Who are Bedouin Arab Muslim: କିଏ ଏହି ‘ବଦୁ’ ଆରବ ମୁସଲମାନ ଯେଉଁମାନେ ଇସ୍ରାଏଲ ତରଫରୁ ହମାସ ବିରୋଧରେ ଯୁଦ୍ଧ ଲଢୁଛନ୍ତି ?
Advertisement

Who are Bedouin Arab Muslim: କିଏ ଏହି ‘ବଦୁ’ ଆରବ ମୁସଲମାନ ଯେଉଁମାନେ ଇସ୍ରାଏଲ ତରଫରୁ ହମାସ ବିରୋଧରେ ଯୁଦ୍ଧ ଲଢୁଛନ୍ତି ?

ବର୍ତ୍ତମାନ ପର୍ଯ୍ୟନ୍ତ ଇସ୍ରାଏଲ ଏବଂ ହାମାସ ମଧ୍ୟରେ ହୋଇଥିବା ଯୁଦ୍ଧରେ ଉଭୟ ପକ୍ଷରୁ ୬ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି । ଯେଉଁମାନଙ୍କ ମଧ୍ଯରେ ଅଛନ୍ତି ୧୫ଶହ ଇସ୍ରାଏଲୀ ସାଧାରଣ ନାଗରିକ ଏବଂ ସୈନିକ । ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ (IDF) ର ଅତି କମରେ ୪ ଜଣ ବେଦୁଇନ୍ ସୈନିକ ମଧ୍ୟ ପ୍ରାଣ ହରାଇଛନ୍ତି। ସୋସିଆଲ ମିଡିଆ

SOCIAL MEDIA

Who are Bedouin Arab Muslim:

ବର୍ତ୍ତମାନ ପର୍ଯ୍ୟନ୍ତ ଇସ୍ରାଏଲ ଏବଂ ହାମାସ ମଧ୍ୟରେ ହୋଇଥିବା ଯୁଦ୍ଧରେ ଉଭୟ ପକ୍ଷରୁ ୬ହଜାରରୁ ଅଧିକ ଲୋକ ପ୍ରାଣ ହରାଇଲେଣି । ଯେଉଁମାନଙ୍କ ମଧ୍ଯରେ ଅଛନ୍ତି ୧୫ଶହ ଇସ୍ରାଏଲୀ ସାଧାରଣ ନାଗରିକ ଏବଂ ସୈନିକ । ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ (IDF) ର ଅତି କମରେ ୪ ଜଣ ବେଦୁଇନ୍ ସୈନିକ ମଧ୍ୟ ପ୍ରାଣ ହରାଇଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଇସ୍ରାଏଲୀ ନାଗରିକ ଆଶ୍ରାଫ ନାମକ ଜଣେ ବେଦୁଇନ୍ କମାଣ୍ଡରଙ୍କୁ ପ୍ରଶଂସା କରୁଥିବା ଦେଖାଯାଉଛି। ଯିଏକି ଜଣେ ମୁସଲମାନ । ଏମିତିରେ ପ୍ରଶ୍ନ ଉଠୁଛି ଯେ, ଜଣେ ମୁସଲମାନ ହୋଇ ସେ କେମିତି ଇହୁଦୀ ସେନା ତରଫରୁ ଲଢୁଛନ୍ତି ? ଆଉ କିଏ ଏହି ବେଦୁ ମୁସଲମାନ ? କ’ଣ ସେମାନଙ୍କ ଇତିହାସ ଆସନ୍ତୁ ଜାଣିବ ।

 

'ବଦୁ ଆରବ ମୁସଲମାନ' କିଏ?

ପ୍ରଥମ ବିଶ୍ୱଯୁଦ୍ଧ କାଳରେ ପାଲେଷ୍ଟାଇନ ଓସମାନିଆ ବା ତୁର୍କି ସାମ୍ରାଜ୍ୟରେ ଥିଲା । ଓସମାନିଆ ସାମ୍ରାଜ୍ୟର ଅନ୍ତିମ ଦିନରେ ଯାଜାବର ଜୀବନ ବ୍ୟତିତ କରୁଥିବା ବେଦୁଇନ୍ ମୁସଲମାନ ପାଲେଷ୍ଟାଇନରେ ସ୍ଥାୟୀ ଭାବେ ରହିବା ଆରମ୍ଭ କରିଥିଲେ । ସେତେବେଳେ ଇହୁଦି ବିଶ୍ୱର ବିଭିନ୍ନ ଭାଗରୁ ଆସି ପାଲେଷ୍ଟାଇନରେ ବସତି ସ୍ଥାପନ କରୁଥିଲେ । ନୂଆନୂଆ ଆସିଥିବା ଏହି ଇହୁଦି ମାନେ ବେଦୁଇନ ଆରବ ମୁସଲମାନଙ୍କୁ ନିଜ ବସତିର ସୁରକ୍ଷା ପାଇଁ ଜଗୁଆଳି ଭାବେ ନିଯୁକ୍ତ କରିଥିଲେ । ସେମାନେ ଇହୁଦି ବସ୍ତିର ସୁରକ୍ଷା କରିବା ସହିତ ଚାଷଜମିକୁ ମଧ୍ଯ ଜଗୁଥିଲେ ।

