ବର୍ଷା ଅଭାବରୁ ଶୁଖିଗଲାଣି ଧାନ ଗଛ, ଜିଲ୍ଲାରେ ମରୁଡି ଆଶଙ୍କା!
Advertisement

ବର୍ଷା ଅଭାବରୁ ଶୁଖିଗଲାଣି ଧାନ ଗଛ, ଜିଲ୍ଲାରେ ମରୁଡି ଆଶଙ୍କା!

ଲାଭ ହେବା ଦୁରର କଥା ଖର୍ଚ୍ଚ କରିଥିବା ଅର୍ଥ ପାଇବା ଆଶା ମଉଳି ଗଲାଣି। କୃଷିର ବିକାଶ ପାଇଁ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଅମଳରେ ନିର୍ମିତ ବିଭିନ୍ନ ସାଗର ଓ ଏହାର କେନାଲ ପୁନରୁଦ୍ଧାର କରାଯାଉ ନାହିଁ। ବର୍ଷ ବର୍ଷ ଧରି ଏସବୁର ମରାମତି କରାନଯିବା କାରଣରୁ ଏହାର କେନାଲ ପୋତି ହୋଇଯାଇଛି। ଫଳରେ ଚାଷଜମିରେ ଜଳସେଚନ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । 

ବର୍ଷା ଅଭାବରୁ ଶୁଖିଗଲାଣି ଧାନ ଗଛ, ଜିଲ୍ଲାରେ ମରୁଡି ଆଶଙ୍କା!

ସୁଜିତ୍ ବିଶୋୟୀ, ଗଜପତି: ବର୍ଷା ଅଭାବରୁ ହାହାକାର, ଜିଲ୍ଲାରେ ମରୁଡି ଆଶଙ୍କା । ବର୍ଷା ଅଭାବରୁ ଫାଟି ଆଁ କଲାଣି ଚାଷଜମି । ଯାହାକୁ ନେଇ ଚିନ୍ତାରେ ଚାଷୀକୂଳ। ଖରିଫ୍ ଧାନ ଚାଷ ପାଇଁ ଠିକ୍ ସମୟରେ ବର୍ଷା ହୋଇଥିବାରୁ ଧାନରୁଆ ସମସ୍ତ ଅଞ୍ଚଳରେ ଏକପ୍ରକାର ସୁରୁଖୁରୁରେ ହୋଇ ଥିବା ବେଳେ, ପରବର୍ତ୍ତୀ ସମୟରେ ଆବଶ୍ୟକ ପରିମାଣରେ ବର୍ଷା ନ ହେବାରୁ ଧାନ ଗଛ ଶୁଖିବାକୁ ବସିଲାଣି । ହଜାର ହଜାର ଟଙ୍କା ଖର୍ଚ୍ଚ କରି ଧାନ ଫସଲ କରିଥିବା ଚାଷୀ ଏଵେ ମୁଣ୍ଡରେ ହାତ ଦେଇ ବସିଛି । 

ଲାଭ ହେବା ଦୁରର କଥା ଖର୍ଚ୍ଚ କରିଥିବା ଅର୍ଥ ପାଇବା ଆଶା ମଉଳି ଗଲାଣି। କୃଷିର ବିକାଶ ପାଇଁ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଅମଳରେ ନିର୍ମିତ ବିଭିନ୍ନ ସାଗର ଓ ଏହାର କେନାଲ ପୁନରୁଦ୍ଧାର କରାଯାଉ ନାହିଁ। ବର୍ଷ ବର୍ଷ ଧରି ଏସବୁର ମରାମତି କରାନଯିବା କାରଣରୁ ଏହାର କେନାଲ ପୋତି ହୋଇଯାଇଛି। ଫଳରେ ଚାଷଜମିରେ ଜଳସେଚନ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଏହାବ୍ୟତୀତ ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ୨ଟି ଚିରସ୍ରୋତା ନଦୀ ପ୍ରବାହିତ ହେଉଛି । 

ବଂଶଧାରା ନଦୀରେ କୋଟି କୋଟି ଟଙ୍କା ବ୍ୟୟରେ ତିନୋଟି ମେଗା ଉଠାଜଳସେଚନ ପ୍ରକଳ୍ପ ଏବଂ ସେହିପରି ମହେନ୍ଦ୍ରତନୟା ନଦୀରେ ଡମ୍ବାପୁର ବୃହତ୍ ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଛି, ହେଲେ ଉପଯୁକ୍ତ ଭାବେ କାର୍ଯ୍ୟକ୍ଷମ ହୋଇ ନଥିବାରୁ ଜଳସେଚନରୁ ବଞ୍ଚିତ ହେଉଛନ୍ତି ଚାଷୀ । ଆଗାମୀ କିଛି ଦିନ ମଧ୍ୟରେ ଯଦି ବର୍ଷା ନହୁଏ ତାହା ହେଲେ ମରୁଡି ପରିସ୍ଥିତି ସୃଷ୍ଟି ହେବା ସୁନିଶ୍ଚିତ । 

ବର୍ଷାକୁ ନିର୍ଭର କରି ବିଶେଷ କରି ଧାନ ଚାଷ କରାଯାଉଥିବାରୁ । ବର୍ଷା ଅଭାବ ହେଲେ ଅମଳ ପରିମାଣ ବହୁତ ପରିମାଣରେ କମିଯାଏ, ଗୋଟିଏ ଏକର ଜମିରେ ଚାଷ ପାଇଁ ବ୍ୟୟ ହୋଇଥିବା ପ୍ରାୟ ୧୫-୨୦ ହଜାର ମୂଳ ଟଙ୍କା ଫେରି ନପାଇ କ୍ଷତିଗ୍ରସ୍ତ ହେଉଥିବା କରିଛନ୍ତି ଚାଷୀ । ଏପରି ସମୟରେ କୃଷି ବିଭାଗ ପକ୍ଷରୁ କୈାଣସି କର୍ମଚାରୀ ଚାଷୀଙ୍କ ସମସ୍ୟା ବୁଝିବା ପାଇଁ ପହଞ୍ଚୁନଥିବା ଅଭିଯୋଗ କରିଛନ୍ତି ଚାଷୀ । 

ଜଳକଷ୍ଟ ସହ କେତେବେଳେ ବିହନର ଅଭାବ ତ କେତେବେଳେ ସାର ଔଷଧର ଅଭାବି ବିକ୍ରି ସାଙ୍ଗକୁ ଅମଳ ଧାନ ବିକ୍ରି ନେଇ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଜିଲ୍ଲାରେ କୌଣସି ବିଭାଗୀୟ ଅଧିକାରୀ ସମସ୍ୟା ବୁଝିବାକୁ ନଥିବା କହିଛନ୍ତି ଚାଷୀ। ଜିଲ୍ଲା କୃଷି ବିଭାଗ ଏନେଇ କେତେ ତତ୍ପର ରହିଛି ସେନେଇ ଆମେ ଜାଣିବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ଖବର ମିଳିପାରିନାହିଁ । ଜିଲ୍ଲାର ପାରଳାଖେମୁଣ୍ଡି, କାଶୀନଗର, ଗୋଷାଣୀ, ରାୟଗଡ଼ ଅଞ୍ଚଳରେ ପ୍ରଚୁର ପରିମାଣରେ ଧାନ ଚାଷ ହୋଇଥାଏ । ଚାଷୀଙ୍କ ସମସ୍ୟା ସମାଧାନ ଦିଗରେ ରାଜ୍ୟ ସରକାର ତଥା କୃଷି ବିଭାଗ ପଦକ୍ଷେପ ନେବା ଆବଶ୍ୟକତା ରହିଛି ।