France president:ଭାରତର କେଉଁ କଥାକୁ କେବେ ବି ଭୁଲିବେନି ବୋଲି କହିଲେ ଫ୍ରାନ୍ସ ରାଷ୍ଟ୍ରପତି ?
Advertisement

France president:ଭାରତର କେଉଁ କଥାକୁ କେବେ ବି ଭୁଲିବେନି ବୋଲି କହିଲେ ଫ୍ରାନ୍ସ ରାଷ୍ଟ୍ରପତି ?

ଭାରତର ସାଧାରଣତନ୍ତ୍ର ଦିବସ ପରେଡରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା  ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୟପୁରର ହାୱା ମହଲ ନିକଟରେ ଥିବା ଏକ ଦୋକାନରେ ମାଟିକପ(କୁହ୍ଲଡ୍) ଚା’ପିଇଥିଲେ । ଚା’ ପିଇବା ପରେ  ପିଏମ ମୋଦୀ ତାଙ୍କ ଫୋନରେ ୟୁପିଆଇ ବ୍ୟବହାର କରି ବିଲ୍ ପୈଠ କରିଥିଲେ

SOCIAL MEDIA

France president:

ଭାରତର ସାଧାରଣତନ୍ତ୍ର ଦିବସ ପରେଡରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା  ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୟପୁରର ହାୱା ମହଲ ନିକଟରେ ଥିବା ଏକ ଦୋକାନରେ ମାଟିକପ(କୁହ୍ଲଡ୍) ଚା’ପିଇଥିଲେ । ଚା’ ପିଇବା ପରେ  ପିଏମ ମୋଦୀ ତାଙ୍କ ଫୋନରେ ୟୁପିଆଇ ବ୍ୟବହାର କରି ବିଲ୍ ପୈଠ କରିଥିଲେ। ଏହି ଘଟଣା ଦେଖି ମାକ୍ରୋନ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ସୂଚନାଯୋଗ୍ୟ ଯେ, ଭାରତର ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) ଅନେକ ବିଦେଶୀ ନେତାଙ୍କୁ ଆଶ୍ଚର୍ଯ୍ୟ କରିଛି। ବର୍ତ୍ତମାନ ଏହି ତାଲିକାରେ  ଆଉ ଜଣେ ନେତାଙ୍କ ନାମ ଯୋଡା ଯାଇଛି। ସିଏ ହେଉଛନ୍ତି ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମାକ୍ରୋନଙ୍କ ସମ୍ମାନରେ ଆୟୋଜନ କରିଥିବା ରାଜକୀୟ ଭୋଜିରେ  ଫ୍ରାନ୍ସ ରାଷ୍ଟ୍ରପତି ୟୁପିଆଇକୁ  ପ୍ରଶଂସା କରିଛନ୍ତି।

ରାଷ୍ଟ୍ରପତି ଭବନରେ ତାଙ୍କ ଅଭିଭାଷଣରେ ମାକ୍ରୋନ୍ କହିଛନ୍ତି, 'ଆମେ ଏକାଠି ପିଇଥିବା ଚା’କୁ ମୁଁ କେବେ ବି ଭୁଲିବି ନାହିଁ। କାରଣ ଏହାର ପେମେଣ୍ଟ୍ ୟୁପିଇ ମାଧ୍ୟମରେ ଦିଆଯାଇଥିଲା।  ମାକ୍ରୋନ୍ ଏବଂ ପିଏମ ମୋଦୀ ଗୁରୁବାର ଦିନ ଜୟପୁରର ହାୱା ମହଲ ନିକଟରେ ଥିବା ଏକ ଦୋକାନରେ ଚା ପିଇଥିଲେ। ଏହା ପରେ ପିଏମ ମୋଦୀ ତାଙ୍କ ଫୋନରେ ୟୁପି ’ଆପ୍ ବ୍ୟବହାର କରି ଚା ପାଇଁ ଅର୍ଥ ପ୍ରଦାନ କରିଥିଲେ। ଯାହାକୁ ଆଶ୍ଚର୍ଯ୍ୟ ଚକିତ ହୋଇ ମାକ୍ରୋନ୍ ଦେଖିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଆପ୍ ଦ୍ୱାରା କ୍ୟୁଆର କୋଡ୍ ସ୍କାନ କରି ଟଙ୍କା ଦେବା ଓ ଦୋକାନୀ ପେମେଣ୍ଟ ପାଇଥିବା କନଫର୍ମସେନ୍ ଦେବା ଫରାସୀ ରାଷ୍ଟ୍ରପତିଙ୍କୁ ଚକିତ କରିଥିଲା ।

ମାକ୍ରନ୍ ଆଉ କ’ଣ କହିଥିଲେ?

