଟଣାକ୍ରମ ବାବଦରେ ଜାଣି ଯେତିକି ଚକିତ ହେବନାହିଁ ତାହା ଠାରୁ ଅଧିକ ଆଶ୍ଚର୍ଯ୍ଯ ହେବେ ଯେତେବେଳେ ଜାଣିବେ ସମ୍ପର୍କରେ ଫାଟ ପଛରେ ଅଛି ଗୋଟିଏ ମେସିନ୍। ଯାହାକୁ କାନାଡା ଭାରତକୁ ଦେଇଥିଲା। ହେଲେ ଭାରତ ସେହି ମେସିନକୁ ଯେଉଁଭଳି ବ୍ଯବହାର କଲା ତାକୁ ନେଇ କାନାଡା ସେହି ଦିନ ଠାରୁ ଖପ୍ପା ଅଛି। ରାଗ ଏତେ ଯେ ଭାରତ ବିରୋଧରେ ସୁଯୋଗ ପାଇଲେ କାନାଡା ଆଗକୁ ଚାଲି ଆସେ।

ଆପଣ ଠିକ୍ ଶୁଣିଛନ୍ତି ଭାରତ-କାନାଡା ସମ୍ପର୍କ ଖରାପ ପଛରେ ଅଛି ଗୋଟିଏ ମେସିନ ଦାୟୀ। ୫୦ ବର୍ଷ ତଳେ ୧୯୭୪ ମସିହାରେ କାନାଡା ସେହି ମେସିନ ଭାରତକୁ ଦେଇଥିଲା। ସେତେବେଳେ ଭାରତର ପ୍ରଧାନମନ୍ତ୍ରୀ ଥିଲେ ଇନ୍ଦିରା ଗାନ୍ଧୀ ଏବଂ ତାଙ୍କର କାନାଡା ପ୍ରତିପକ୍ଷ ଥିଲେ ପିୟରେ ଟ୍ରୁଡୋ। ନାଁ ଶୁଣିବା ପରେ ଆପଣଙ୍କୁ ଆଗରୁ ଏହି ନାମ ଶୁଣିଥିବାର ଲାଗୁଛି କି? ଆପଣ ଠିକ୍ ଶୁଣିଛନ୍ତି ଆଉ ଯଦି ଅନୁମାନ କରୁଛନ୍ତି ପିୟରେ ଟ୍ରୁଡୋଙ୍କ ଜଷ୍ଟିନ୍ ଟ୍ରୁଡୋଙ୍କ ସହିତ କିଛି ସମ୍ପର୍କ ଅଛି ତାହେଲେ ଆପଣ ଶହେ ପ୍ରତିଶତ ଶତ। ପିୟରେ ଟ୍ରୁଡୋ ହେଉଛନ୍ତି ଜଷ୍ଟିନ୍ ଟ୍ରୁଡୋଙ୍କ ପିତା। ଜଷ୍ଟିନ୍ ଟ୍ରୁଡୋ ବାପା ପିୟରେ ଟ୍ରୁଡୋଙ୍କ ଭାରତ ବିରୋଧୀ ଆଭିମୁଖ୍ଯକୁ ଆଗକୁ ବଢାଉଛନ୍ତି। ଏବେ ଜୁନିୟର ସିନିୟର ଟ୍ରୁଡୋଙ୍କ କାହାଣୀରୁ ଚାଲନ୍ତୁ ପଛକୁ ଫେରିବା। ଏବେ ଚାଲନ୍ତୁ ୫୦ ବର୍ଷ ତଳର ସେହି ଘଟଣାକୁ ଫେରିଯିବା, ଯାହା କାନାଡା-ଭାରତ ସମ୍ପର୍କକୁ ତିକ୍ତ କରି ଦେଇଥିଲା। ଆଉ ଟ୍ରୁଡୋ ଫ୍ଯାମିଲି ଭାରତ ବିରୋଧି ପାଲଟି ଯାଇଥିଲା।

