Advertisement
Article Detail0/zeeodisha/odisha770208
Zee OdishaGajapatiରକ୍ତ ଚନ୍ଦନ କାଠ ଜବତ ଘଟଣା; ୫ ଦିନ ପରେ ପୋଲିସ ହାତ ଖାଲି

ରକ୍ତ ଚନ୍ଦନ କାଠ ଜବତ ଘଟଣା; ୫ ଦିନ ପରେ ପୋଲିସ ହାତ ଖାଲି

ବର୍ଷ ବର୍ଷ ଧରି ଜଙ୍ଗଲ ମାଫିଆ ସଂରକ୍ଷିତ ଜଙ୍ଗଲରୁ ବହୁ ମୂଲ୍ୟବାନ ବିରଳ ରକ୍ତ ଚନ୍ଦନ କାଠକୁ ରାଜ୍ୟ ତଥା ଦେଶ ବାହାରକୁ ଚାଲାଣ କରୁଛନ୍ତି। ଅନେକ ସମୟରେ ଓଡ଼ିଶାରୁ ଖସି ଆନ୍ଧ୍ର ପ୍ରଦେଶର ସୀମାରେ ଧରା ପଡୁଛନ୍ତି ମାଫିଆ।

ରକ୍ତ ଚନ୍ଦନ କାଠ ଜବତ ଘଟଣା; ୫ ଦିନ ପରେ ପୋଲିସ ହାତ ଖାଲି

ସୁଜିତ ବିଷୋୟୀ,ଗଜପତି: ଜଙ୍ଗଲ ବିଭାଗ (Forest Department) ଦ୍ଵାରା ବିପୁଳ ପରିମାଣର ବହୁମୂଲ୍ୟ ବିରଳ ରକ୍ତ ଚନ୍ଦନ କାଠ ଜବତ ଘଟଣାରେ ୫ ଦିନ ପରେ ଅଭିଯୁକ୍ତଙ୍କ ଟେର ମିଳୁନାହିଁ। ଜଙ୍ଗଲ ବିଭାଗ ଓ ପୋଲିସର ମିଳିତ ଚଢାଉ ପରେ ଜବତ ହୋଇଥିଲା ୬ କ୍ୱିଣ୍ଟାଲ ରକ୍ତ ଚନ୍ଦନ କାଠ (Red Sandal Wood)। ଜିଲ୍ଲାର ଗାରାବନ୍ଧ ଥାନା (Garabandh Police Station) ଅନ୍ତର୍ଗତ ଭିମପୁର ନିକଟ ଏକ ପରିତ୍ୟକ୍ତ ଘରୁ ଜବତ ହୋଇଥିବା ସୂଚନା ଦେଇଥିଲେ ବନଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ବେହେରା। 

ହେଲେ ଏ ଘଟଣାରେ ସମ୍ପୃକ୍ତ ମାଫିଆଙ୍କୁ ଚିହ୍ନଟ କରାଯାଇଛି ଯଥା ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଥିଲେ। ହେଲେ ଘଟଣାର ୫ ଦିନ ପରେ ବି କୌଣସି ଅଭିଯୁକ୍ତ ଗିରଫ କରିପାରିନାହିଁ ବନ ବିଭାଗ। ମାସେ ପୂର୍ବେ ଏହି ଚୋରା କାରବାର ନେଇ ଖବର ପାଇଥିଲା ବିଭାଗ। ଅତର୍କିତ ଚଢାଉ ପାଇଁ ଏକ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ କରିଥିଲା ରଣନୀତି। ତଥାପି ଖସି ପଳାଇବାରେ ସକ୍ଷମ ହୋଇଛନ୍ତି ଚୋରା ଚାଲାଣକାରୀ। କେଉଁଠି ନା କେଉଁଠି ବିଭାଗର ଦୁର୍ବଳତା ରହିଛି, ଯାହାର ଫାଇଦା ନେଇ ଖସି ପଳାଇବାରେ ସଫଳ ହୋଇଛନ୍ତି। ଖବର ନେବାରେ ଜଣାପଡିଛି ଆନ୍ତଃରାଜ୍ୟ ମାଫିଆଙ୍କ ସହ ସମ୍ପୃକ୍ତ ଏ ଅଞ୍ଚଳର ରାକେଟ ଏବେ ଚମ୍ପଟ ମାରିଛି। 

