Himalaya Viyagra:ସଂକଟରେ ଦୁନିଆର ସବୁଠାରୁ ଦାମୀ ଔଷଧ 'ହିମାଳୟର ଭାୟାଗ୍ରା', ତେବେ କାହିଁକି ?
Advertisement
Article Detail0/zeeodisha/odisha2164963

Himalaya Viyagra:ସଂକଟରେ ଦୁନିଆର ସବୁଠାରୁ ଦାମୀ ଔଷଧ 'ହିମାଳୟର ଭାୟାଗ୍ରା', ତେବେ କାହିଁକି ?

ଅନେକ ସମୟରେ ଯଦି ଖାଦ୍ୟରେ ଫଙ୍ଗସ୍ ଥାଏ, ତେବେ ପୂରା ଖାଦ୍ୟକୁ ଫିଙ୍ଗି ଦେବାକୁ ପଡ଼ିଥାଏ। କିନ୍ତୁ ଏମିତି ଏକ ଫଙ୍ଗସ ମଧ୍ୟ ଅଛି ଯାହାକୁ ପାଇବା ପାଇଁ ଲୋକ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଅଛନ୍ତି । ଆମେ ଏଠାରେ  ହିମାଳୟ କୋଳରେ ଜନ୍ମ ନେଇଥିବା ୟାର୍ସା ଗୁମ୍ବା ଔଷଧ ବିଷୟରେ କହୁଛୁ । ଏହା ଏତେ ମୂଲ୍ୟବାନ ଯେ ସ୍ଥାନୀୟ ଲୋକେ ମଧ୍ୟ ଏହାକୁ ହିମାଳୟର ସୁନା ବୋଲି କୁହନ୍ତି । 

SOCIAL MEDIA

Himalaya Viyagra: ଅନେକ ସମୟରେ ଯଦି ଖାଦ୍ୟରେ ଫଙ୍ଗସ୍ ଥାଏ, ତେବେ ପୂରା ଖାଦ୍ୟକୁ ଫିଙ୍ଗି ଦେବାକୁ ପଡ଼ିଥାଏ। କିନ୍ତୁ ଏମିତି ଏକ ଫଙ୍ଗସ ମଧ୍ୟ ଅଛି ଯାହାକୁ ପାଇବା ପାଇଁ ଲୋକ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଅଛନ୍ତି । ଆମେ ଏଠାରେ  ହିମାଳୟ କୋଳରେ ଜନ୍ମ ନେଇଥିବା ୟାର୍ସା ଗୁମ୍ବା ଔଷଧ ବିଷୟରେ କହୁଛୁ । ଏହା ଏତେ ମୂଲ୍ୟବାନ ଯେ ସ୍ଥାନୀୟ ଲୋକେ ମଧ୍ୟ ଏହାକୁ ହିମାଳୟର ସୁନା ବୋଲି କୁହନ୍ତି । କାରଣ ଏହା କିଲୋ ପ୍ରତି ଅନ୍ତର୍ଜାତୀୟ ବଜାରରେ 20 ଲକ୍ଷ ଟଙ୍କାରେ ବିକ୍ରି ହୋଇଥାଏ। ତେବେ ଜଳବାୟୁ ପରିବର୍ତନର ପ୍ରଭାବରୁ ଏହି ଫଙ୍ଗସ୍ ମଧ୍ୟ ଅଧିକ ଦୂରରେ ନାହିଁ। ଲକ୍ଷ ଲକ୍ଷ ଲୋକଙ୍କ ଆୟ ଜଳବାୟୁ ପରିବର୍ତ୍ତନ କାରଣରୁ ବିପଦରେ ପଡ଼ିଛି।