୧୯୭୪ ମସିହାରେ ଭାରତ ସରକାର କାନାଡା ଠାରୁ କାଣ୍ଡୁ ରିଆକ୍ଟର ଆଣିଥିଲେ। ସେତେବେଳେ କାନାଡାର ପ୍ରଧାନମନ୍ତ୍ରୀ ଥିଲେ ଜୁନିୟର ଟ୍ରୁଡୋ ଅର୍ଥାତ ଜଷ୍ଟିନ ଟ୍ରୁଡୋଙ୍କ ପିତା ପିୟରେ ଟ୍ରୁଡୋ। ରିଆକ୍ଟର ଦେବା ବେଳେ କାନାଡା ସର୍ତ୍ତ ରଖିଥିଲା ଯେ, ଭାରତ ଏହାର ବ୍ଯବହାର ଶାନ୍ତିପୂର୍ଣ୍ଣ ଆଣବିକ କାର୍ଯ୍ୟକ୍ରମ ପାଇଁ ବ୍ଯବହାର କରିବ। ହେଲେ ଚୀନ୍ ଆଣବିକ ଶକ୍ତି ବନି ସାରିଥିବା ବେଳେ ରଣନୈତିକ ଦୃଷ୍ଟିକୋଣରୁ ଭାରତ ମଧ୍ଯ ଆଣବିକ ଶକ୍ତି ସମ୍ପନ୍ନ ହେବାର ଆବଶ୍ଯକତା ଥିଲା। ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶର ସ୍ୱାର୍ଥ ଦୃଷ୍ଟିରୁ ପରମାଣୁ ପରୀକ୍ଷଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପୋଖରାନ ଠାରେ ଭାରତ ପ୍ରଥମେ ପରମାଣୁ ପରିକ୍ଷଣ କରିଥିଲା। ହେଲେ କାନାଡା ଏହାକୁ ନେ ଉତ୍ତକ୍ଷିପ୍ତ ହୋଇଥିଲା । ଜଷ୍ଟିନ ଟ୍ରୁଡୋଙ୍କ ପିତାଙ୍କ ଅଭିଯୋଗ ଥିଲା ଯେ ଭାରତ ଧୋକା ଦେଇ ସେମାନେ ଦେଇଥିବା ପରମାଣୁ ରିଆକ୍ଟର ପୋଖରାନ ଠାରେ ପରୀକ୍ଷଣ ପାଇଁ ବ୍ଯବହାର କରିଛି।

ଏହା ପରେ କାନାଡା ଭାରତ ବିରୋଧରେ ପ୍ରତିବନ୍ଧକ ଲଗାଇଥିଲା। ୧୯୭୦ ଦଶକ ବେଳକୁ କାନାଡା ମାଟିରେ ଅଧିକ ସଂଖ୍ଯକ ଶିଖ ବସବାସ କରିବାକୁ ଲାଗିଥିଲେ। ୧୯୭୦ ଦଶକର ମଧ୍ଯଭାଗ ବେଳକୁ ଭାରତରେ ଖଲିସ୍ତାନୀ ଆନ୍ଦୋଳନ ଆରମ୍ଭ ହୋଇଥିଲା। କାନାଡା ନିଜ ଦେଶରେ ସ୍ୱାଧିନ ଅଭିବ୍ୟକ୍ତି ନାମରେ ଖଲିସ୍ତାନୀ ବିଛିନ୍ନତାବାଦୀଙ୍କ ବିରୋଧରେ କୌଣସି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିନଥିଲା। ସିନିୟର ଟ୍ରୁଡୋ ଭାରତକୁ ପାନେ ଦେବା ପାଇଁ ସେମାନଙ୍କୁ ରାଜନୈତିକ ଶରଣ ଦେଇଥିଲେ।

ଭାରତ ଉପରେ ରାଗ ଶୁଝାଇବାକୁ କାନାଡାର ନୀତି ସେହି ଦିନରୁ ଆରମ୍ଭ ହୋଇଥିଲା। ଶରଣ ମାଗିବା ବ୍ଯକ୍ତିଙ୍କ ମଧ୍ଯରେ ଥିଲା ଏୟାର ଇଣ୍ଡିଆ ବିମାନ ବିସ୍ଫୋରଣର ମାଷ୍ଟର ମାଇଣ୍ଡ୍ ତଲବିନ୍ଦର ସିଂହ ପରମା । ୧୯୮୨ ମସିହାରେ ଇନ୍ଦିରା ଗାନ୍ଧିଙ୍କ ସରକାର ପରମାରର ପ୍ରତ୍ଯାର୍ପଣ ପାଇଁ କାନାଡା ନିକଟରେ ଦାବି କରିଥିଲା। ହେଲେ କାନାଡା ଭାରତର ଅନୁରୋଧକୁ ପ୍ରତ୍ଯାଖାନ କରିଦେଇଥିଲା। ଯେଉଁ ଆତଙ୍କବାଦୀର ପ୍ରତ୍ଯାର୍ପଣ କରିବାକୁ କାନାଡା ମନା କରିଦେଇଥିଲା ସେହି ପରମାର ଆଗକୁ ଯାଇ ବବ୍ବର ଖାଲସା ମୁଖ୍ଯ ହୋଇଥିଲା। ଏହି ସଙ୍ଗଠନ ୧୯୮୫ ମସିହାର ହୋଇଥିବା କନିଷ୍କ ବିମାନ ବିସ୍ଫୋରଣ ପଛର ମାଷ୍ଟର ମାଇଣ୍ଡ ଥିଲା। ବିମାନରେ ବୋମା ରଖାଯାଇ ତାକୁ ମଝି ଆକାଶରେ ଉଡ଼ାଇ ଦିଆଯାଇଥିଲା। ଯେଉଁଥିରେ ମୋଟ ୩୨୯ ଜଣ ପ୍ରାଣ ହରାଇଥିଲେ। ମୃତକଙ୍କ ମଧ୍ଯରେ ୨୮୦ ଜଣ କାନାଡା ନାଗରିକ ଥିଲେ। ହେଲେ କାନାଡା ପରମାର ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ସୂଚନାଯୋଗ୍ଯ ଯେ, ଆକ୍ରମଣ ପୂର୍ବରୁ ପରମାର ଧମକ ଦେଇଥିଲା ଯେ, ଆକାଶରୁ ଆମେ ବିମାନ ଖସାଇବୁ। ସେହିଭଳି ପରମାରର ଜଣେ ସାଥି ଅଜୟାବ ସିଂହ ମଧ୍ଯ ୫୦ ହଜାର ହିନ୍ଦୁଙ୍କ ହତ୍ଯା ପାଇଁ ଧମକ ଦେଇଥିଲା। ପିତାଙ୍କ ନୀତିକୁ ଟ୍ରୁଡୋ ଅନୂସରଣ କରୁଛନ୍ତି ବୋଲି କହିଲେ କିଛି ଭୁଲ ହେବନାହିଁ ।

