ସେମାନଙ୍କଠାରୁ ୧୫ଟି ମୋବାଇଲ୍ ଫୋନ୍ ସମେତ ବାଂଲାଦେଶୀ ମୁଦ୍ରା ଏବଂ କିଛି କାଗଜପତ୍ର ଜବତ ହୋଇଥିବା ବେଳେ ସେମାନଙ୍କ ବୟାନ ସନ୍ଦେହ ଉଦ୍ରେକ କରୁଛି।
Trending Photos
ଭୁବନେଶ୍ୱର: ଆଜି ପାରାଦୀପ ସମୁଦ୍ର ଉପକୂଳରୁ ଏକାଥରକେ ଧରାପଡ଼ିଛନ୍ତି ୨୦ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ମତ୍ସ୍ୟଜୀବୀ । ସେମାନଙ୍କ କହିବା କଥା, ଗତ ୭ ତାରିଖରୁ ସେମାନେ ମାଛ ମାରିବାକୁ ବାହାରିଥିଲେ । କିନ୍ତୁ ବାତ୍ୟା ଜୱାଦ ଫଳରେ ବାଟବଣା ହୋଇ ମଝି ଦରିଆରେ ଭାସୁଥିଲେ । ଏପରିକି ଗତ ପ୍ରାୟ ୮ ଦିନ ହେବ ସେମାନେ ଭୋକ ଉପାସରେ ମଧ୍ୟ ଥିବା କହିଛନ୍ତି । ତେବେ ସେମାନଙ୍କଠାରୁ ୧୫ଟି ମୋବାଇଲ୍ ଫୋନ୍ ସମେତ ବାଂଲାଦେଶୀ ମୁଦ୍ରା ଏବଂ କିଛି କାଗଜପତ୍ର ଜବତ ହୋଇଥିବା ବେଳେ ସେମାନଙ୍କ ବୟାନ ସନ୍ଦେହ ଉଦ୍ରେକ କରୁଛି।
ଏପରିକି ସେମାନଙ୍କୁ ନିଶା କାରବାର ସହ ମଧ୍ୟ ଯୋଡ଼ିକରି ଦେଖାଯାଉଛି । ସବୁଠୁ ବଡ଼କଥା ହେଉଛି, ଏହାଦ୍ୱାରା ମେରାଇନ୍ ଥାନା ପୋଲିସ କିମ୍ବା କୋଷ୍ଟ ଗାର୍ଡ କେହିହେଲେ ନିଜ ଦାୟିତ୍ୱ ସୁଚାରୁ ରୂପେ ତୁଲାଉ ନ ଥିବା ଜଣାପଡ଼ିଛି । ଏବେ ସେହି ବେଆଇନ ଅନୁପ୍ରବେଶକାରୀ(Bangladeshi Intruder) ବାଂଲାଦେଶୀଙ୍କ ସହ କି କାର୍ଯ୍ୟାନୁଷ୍ଠାନ ହେଉଛି, ତାହା ଦେଖିବାର କଥା । ବାଟବଣା ବାଂଲାଦେଶୀ ମତ୍ସ୍ୟଜୀବୀ ? ଦିଗହରା ହୋଇ ମଝି ଦରିଆରେ ଭାସି ବୁଲୁଥିଲେ ? କେଉଁ ପରିପ୍ରେକ୍ଷୀରେ ୨୦ଦିନ ଧରି ଫସି ରହିଥିଲେ ? କାହିଁକି ଯୋଗାଯୋଗ କରୁ ନ ଥିଲା ବାଂଲାଦେଶ ସରକାର ? ଆଜି ବଙ୍ଗୋପସାଗରରୁ ୨୦ ଜଣ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯିବା ପରେ ମୁଣ୍ଡ ଟେକିଛି କିଛି ଏମିତି ପ୍ରଶ୍ନ।
Also Read: ୯ ବର୍ଷ ପରେ ଶ୍ରୀସନ୍ଥଙ୍କୁ ମିଳିଲା ଭାରତୀୟ ଟିମରେ ସୁଯୋଗ, ଟ୍ୱିଟ କରି ଦେଲେ ଏହି ବାର୍ତ୍ତା
ତେବେ କେମିତି ଥିଲା ବାଂଲାଦେଶୀ ମତ୍ସ୍ୟଜୀବୀଙ୍କ 20 ଦିନର କାହାଣୀ...