ୟାର୍ସା ଗୁମ୍ବା ଏକ ତିବ୍ବତୀୟ ଭାଷାର ଶବ୍ଦ । ୟାର୍ସାର ଅର୍ଥ ଗ୍ରୀଷ୍ମକାଳୀନ ପୋକ ଏବଂ ଗୁମ୍ବା ଅର୍ଥ ଖରାଦିନିଆ ଗଛ । ଏହି ଛତୁ କ୍ୟାଟରପିଲର ଉପରେ ବଢିଥାଏ, ତେଣୁ ଏହାକୁ ପୋକ କାଠ ବୋଲି ମଧ୍ୟ କୁହାଯାଏ । ଏହି ଔଷଧଟି ଘାସ ଭଳି ଦେଖାଯାଏ । ଏହା ଭାରତ, ନେପାଳ, ଚାଇନା ଓ ଭୁଟାନର ଗ୍ଲେସିୟରପାଦଦେଶରେ ଦେଖିବାକୁ ମିଳେ । ଏହା ପୁରୁଷଶକ୍ତି ବୃଦ୍ଧି କରିବା ସହ ଅନେକ ପ୍ରକାର ଔଷଧ ତିଆରି କରିବାପାଇଁ ବ୍ୟବହୃତ ହୁଏ ।

କୀଟପତଙ୍ଗରୁ କିପରି ୟାର୍ସା ଗୁମ୍ବା ଫଙ୍ଗସ ସୃଷ୍ଟି ହୁଏ?

ୟାର୍ସା ଗୁମ୍ବା ଫଙ୍ଗସ୍ ମାଟି ତଳେ ଥିବା ମୋଉସର ଲାର୍ଭାକୁ ଆକ୍ରମଣ କରିଥାଏ। ଏହାପରେ ଏହା ଥଣ୍ଡା ସହ ଲଢ଼ିବା ପାଇଁ ନିଜ ଟାର୍ଗେଟ ୱାର୍ମର ଶରୀରକୁ ବ୍ୟବହାର କରିଥାଏ । ଏହାର ପର ବର୍ଷ ଗ୍ରୀଷ୍ମ ଋତୁରେ ଏହା ଏକ ଜଡ଼ିବୁଟି ବା ଘାସ ଭାବରେ ଉଭା ହୁଏ । ଏହି କାରଣରୁ ୟାର୍ସା ଗୁମ୍ବାକୁ ଥଣ୍ଡା ପୋକ ବା ଗ୍ରୀଷ୍ମକାଳୀନ ଘାସ କୁହାଯାଏ । ବର୍ତ୍ତମାନ ସୁଦ୍ଧା ହୋଇଥିବା ଗବେଷଣାରୁ ଜଣାପଡିଛି ଯେ ଏହି ଫଙ୍ଗସ୍ ପ୍ରାୟ ୫୭ ପ୍ରଜାତିର କୀଟପତଙ୍ଗଙ୍କୁ ଆକ୍ରମଣ କରିପାରେ । ସେଥି ମଧ୍ୟରୁ କ୍ୟାଟରପିଲର ଉପରେ ବଢୁଥିବା ଛତୁ ଲାଭଦାୟକ ଓ ପ୍ରସିଦ୍ଧ ।

ଏହା କେଉଁ ରୋଗ ପାଇଁ ବ୍ୟବହୃତ ହୁଏ?

କ୍ୟାଟରପିଲାର୍ ଫଙ୍ଗସ୍ ଔଷଧ ଭାବେ କାମ କରିଥାଏ। ଏହା ବିଶ୍ୱର ସବୁଠାରୁ ଦାମୀ ପ୍ରାକୃତିକ ଔଷଧ ବୋଲି ବିବେଚନା କରାଯାଏ । ଡବ୍ଲ୍ୟୁଡବ୍ଲ୍ୟୁଏଫ୍ ଏବଂ ଟ୍ରାଫିକ୍ ର ରିପୋର୍ଟ ଅନୁଯାୟୀ ଆଜ୍ମା, କର୍କଟ ଏବଂ ଯକୃତ, କିଡନୀ ଏବଂ ଫୁସଫୁସ୍ ରୋଗ କ୍ୟାଟରପିଲାର୍ ଫଙ୍ଗସ୍ ଦ୍ୱାରା ଭଲ ହୋଇପାରିବ। ବିଶେଷ କରି ପୁରୁଷ ଦୁର୍ବଳତାକୁ ଭଲ କରିବାରେ ମଧ୍ୟ ଏହା ବ୍ୟବହୃତ ହୋଇଥାଏ। ଏହି କାରଣରୁ ଏହା ହିମାଳୟର ଭାୟାଗ୍ରା ନାମରେ ପ୍ରସିଦ୍ଧ । ଚୀନ, ଆମେରିକା, ବ୍ରିଟେନ, ଜାପାନ, ଥାଇଲାଣ୍ଡ ଓ ମାଲେସିଆର ବଜାରରେ ଏହି ଫଙ୍ଗସର ବହୁତ ଚାହିଦା ରହିଛି ।

ଜଳବାୟୁ ପରିବର୍ତ୍ତନ କାହିଁକି ବିପଦ?

ଜଳବାୟୁ ପରିବର୍ତ୍ତନ ଯୋଗୁଁ ୟାର୍ସା ଗୁମ୍ବା ଫଙ୍ଗସ୍ ଚାଷ ଗୁରୁତର ଭାବେ ପ୍ରଭାବିତ ହୋଇଛି। କ୍ୟାଟରପିଲାର୍ ଫଙ୍ଗସ୍ ଏକ ପ୍ରଜାତି ଯାହା ଉଚ୍ଚ ପାହାଡ଼ରେ ବଢିଥାଏ । ଏହା ବଢିବା ପାଇଁ ଥଣ୍ଡା ପରିବେଶର ଆବଶ୍ୟକତା ରହିଛି । କିନ୍ତୁ ଜଳବାୟୁ ପରିବର୍ତ୍ତନ କାରଣରୁ ତାପମାତ୍ରା ବୃଦ୍ଧି ପାଉଛି, ଯାହା ପ୍ରଜାତି ପାଇଁ ବିପଦ ସୃଷ୍ଟି କରୁଛି। ଔଷଧୀୟ ଗୁଣ ପାଇଁ ପ୍ରସିଦ୍ଧ ଏହି ଔଷଧର ଚାହିଦା ଗତ କିଛି ବର୍ଷ ମଧ୍ୟରେ ଯଥେଷ୍ଟ ବୃଦ୍ଧି ପାଇଛି। ଚାହିଦା ବୃଦ୍ଧି ଓ ଦର ବୃଦ୍ଧି ଯୋଗୁଁ କ୍ୟାଟରପିଲର୍ ଫଙ୍ଗସ୍ ର ଶୋଷଣ ମଧ୍ୟ ବଢ଼ିବାରେ ଲାଗିଛି। କେବଳ ସେତିକି ନୁହେଁ, ସଡ଼କ ଓ ଯୋଗାଯୋଗ ଭିତ୍ତିଭୂମି ଭଳି ଉନ୍ନୟନମୂଳକ ପ୍ରକଳ୍ପ ଏହାର ବାସସ୍ଥଳୀକୁ କ୍ଷତି ପହଞ୍ଚାଉଛି।

ଭାରତରେ ପରମିଟ, ଗାଇଡଲାଇନ ଏବଂ ନୀତି ମାଧ୍ୟମରେ କ୍ୟାଟରପିଲାର ଫଙ୍ଗସ ଚାଷ କୁ ନିୟନ୍ତ୍ରଣ କରାଯାଏ । ସିକ୍କିମ ଓ ଉତ୍ତରାଖଣ୍ଡରେ ଏହାର ବହୁଳ ଚାଷ କରାଯାଏ । ଫଙ୍ଗସର ସଂରକ୍ଷଣ ଓ ବେଆଇନ କାରବାରକୁ ରୋକିବା ପାଇଁ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ନୀତି ରହିଛି। ବେଆଇନ ଭାବେ ଛତୁ ଚାଷ କିମ୍ବା ବିକ୍ରି ଏକ ଦଣ୍ଡନୀୟ ଅପରାଧ।