Gold Rate Today: ସୁନା ପ୍ରେମୀଙ୍କ ପାଇଁ ବଡ଼ ଖବର। ପୁଣି ଖସିଲା ସୁନା ରେଟ୍। ଲଗାତର ପଞ୍ଚମ ଦିନରେ ଶସ୍ତା ହେଲା ସୁନା । ବିବାହ ସିଜିନ୍-ରେ ସୁନା ଦର ହ୍ରାସ ଗ୍ରାହକଙ୍କୁ ଖୁସି କରିଦେଇଛି। ଆଜି ମଧ୍ୟ ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଯଦି ଆପଣ ଆଜି ସୁନା-ଗହଣ କିଣିବାକୁ ଯୋଜନା କରିଛନ୍ତି। ତେବେ, ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍ ...
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୦, ୬୯୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୭,୧୨୦ ଟଙ୍କା ରହିଛି । ଏଠାରେ ୨୨ ଓ ୨୪ କ୍ୟାରେଟ୍ ରେ ୧୦ ଟଙ୍କା କମିଛି।
ALSO READ: ବର୍ଷ ୨୦୨୫ରେ ୪ ଗ୍ରହଙ୍କ ଗୋଚର; ଲାଭରେ ରହିବେ ୫ରାଶି, ବର୍ଷ ତମାମ୍ କମାଇବେ ଟଙ୍କା
ALSO READ: Asima Panda Video: ଝରଣା କୂଳରୁ ଭାଇରାଲ୍ ହେଲା କଣ୍ଠଶିଳ୍ପୀ ଅସୀମା ପଣ୍ତାଙ୍କ ଏହି ଭିଡିଓ , ଦେଖନ୍ତୁ
ସେହିପରି ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୦,୮୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୭,୨୭୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୧୦ ଟଙ୍କା କମିଛି।
ଅନ୍ୟପଟେ, ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୦,୬୯୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୭, ୧୨୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୧୦ ଟଙ୍କା ଖସିଛି।
ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୦,୬୯୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୭,୧୨୦ ଟଙ୍କା ରହିଛି । ଏଠାରେ ମଧ୍ୟ ୨୨ ଓ ୨୪ କ୍ୟାରେଟ୍ ରେ ୧୦ ଟଙ୍କା କମିଛି।
ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ର ୧୦ ଗ୍ରାମ୍ ରେଟ୍ ୭୦,୬୯୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୭,୧୨୦ ଟଙ୍କା ରହିଛି। ଏବଂ ୧୮ କ୍ୟାରେଟ୍ ର ରେଟ୍ ୫୭,୮୪୦ ଟଙ୍କା ରହିଛି। ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବା ପାଇଁ ଚାହିଁବୁ ଯେ, ୨୨ , ୨୪ ଓ ୧୮ କ୍ୟାରେଟ୍ ରେ ୧୦ ଟଙ୍କା ହ୍ରାସ ପାଇଛି।
ट्रेन्डिंग फोटोज़