ଇସ୍ରାଏଲକୁ ଦେଇଥିଲେ ଗୁପ୍ତ ସୂଚନା

୧୯୪୮  ମସିହାରେ, ଯେତେବେଳେ ଇସ୍ରାଏଲର ଜନ୍ମ ହେଲା ସେତେବେଳେ  ଆରବ ଦେଶ ଏକାଠି ହୋଇ ଏହା ଉପରେ ଆକ୍ରମଣ କରିଥିଲେ । ଆକ୍ରମଣ ଅଚାନକ ହୋଇଥିଲା । ତେବେ ଏହି ଆକ୍ରମଣ ବାବଦରେ ପ୍ରଥମେ ସୂଚନା ଏହି ବଦୁ ବା ବେଦୁଇନ୍ ମୁସଲମାନ ଇସ୍ରାଏଲୀ ସେନାକୁ ଦେଇଥିଲେ । ସେହି ସମୟରେ  ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ (IDF) ନୂତନ ଭାବରେ ଗଠନ କରାଯାଇଥିଲା। ଏହି ଯୁଦ୍ଧରେ ବେଦୁଇନ୍ ମୁସଲମାନ ଇସ୍ରାଏଲୀ ସେମା ସହିତ ଏକାଠି ଲଢିଥିଲେ ।

ଇଣ୍ଡିଆନ୍ ଏକ୍ସପ୍ରେସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, 50 ଦଶକରେ ଇସ୍ରାଏଲ୍ ବହୁ ସଂଖ୍ୟକ ବେଦୁଇନ ମୁସଲମାନଙ୍କୁ ନାଗରିକତ୍ୱ ଦେଇଥିଲା ଏବଂ ସେମାନଙ୍କୁ ନେଗେଭ୍ ମରୁଭୂମିରେ ବସତି ସ୍ଥାପନ କରିବାରେ ସାହାଯ୍ୟ କରିଥିଲା। ଏହା ପରେ ବହୁ ସଂଖ୍ୟକ ବେଡୁଇନ୍ ମୁସଲମାନ ଇସ୍ରାଏଲ୍ ସେନାରେ ବିଶେଷ ଭାବରେ ଟ୍ରାକିଂ ୟୁନିଟରେ ନିଯୁକ୍ତ ହୋଇଥିଲେ । ୧୯୭୦ ରେ ଇସ୍ରାଏଲୀ ପ୍ରତିରକ୍ଷା ବାହିନୀରେ ଏକ ସ୍ୱତନ୍ତ୍ର “ବେଡୁଇନ୍ ସ୍କାଉଟିଙ୍ଗ୍ ୟୁନିଟ୍” ଗଠନ କରାଯାଇଥିଲା  ।

ଏହା ପରେ, 1986 ରେ “ମରୁଭୂମି ସ୍କାଉଟିଙ୍ଗ୍ ୟୁନିଟ୍” ଗଠନ କରାଯାଇଥିଲା, ଯାହା ଗାଜା ଷ୍ଟ୍ରିପ୍ ନିକଟରେ ନିୟୋଜିତ ହୋଇଥିଲା ।୨୦୦୩ରେ IDF ଏକ ବିଶେଷ ସନ୍ଧାନ ଏବଂ ଉଦ୍ଧାର ୟୁନିଟ୍ ସୃଷ୍ଟି କରିଥିଲା,ଯେଉଁଥିରେ ଅଧିକାଂଶ ବେଦୁଇନ ଆରବ ରହିଥିଲେ ଏବଂ ସୀମାନ୍ତ ଅଞ୍ଚଳରେ ନିୟୋଜିତ ହୋଇଥିଲେ ।

 

ଇସ୍ରାଏଲ୍ ସେନାରେ କେତେ 'ବଦୁ' ମୁସଲମାନ?

ବେଦୁଇନ ବା ବଦୁ ମୁସଲମାନମାନଙ୍କ ପାଇଁ ଅନେକ ପ୍ରକାରର ରିହାତି ରହିଛି । ଉଦାହରଣ ସ୍ୱରୂପ, ଇହୁଦୀମାନଙ୍କ ପରି, ସେମାନଙ୍କ ପାଇଁ ସାମରିକ ତାଲିମ ବାଧ୍ୟତାମୂଳକ ନୁହେଁ । ବେଦୁଇନ ଚାହିଁଲେ ନିଜେ ସାମରିକ ତାଲିମ ନେଇପାରିବେ । ୨୦୨୧ ମସିହାରେ, ପ୍ରାୟ ୬ଶହ ବେଦୁଇନ୍ ଆରବ ସାମରିକ ତାଲିମ ପାଇଁ ପଞ୍ଜୀକୃତ ହୋଇଥିଲେ । ଯାହାକି ଏକ ରେକର୍ଡ ଥିଲା  । ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀର ଏକ ବିବୃତ୍ତି ଅନୁଯାୟୀ, ପ୍ରତିବର୍ଷ ପ୍ରାୟ ୪୫୦ ବେଦୁଇନ୍ ଇସ୍ରାଏଲୀ ସେନାରେ ଯୋଗ ଦିଅନ୍ତି ।