ଆଉ ୫୦ ବର୍ଷ ତଳେ ଗୋଟିଏ ମେସିନକୁ ନେଇ ଆରମ୍ଭ ହୋଇଥିବା ତିକ୍ତତା ଏବେ ପୂର୍ଣ୍ଣ କୂଟନୈତିକ ଯୁଦ୍ଧର ରୂପ ନେଇଛି। ଭାରତୀୟ କୂଟନୀତିଜ୍ଞଙ୍କୁ କାନାଡା ବହିଷ୍କାର କରିବା ପରେ ନୂଆଦିଲ୍ଲୀ ଏହାର ଜବାବରେ କାନାଡ଼ାର ଜଣେ କୂଟନୀତିଜ୍ଞଙ୍କୁ ୫ ଦିନ ମଧ୍ଯରେ ଭାରତ ଛାଡି଼ ଚାଲିଯିବାକୁ କହିଥିଲା । କାନାଡା଼ ରାଷ୍ଚ୍ରଦୂତ ସାଉଥ୍ ବ୍ଲକରୁ ବାହାରୁ ଥିବା ବେଳେ ତାଙ୍କ ମୁହଁ କହୁଥିଲା ଭାରତ ସରକାର କେଉଁଭଳି ତାଙ୍କୁ ଭର୍ତ୍ସନା କରିଛନ୍ତି। ଏହାପରେ କାନାଡା ତାହାର ନାଗରିକଙ୍କୁ ଭାରତ ଯାଉଥିଲେ ସତର୍କତା ଅବଲମ୍ବନ କରିବାକୁ ପରାମାର୍ଶ ଦେଇଥିଲା। ଏହାର ଜବାବରେ ନୂଆଦିଲ୍ଲୀ ମଧ୍ଯ ଟ୍ରାଭେଲ୍ ଆଡଭାଇଜରୀ ଜାରି କରିଛି। ଯେଉଁଥିରେ ଭାରତୀୟ ନାଗରିକ ବିଶେଷକରି କାନାଡାରେ ରହୁଥିବା ଭାରତୀୟ ଛାତ୍ର ଏବଂ ହିନ୍ଦୁ ସମ୍ପ୍ରଦାୟଙ୍କୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ଭାରତ ସରକାରଙ୍କ ଏଭଳି ପ୍ରତିକ୍ରିୟା କାନାଡାକୁ ବିଚଳିତ କରିଥିଲା। କାରଣ କାନାଡା ଭାରତ ଠାରୁ ଏଭଳି ପ୍ରତିକ୍ରିୟା ଆଶା କରୁନଥିଲା। ନିଜକୁ ବିକଶିତ ରାଷ୍ଟ୍ର ବୋଲି ଭାବୁଥିବା କାନାଡା ପାଇଁ ଭାରତ ଭଳି ବିକାଶଶୀଳ ରାଷ୍ଟ୍ର ପକ୍ଷରୁ ଜାରି ଟ୍ରାଭେଲ ଆଡଭାଇଜରୀ ଅପମାନଜନକ ଥିଲା। କାନାଡା ଉତ୍ତରରେ କହିଥିଲା ଯେ, ଆମେ ବିଶ୍ୱର ସବୁଠାରୁ ସୁରକ୍ଷିତ ରାଷ୍ଟ୍ର ହୋଇନପାରୁ କିନ୍ତୁ ସବୁଠାରୁ ସୁରକ୍ଷିତ ରାଷ୍ଟ୍ରଙ୍କ ଭିତରେ ଯାଉଛୁ । ଏଭଳି କହି କାନାଡା ଭାରତ ସରକାରଙ୍କ ଆଡଭାଇଜରି ନଜର ଅନ୍ଦାଜ କରିବାକୁ ଚାହୁଁଥିଲା। ହେଲେ ସତ ହେଉଛି କାନାଡା ଏବେ ବ୍ଯାକଫୁଟ୍ କୁ ଚାଲିଯାଇଛି।