Gajapati: ଚନ୍ଦ୍ରଗିରି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଅସାମାଜିକ କାରନାମା, ୧୨ ଦିନ ପାଇଁ ବହିଷ୍କୃତ ହେଲେ ୩ ଛାତ୍ର
Advertisement
Article Detail0/zeeodisha/odisha1595260

Gajapati: ଚନ୍ଦ୍ରଗିରି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଅସାମାଜିକ କାରନାମା, ୧୨ ଦିନ ପାଇଁ ବହିଷ୍କୃତ ହେଲେ ୩ ଛାତ୍ର

Gajapati: ଗଜପତି ଜିଲ୍ଲା ଚନ୍ଦ୍ରଗିରି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଗତ ୨୮ ତାରିଖ ବିଳମ୍ବିତ ରାତିରେ ୩ ଜଣ ଛାତ୍ର ହଷ୍ଟେଲର ପାଚେରୀ ଡେଇଁ ଚନ୍ଦ୍ରଗିରି ବଜାରରେ ଚାଲିଥିବା ଏକାଧିକ ବିବାହ ଭୋଜିରେ ଯୋଗ ଦେଇ ନାଚିଥିଲେ । ତାପରେ ସେଠାରୁ ଆସି ଏକ ଦୋକାନ ସାମ୍ନାରୁ ଥିବା ଏକ ସ୍କୁଟି ଚୋରି କରି ନେଇ ଯାଇ ବୁଲା ବୁଲି କରିଥିଲେ । 

ସାଙ୍କେତିକ ଛବି

Gajapati: ଗଜପତି ଜିଲ୍ଲାର ଏକମାତ୍ର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଚନ୍ଦ୍ରଗିରିରେ ଛାତ୍ରଛାତ୍ରୀଙ୍କ ସ୍ଥିତି ଅସୁରକ୍ଷିତ ଥିବା ପରିଲିଖିତ ହୋଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଓ କର୍ମଚାରୀଙ୍କ ଦାୟୀତ୍ବହୀନତା ଓ ଖାମଖିଆଲି ନିତି ଯୋଗୁଁ ଅଧ୍ୟୟନରତ ଛାତ୍ରଛାତ୍ରୀ ଏବେ ଅସାମାଜିକ କାର୍ଯ୍ୟ ମୁହାଁ ହେଉଥିବା ଘଟଣା ଚନ୍ଦ୍ରଗିରି ଅଞ୍ଚଳରେ ଏବେ ଆଲୋଡନ ସୃଷ୍ଟି କରିଛି । ବିଦ୍ୟାଳୟର ତିନି ଛାତ୍ରଙ୍କ ଅସାମାଜିକ କାରନାମା ସୋସିଆଲ ମିଡିଆରେ ମୋବାଇଲରୁ ମୋବାଇଲକୁ ଘୁରିବୁଲୁଥିବା ବେଳେ ବିଶୃଙ୍ଗିତ ଆଚରଣ ପାଇଁ ସମୃକ୍ତ ଛାତ୍ର ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଅଧ୍ୟକ୍ଷ ମନମୋହନ ସାହୁ ନେଇଛନ୍ତି । ସେପଟେ ପିଲାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଘଟଣା ବିଷୟରେ ଆଦ୍ୟୁ ଜାଣିନଥିବା ବିଭାଗୀୟ ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ କହିଛନ୍ତି । ଏହା ସହ ଘଟଣାର ଅନୁସନ୍ଧାନ କରାଯାଇ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଛନ୍ତି ।

