Trending Photos
Uttarakhand ucc:
ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ନେତୃତ୍ୱାଧୀନ ସରକାର ଉତ୍ତରାଖଣ୍ଡରେ ୟୁନିଫର୍ମ ସିଭିଲ କୋଡ (ୟୁସିସି) ବା ସମାନ ନାଗରିକ ସଂହିତ ଲାଗୁ କରିବାକୁ ବିଧାନସଭାରେ ଏକ ବିଲ୍ ଆଗତ କରିଛନ୍ତି। ଏହାପୂର୍ବରୁ ଫେବୃଆରୀ 2 ରେ ବିଶେଷଜ୍ଞ କମିଟି ୟୁନିଫର୍ମ ସିଭିଲ କୋଡର 740 ପୃଷ୍ଠାର ଡ୍ରାଫ୍ଟ ସରକାରଙ୍କ ପାଖରେ ଦାଖଲ କରିଥିଲେ। ଏହି କମିଟିର ଅଧ୍ୟକ୍ଷ ହେଉଛନ୍ତି ଜଷ୍ଟିସ୍ (ଅବସରପ୍ରାପ୍ତ) ରଂଜନ ପ୍ରକାଶ ଦେଶାଇ। 20 ମାସରେ ପ୍ରସ୍ତୁତ ଏହି ଡ୍ରାଫ୍ଟ ଆଧାରରେ ଉପସ୍ଥାପିତ ହୋଇଥିବା ବିଲରେ ପୈତୃକ ସମ୍ପତ୍ତିର ଅଧିକାର ଏବଂ ନିୟମରେ ପରିବର୍ତ୍ତନ ଆଣିବାକୁ ଏକ ପ୍ରସ୍ତୁତି ଅଛି । ତେବେ ଆସନ୍ତୁ ଜାଣିବା ସମାନ ନାଗରିକ ସଂହିତା ଆସିବା ଦ୍ୱାରା କେମିତି ସଂପତିକୁ ନେଇ ଅଧିକାରରେ ପରିବର୍ତ୍ତନ ଆସିବ ।
ମହିଳାମାନଙ୍କ ପାଇଁ ପ୍ରତ୍ୟକ୍ଷ ଲାଭ |
ଯଦି ୟୁନିଫର୍ମ ସିଭିଲ୍ କୋଡ୍ ବିଲ୍ ଉତ୍ତରାଖଣ୍ଡରେ ଆଇନର ରୂପ ନିଏ, ତେବେ ଏହା ପ୍ରକୃତରେ ମହିଳାମାନଙ୍କୁ ସିଧାସଳଖ ଲାଭ ଦେବ । ଆମେ କହିପାରିବା ଯେ ମହିଳାମାନଙ୍କୁ ସମାନ ଅଧିକାର ଦେବା ପାଇଁ ଏକ ପ୍ରୟାସ କରାଯାଇଛି। ଏହି ବିଲରେ ଝିଅମାନଙ୍କ ପାଇଁ ସମ୍ପତ୍ତି ଉପରେ ସମାନ ଅଧିକାର କଥା କୁହାଯାଇଥିବାବେଳେ ବିବାହର ବୟସ ବୃଦ୍ଧି, ବହୁବିବାହ ଉପରେ ପ୍ରତିବନ୍ଧକ, ଯେକୌଣସି ଧର୍ମର ମହିଳାଙ୍କ ପାଇଁ ପୌଷ୍ୟ ସନ୍ତାନ ଗ୍ରହଣ ଏବଂ ଛାଡପତ୍ର ପାଇଁ ସମାନ ଅଧିକାର ରହିଛି।
ସମ୍ପତ୍ତି ନୁହେଁ, ସମ୍ପଦ ଭାବରେ ବିବେଚନା ହେବ,ପାଇବେ ସମାନ ଅଧିକାର