ମାକ୍ରୋନ୍ ଶୁକ୍ରବାର ଦିନ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ସେ 'ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଦିନ' (ଭାରତର ସାଧରଣତନ୍ତ୍ର ଦିବସ ପାଳନ) ର ଅଂଶ ହୋଇଥିବାରୁ ସେ ନିଜକୁ ସମ୍ମାନିତ ଅନୁଭବ କରୁଛନ୍ତି । ସେ କହିଛନ୍ତି  ଯେ, ଏମିତି ଲାଗୁ ନାହିଁ ଯେ ଆମେ ଅଲଗା ହୋଇ ବଂଚିପାରିବା । ଆମ ବୈଠକରେ ନୂତନ ଆବିଷ୍କାରର ସତେଜତା ନହରାଇ ପୁନର୍ବାର ବନ୍ଧୁମାନଙ୍କୁ ଭେଟିବାର ଉଷ୍ମତା ଅଛି । ଜୁଲାଇରେ ଆପଣ ଫ୍ରାନ୍ସରେ ଥିଲ ଏବଂ ମୁଁ ଆଜି ଦିଲ୍ଲୀରେ ଅଛି ।

ଭାରତରୁ UPI ଟେକ୍ନଲୋଜି ନେବାକୁ ଫ୍ରାନ୍ସ ଆଗ୍ରହ ଦେଖାଇଛି । ଜୁଲାଇରେ ଫ୍ରାନ୍ସ ଗସ୍ତ ସମୟରେ ମୋଦୀ କହିଥିଲେ ଯେ,ଭାରତ ଓ ଫ୍ରାନ୍ସ  ୟୁପିଆଇ ପେମେଣ୍ଟ ମେକାନିଜିମ୍ ବ୍ୟବହାର କରିବାକୁ ସହମତ ହୋଇଛନ୍ତି ଏବଂ ଫ୍ରାନ୍ସର ଐତିହାସିକ ଆଇଫିଲ ଟାୱାରରୁ ଏହାର ଆରମ୍ଭ ହେବ ।  ଭାରତୀୟ ପର୍ଯ୍ୟଟକମାନେ ବର୍ତ୍ତମାନ ଆଇଫିଲ ଟାୱାର ଦେଖିବା ପାଇଁ ୟୁପିଆଇ ଦ୍ୱାରା ଭାରତୀୟ ମୁଦ୍ରାରେ ପୈଠ କରିପାରିବେ । ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NCPI) ର ଆନ୍ତର୍ଜାତୀୟ ଅଙ୍ଗ ମଧ୍ୟ UPI ଏବଂ RuPay ଗ୍ରହଣ କରିବାକୁ ଫ୍ରାନ୍ସର ଲିରା ନେଟୱାର୍କ ସହିତ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରିଛି ।

ଗତ ବର୍ଷ ଜାପାନର ଡିଜିଟାଲ ମନ୍ତ୍ରୀ କୋନା ତାରୋ ଭାରତରେ ଥିଲେ ଏବଂ ଅଶ୍ୱିନୀ ବୈଷ୍ଣବଙ୍କ ପରି କିଛି ବରିଷ୍ଠ ମନ୍ତ୍ରୀଙ୍କୁ ଭେଟି ଭାରତରେ ୟୁପିଆଇର ବ୍ୟବହାରର ପ୍ରତ୍ୟାକ୍ଷ ଜ୍ଞାନ ଆହରଣ କରିଥିଲେ ।  ଜାପାନ ମନ୍ତ୍ରୀ ଦିଲ୍ଲୀର ଖାନ ମାର୍କେଟର ଏକ କଫି ଦୋକାନକୁ ଯାଇ ସେତେବେଳେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ  ଯେତେବେଳେ ସେ ଦେଖିଥିଲେ ଯେ, ସେଠାରେ ଥିବା ପ୍ରାୟ ସମସ୍ତେ ଅନଲାଇନ୍ ପେମେଣ୍ଟ କରିବା ପାଇଁ QR କୋଡ୍ ସ୍କାନ କରୁଛନ୍ତି। ଜାପାନକୁ ଫେରିବା ପରେ ମନ୍ତ୍ରୀ ତୁରନ୍ତ ଏକ ଉଚ୍ଚ ସ୍ତରୀୟ ବୈଠକ ଡାକି UPI ଗ୍ରହଣ କରିବା ପ୍ରସଙ୍ଗରେ ଆଲୋଚନା କରିଥିଲେ।

ସୂଚନାଯୋଗ୍ୟ ଯେ ‘35-40 ଦେଶ ’ବର୍ତ୍ତମାନ ଭାରତଠାରୁ UPI ଟେକ୍ନୋଲୋଜି ନେବାକୁ ଚିନ୍ତା କରୁଛନ୍ତି ଏବଂ ଭାରତ ଏହି ପ୍ରସଙ୍ଗରେ ସେମାନଙ୍କ ସହ ସକ୍ରିୟ ଭାବରେ ଆଲୋଚନା କରୁଛି ।  ଜାପାନ  ୟୁପିଇ ସିଷ୍ଟମରେ ଯୋଗଦେବାକୁ ଚିନ୍ତା କରୁଛି ବୋଲି ଗତବର୍ଷ କହିଥିଲା। UPI ଦେୟ ବ୍ୟବସ୍ଥାରେ ଆଗ୍ରହ ଦେଖାଉଥିବା ଅନ୍ୟ ଦେଶ ମଧ୍ୟରେ ଭୁଟାନ, ମାଲେସିଆ, ୟୁଏଇ, ନେପାଳ, ଫ୍ରାନ୍ସ, ବ୍ରିଟେନ,ଋଷ, ଓମାନ, କତାର, ଅଷ୍ଟ୍ରେଲିଆ, ଥାଇଲ୍ୟାଣ୍ଡ, ସାଉଦି ଆରବ, ସିଙ୍ଗାପୁର, ମାଲେସିଆ, ଥାଇଲ୍ୟାଣ୍ଡ, ଭିଏତନାମ, କାମ୍ବୋଡିଆ, ଦକ୍ଷିଣ କୋରିଆ ଏବଂ ବହାରିନ ରହିଛନ୍ତି ।