କ'ଣ ରହିଛି ପୂରା ମାମଲା?
ଚନ୍ଦ୍ରଗିରି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ୩ ଜଣ ଛାତ୍ର ଏକ ସ୍କୁଟି ଚୋରି ଘଟଣାରେ ତିନିଜଣଙ୍କୁ ୧୩ ଦିନ ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ବହିସ୍କାର କରିଛନ୍ତି । ଗଜପତି ଜିଲ୍ଲା ଚନ୍ଦ୍ରଗିରି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଗତ ୨୮ ତାରିଖ ବିଳମ୍ବିତ ରାତିରେ ୩ ଜଣ ଛାତ୍ର ହଷ୍ଟେଲର ପାଚେରୀ ଡେଇଁ ଚନ୍ଦ୍ରଗିରି ବଜାରରେ ଚାଲିଥିବା ଏକାଧିକ ବିବାହ ଭୋଜିରେ ଯୋଗ ଦେଇ ନାଚିଥିଲେ । ତାପରେ ସେଠାରୁ ଆସି ଏକ ଦୋକାନ ସାମ୍ନାରୁ ଥିବା ଏକ ସ୍କୁଟି ଚୋରି କରି ନେଇ ଯାଇ ବୁଲା ବୁଲି କରିଥିଲେ । ସ୍କୁଟିର ତେଲ ସରିଯିବା ପରେ ନିକଟସ୍ଥ ଲକ୍ଷାରୀ ଜଙ୍ଗଲରେ ଫିଙ୍ଗି ଦେଇଥିଲେ । ଚୋରି ହୋଇଥିବା ଦୋକାନରେ ସାମ୍ନାରେ ଲାଗିଥିବା ସିସିଟିଭିରେ ଚୋରିର ସମସ୍ତ ଘଟଣା କଏଦ ହୋଇଥିଲା । ସକାଳେ ଚୋରି ଶିକାର ହୋଇଥିବା ବ୍ୟକ୍ତି ଜଣକ ସି ସି ଟିଭି ଫୁଟେଜରୁ ହଷ୍ଟେଲର ଛାତ୍ରମାନେ  ବୋଲି ଜାଣିବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । ସିସିଟିଭି ପୁଟେଜ୍ ରୁ ଛାତ୍ରମାନଙ୍କୁ କର୍ତ୍ତୃପକ୍ଷ ଚିହ୍ନିବା ପରେ ସେହି ଛାତ୍ରମାନଙ୍କ ଦ୍ଵାରା ସ୍କୁଟିକୁ ଜଙ୍ଗଲରୁ  ଉଦ୍ଧାର କରାଯାଇଥିଲା । ତେବେ ଏଭଳି ଅସାମାଜିକ କାର୍ଯ୍ୟକଳାପକୁ ନେଇ ଗତକାଲି ବିଦ୍ୟାଳୟ କର୍ତ୍ତୃପକ୍ଷ ସଂପୃକ୍ତ ତିନି ଜଣ ଛାତ୍ରମାନଙ୍କୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହିସାବରେ ବିଦ୍ୟାଳୟରୁ ୧୩ ଦିନ ପାଇଁ ବହିଷ୍କାର କରିଛନ୍ତି । ବର୍ତ୍ତମାନ ସିସିଟିଭିରେ କଏଦ ହୋଇଥିବା ଚୋରି ର ପୁରା ଭିଡିଓ ମୋବାଇଲ୍ ରୁ ମୋବାଇଲ୍ ଭାଈରାଲ ହେବାରେ ଲାଗିଛି । ତେବେ ଏ ନେଇ ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କ ପାଖରେ କୌଣସି ସୂଚନା ନାହିଁ । ଉକ୍ତ ବେଳେ ଆଗାମୀ ୧୪ ତାରିଖରେ ହେବାକୁ ପରିକ୍ଷା ଦେଇପାରିବେ ବୋଲି ପ୍ରକାଶ କରିଛନ୍ତି ଅଧ୍ୟକ୍ଷ ।  

ବିଦ୍ୟାଳୟରେ ପାଚେରୀ ଉଚ୍ଚତା କମଥିବା କାରଣରୁ ଏଭଳି ଘଟଣା ବାରମ୍ବାର ଘଟିଆସୁଥିବା ଅଧ୍ୟକ୍ଷ ଅଭିଯୋଗ ଆଣିଛନ୍ତି । ଏବଂ ଯୋଗୁଁ ପାଚେରୀ ଉଚ୍ଚତା ବୃଦ୍ଦି କରିବା ନିମନ୍ତେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଗୁହାରୀ କରିଛନ୍ତି । ଅପରପକ୍ଷରେ କେବଳ ଫାଟକ ଆଗରେ ପ୍ରହରା କର୍ମଚାରୀ ଉପରେ ନିର୍ଭର କରି କାମ ଚଳାଉଥିବା ବେଳେ ବିଦ୍ୟାଳୟର ରୋଷେଇ ଶାଳ ପାଖରେ ଥିବା ପାଚେରୀରେ ବେଆଇନ ଭାବେ ଲୁହାର ସିଡ଼ି ରଖାଯାଇ ପ୍ରତିଦିନ ଅନାୟସରେ ଛାତ୍ର ଛାତ୍ରୀ ଓ ବାହାର ଲୋକେ ଯାତାୟତ  କରୁଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କ ସମୃକ୍ତ ସମୃକ୍ତ ଅଧ୍ୟକ୍ଷ ଓ କର୍ମଚାରୀଙ୍କୁ ଉକ୍ତ ସିଡି କୁ ଦେଖାଇବା ପରେ ପାଚେରୀରୁ ଲୁହାସିଡିକୁ ହଟାଇଥିଲେ ଅଧ୍ୟକ୍ଷ । ଏଭଳି ସ୍ଥିତିରେ ବିଦ୍ୟାଳୟରେ ଅଧ୍ୟୟନ ରତ ଆବାସିକ ଛାତ୍ରୀ କେତେ ସୁରକ୍ଷିତ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ଘଟଣା ଉଚ୍ଚ ସ୍ତରୀୟ ତଦନ୍ତ ସହ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତ ଦାବୀ ହୋଇଛି ।

ଏହା ବି ପଢ଼ନ୍ତୁ: Do ghosts exist: ଭୂତ ଅଛନ୍ତି! ଭାରତ ଅପେକ୍ଷା ଆମେରିକା ଓ ଏହି ଦେଶର ଲୋକମାନେ କରନ୍ତି ଅଧିକ ବିଶ୍ୱାସ