ବର୍ଷ ବର୍ଷ ଧରି ଜଙ୍ଗଲ ମାଫିଆ ସଂରକ୍ଷିତ ଜଙ୍ଗଲରୁ ବହୁ ମୂଲ୍ୟବାନ ବିରଳ ରକ୍ତ ଚନ୍ଦନ କାଠକୁ ରାଜ୍ୟ ତଥା ଦେଶ ବାହାରକୁ ଚାଲାଣ କରୁଛନ୍ତି। ଅନେକ ସମୟରେ ଓଡ଼ିଶାରୁ ଖସି ଆନ୍ଧ୍ର ପ୍ରଦେଶର ସୀମାରେ ଧରା ପଡୁଛନ୍ତି ମାଫିଆ। ଦୀର୍ଘ ବର୍ଷ ପରେ ଏତେ ପରିମାଣର ବହୁ ମୂଲ୍ୟବାନ ବିରଳ ରକ୍ତ ଚନ୍ଦନ କାଠକୁ ଜବତ କରାଯାଇଛି ମାତ୍ର ଜଣେ ଅଭିଯୁକ୍ତକୁ ଗିରଫ କରି ନପାରିବା ବିଭାଗର ଦୁର୍ବଳତାକୁ ପଦାରେ ପକାଇଛି। ବନ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ସନ୍ଦେହ ଘେରକୁ ଆସୁଛନ୍ତି କର୍ମଚାରୀ ଓ ଅଧିକାରୀ। 

Add Zee News as a Preferred Source

ଏ ଘଟଣାରେ ସମ୍ପୃକ୍ତ କିଛି ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି ଅନ୍ତର୍ଜାତୀୟ ମାଫିଆଙ୍କ ସମ୍ପୃକ୍ତି ରହିଥିବା ସ୍ୱୀକାର କରିଛନ୍ତି ବୋଲି ଅଧିକାରୀ କହୁଥିବା ବେଳେ ଅଭିଯୁକ୍ତକୁ ଗିରଫ କରିବାରେ ବିଫଳ ହେଉଛି ନା ମାଫିଆଙ୍କ ଚାପରେ ବଶବର୍ତ୍ତୀ ହୋଇ ଗିରଫ କରୁନାହାନ୍ତି ଅଧିକାରୀ ନା ରହିଛି ଅସାଧୁ ସମ୍ପର୍କି ଏମିତି ଅନେକ ପ୍ରଶ୍ନ ସୃଷ୍ଟି ହେଉଛି ଲୋକଙ୍କ ମନରେ। ଏହି ରାକେଟର ମୂଳ ଯାଏଁ ପହଞ୍ଚିବାରେ କେତେ ସଫଳ ହେଉଛି ଏବଂ ଘଟଣାରେ ସମ୍ପୃକ୍ତ ମାଫିଆଙ୍କୁ କେବେ କରୁଛି ବିଭାଗ ତାକୁ ହିଁ ଅପେକ୍ଷା। 

କେରଳ ଓ ଆନ୍ଧ୍ରପ୍ରଦେଶର କିଛି ଅଞ୍ଚଳକୁ ଛାଡିଦେଲେ କେବଳ ଗଜପତି ଜିଲ୍ଲାରେ ବିରଳ ରକ୍ତ ଚନ୍ଦନ କାଠର ପ୍ରାକୃତିକ ସ୍ୱତନ୍ତ୍ର ସଂରକ୍ଷିତ ଜଙ୍ଗଲ ରହିଛି ଯେଉଁଠାରୁ ବାରମ୍ବାର ମାଫିଆ ଲୁଟୁଥିବା ଅଭିଯୋଗ ପରେ ତାହାର ସୁରକ୍ଷା ପାଇଁ ଅନେକ କର୍ମଚାରୀ ନିୟୋଜିତ ଅଛନ୍ତି। ଏଥିପାଇଁ ପ୍ରତେକ ବର୍ଷ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା ତଥାପି ରୋକ ଲଗାଇବାରେ ବିଫଳ ହୋଇଛି ବିଭାଗ।

About the Author