ୟୁନିଫର୍ମ ସିଭିଲ କୋଡ ବିଲରେ ପୈତୃକ ସମ୍ପତ୍ତି ସହ ଜଡିତ ନିୟମ ବଦଳାଇବା ପାଇଁ ରାଜ୍ୟ ସରକାର କରିଥିବା ପ୍ରୟାସରେ ସମ୍ପତ୍ତି ଶବ୍ଦ ବ୍ୟବହାର କରାଯାଇ ନାହିଁ। ବର୍ତ୍ତମାନ ଯଦି ଏହି ବିଲ୍ ପାରିତ ହୁଏ ତେବେ ଉତ୍ତରାଖଣ୍ଡର ସମ୍ପତ୍ତି ସ୍ଥାନରେ ସମ୍ପଦ ଶବ୍ଦ ବ୍ୟବହାର କରାଯିବ। ସମ୍ପତ୍ତି ଭିତରେ ଜଣେ ବ୍ୟକ୍ତିଙ୍କର ସମସ୍ତ ପ୍ରକାରର ଚଳ,ଅଚଳ,ନିଜ ଅର୍ଜିକ ଓ ପୈତୃକ ସମ୍ପତ୍ତି ଅନ୍ତର୍ଭୁକ୍ତ ହେବ । ଯାହା ବ୍ୟକ୍ତିଙ୍କ ମୃତ୍ୟୁପରେ ତାଙ୍କ ଉତ୍ତରାଧିକାରୀମାନଙ୍କ ମଧ୍ଯରେ ବିନା ପୁଅ ଓ ଝିଅର ଭେଦଭାବରେ ସମାନ ଭାବରେ ବଣ୍ଟାଯିବ ।
ତଥାପି, ଜଣେ ବ୍ୟକ୍ତି ଚାହିଁଲେ ତାଙ୍କର ସମ୍ପୁର୍ଣ୍ଣ ସମ୍ପତ୍ତିର ଉଇଲ ମଧ୍ୟ କରିପାରିବେ । ୟୁନିଫର୍ମ ସିଭିଲ୍ କୋଡ୍ ଲାଗୁ ହେଲେ ସବୁ ଧର୍ମ ପାଇଁ ସମାନ ନିୟମ ରହିବ। ବର୍ତ୍ତମାନ, ଖ୍ରୀଷ୍ଟିଆନ, ପାର୍ସୀ ଏବଂ ମୁସଲମାନମାନଙ୍କର ଉଇଲ ନିମନ୍ତେ ସେମାନଙ୍କ ନିଜସ୍ୱ ପୃଥକ ନିୟମ ଅଛି । ୟୁନିଫର୍ମ ସିଭିଲ କୋଡ୍ ଲାଗୁ ହେବା ପରେ ଏହା ହଟିଯିବ ।
ସମ୍ପତ୍ତି ବଣ୍ଟନ ପାଇଁ ଅନେକ ବର୍ଗ ସୃଷ୍ଟି କରାଯାଇଥିଲା |
ଏହା ଅନୁଯାୟୀ, ଜଣେ ବ୍ୟକ୍ତିଙ୍କର ଉତ୍ତରାଧିକାରୀମାନଙ୍କୁ ପ୍ରଥମ ଶ୍ରେଣୀ,ଦ୍ୱିତୀୟ ଶ୍ରେଣୀ ଓ ନକଟସମ୍ପର୍କୀୟ ବର୍ଗରେ ବିଭକ୍ତ କରାଯିବ । ସମ୍ପତି ଉପରେ ପ୍ରଥମ ଶ୍ରେଣୀର ଉତ୍ତରାଧିକାରୀଙ୍କ ପ୍ରଥମ ହକ ରହିବ । ଯଦି ଏପରି ଉତ୍ତରାଧିକାରୀ ନଥା’ନ୍ତି, ତେବେ ବର୍ଗ 2 ଲୋକଙ୍କ ମଧ୍ୟରେ ସମ୍ପତ୍ତି ବଣ୍ଟନ କରାଯିବ । ତେବେ ଯଦି ପ୍ରଥମ ଓ ଦ୍ୱିତୀୟ ବର୍ଗର ଉତ୍ତରାଧିକାରୀ ନଥାନ୍ତି ତାହେଲେ ସମ୍ପତ୍ତିକୁ ନିକଟ ସମ୍ପର୍କୀୟଙ୍କ ମଧ୍ୟରେ ବଣ୍ଟନ କରାଯିବ । ଯଦି ଉତ୍ତରାଧିକାରୀ ଭାବେ ଏହି ତିନିବର୍ଗର କେହି ମଧ୍ୟ ନଥାନ୍ତି ତେବେ ସମ୍ପତ୍ତି ସରକାରଙ୍କ ନିକଟକୁ ଚାଲିଯିବ । ବିଶେଷ କଥା ହେଉଛି ୟୁନିଫର୍ମ ସିଭିଲ୍ କୋଡ୍ ଅନୁଯାୟୀ, ପୋଷ୍ୟ ସନ୍ତାନ,ଅବୈଧ ସମ୍ପର୍କ କିମ୍ବା ସରୋଗେସି ମାଧ୍ୟମରେ ଜନ୍ମ ହୋଇଥିବା ଅଥବା ଟେଷ୍ଟ୍ ଟ୍ୟୁବ୍ ସନ୍ତାନଙ୍କୁ ମଧ୍ୟ ଦମ୍ପତିଙ୍କ ଜୈବିକ ସନ୍ତାନ ଭାବରେ ବିବେଚନା କରାଯିବ ଏବଂ ସମ୍ପତ୍ତି ଉପରେ ସେମାନଙ୍କର ମଧ୍ଯ ସମାନ ଅଧିକାର ରହିବ।
ଶରିୟତ ନିୟମ: କେମିତି ହୁଏ ମୁସଲମାନ ପରିବାରରେ ସମ୍ପତ୍ତି ବଣ୍ଟା ?
ଇସଲାମରେ, ସମ୍ପତ୍ତିର ବଣ୍ଟନ ଶାରିଆତ ଆକ୍ଟ 1937 ମାଧ୍ୟମରେ ହୋଇଥାଏ । ଏଥିପାଇଁ ପର୍ସନାଲ ଲ’ ଅନୁସାରେ ଉତ୍ତରାଧିକାରୀ ଚୟନ ହୋଇଥାଏ । ଏହା ଅନୁସାରେ, ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ପୁଅ,ଝିଅ, ବିଧବା ଏବଂ ପିତାମାତା ତାଙ୍କ ସମ୍ପତ୍ତିରେ ଅଂଶ ପାଇଥାନ୍ତି । ପୁଅ ଅପେକ୍ଷା ଝିଅକୁ ଅଧା ସମ୍ପତ୍ତି ଦେବାର ବ୍ୟବସ୍ଥା ଅଛି । ବିଧବା ସମ୍ପତ୍ତିର ଏକ ଷଷ୍ଠାଂଶ ପାଇଥାନ୍ତି । ତଥାପି, ମୁସଲମାନ ପରିବାରରେ ଜନ୍ମ ହୋଇଥିବା ଶିଶୁ ଜନ୍ମ ହେବା ମାତ୍ରେ ସମ୍ପତ୍ତିରେ ଅଧିକାର ପାଇ ନଥାଏ ।ଏଥିପାଇଁ ଜରୁରୀ ହୋଇଥାଏ ଯେ, ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କର ଉତ୍ତରାଧିକାରୀ ଅନ୍ତିମ ସଂସ୍କାର କରିବେ ଓ ତାଙ୍କର ସମସ୍ତ କରଜ ସୁଝିବେ । ଏହାପରେ ଶରିଆ ନିୟମ ଅନୁସାରେ ତାଙ୍କ ସମ୍ପତ୍ତି ବଣ୍ଟା ଯାଇଥାଏ ।