ମତ୍ସ୍ୟଜୀବୀ; ମାଛ ମାରିବାକୁ ଚଳିତ ମାସ ୭ ତାରିଖ ବାଂଲାଦେଶରୁ ବାହାରିଥିଲେ... ତେବେ ବାତ୍ୟା ଜୱାଦର ପ୍ରଭାବରେ ବୋଟ୍ ଗତ ୧୧ତାରିଖ ଖରାପ ହୋଇ ଯାଇଥିଲା... ଏହାପରେ ବୋଟଟି ଭାସିଭାସି ବଙ୍ଗୋପସାଗରରେ ପଶି ଯାଇଥିଲା... ବୋଟ୍ ଖରାପ ହେବାଯୋଗୁଁ ଆହୁଲା ମାରି ସମୁଦ୍ରରେ ଭାସୁଥିଲୁ... ପାଖରେ ଥିବା ଖାଦ୍ୟ ଗତ ୮ଦିନ ତଳୁ ଶେଷ ହୋଇଯାଇଛି... ଆମେ ବଙ୍ଗୋପ ସାଗରରେ ଦିଗ ନିର୍ଣ୍ଣୟ କରିବାରେ ବିଫଳ ହୋଇଥିଲୁ... ଭୋକ ଉପାସରେ ମଝି ସମୁଦ୍ରରେ ଭାସୁଥିବା ବେଳେ ଆମକୁ ପାରାଦୀପର ମତ୍ସ୍ୟଜୀବୀମାନେ ଦେଖି ଦୁଇଟି ସ୍ଥାନୀୟ ବୋଟ୍ ସାହାଯ୍ୟରେ ଉଦ୍ଧାର କରି ନେହେରୁ ବଙ୍ଗଳାସ୍ଥିତ ମାଛଧରା ବନ୍ଦରରେ ପହଞ୍ଚାଇଥିଲେ...
Also Read: ପୁଣି ଆରମ୍ଭ ହେବ ଆନ୍ଦୋଳନ? ରାକେଶ ଟିକାୟତ କହିଲେ- ମାତ୍ର ୪ ମାସ ଛୁଟିରେ ଅଛନ୍ତି କୃଷକ
ତେବେ ସେମାନଙ୍କର ଏ କଥାକୁ ତଦନ୍ତକାରୀ ସଂସ୍ଥା କେତେଦୂର ଗ୍ରହଣ କରିବ, ତାହା ଉପରେ ନିର୍ଭର କରେ ସେମାନଙ୍କ ଭବିଷ୍ୟତ। ତେବେ ଏଠାରେ ଉଦ୍ଧାର ବାଂଲାଦେଶୀ ମତ୍ସ୍ୟଜୀବୀ ଗ୍ୟାଙ୍ଗର ସାଧୁତା ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ । ସେମାନେ କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ଭାରତ ଜଳସୀମାରେ ପ୍ରବେଶ କରିନାହାନ୍ତି ତ ? ଏହା ପ୍ରଥମଥର ନାଁ ପୂର୍ବରୁ ମଧ୍ୟ ସେମାନେ ଏଭଳି ଅନୁପ୍ରବେଶ କରିବାରେ ସଫଳ ହୋଇଛନ୍ତି ? ସେମାନଙ୍କଠାରୁ ୧୫ଟି ମୋବାଇଲ୍ ଫୋନ୍ ଜବତ ହୋଇଛି। କିଛି କାଗଜପତ୍ର ବି ଜବତ ହୋଇଛି... ଏଥିସହ କିଛି ବାଂଲାଦେଶୀ କରେନ୍ସୀ ମଧ୍ୟ ଜବତ ହୋଇଛି... ତେବେ ବାଟବଣା ହେବାପରେ ସେମାନେ ନିଜ ଦେଶର ସରକାର କିମ୍ବା ନିଜ ବନ୍ଧୁ ପରିଜନଙ୍କୁ ଯୋଗାଯୋଗ କରି ନ ଥିଲେ କାହିଁକି ?
Also Read: ୫ ଦିନ ପରେ କୋଟି କୋଟି ଚାଷୀଙ୍କୁ ଖୁସି ଖବର ଦେବେ ପ୍ରଧାନମନ୍ତ୍ରୀ! ଆକାଉଣ୍ଟରେ ଆସିବ ୪୦୦୦ ଟଙ୍କା
ଯଦି କରିଥିଲେ, ତେବେ ସେମାନଙ୍କୁ ଉଦ୍ଧାର କରିବାକୁ କ'ଣ କିଛି ପଦକ୍ଷେପ ନିଆଯାଇନଥିଲା ? ଗୋଟିଏ ଦେଶର ୨୦ ଜଣ ନାଗରିକ ନିରୁଦ୍ଦିଷ୍ଟ ହେବା ଖବର ପାଇ ମଧ୍ୟ କୌଣସି ସରକାର କ'ଣ କେବେ ଚୁପ୍ ହୋଇ ବସି ରହିପାରେ ? ଏଥିସହ ଦୀର୍ଘ ୮ ଦିନ ଧରି ଉପାସରେ ରହି ଜୀବନ ଧାରଣ କ'ଣ ସମ୍ଭବ ? ଯଦି ସେମାନେ ନିରୁଦ୍ଦିଷ୍ଟ ହେବା ଖବର ମିଛ, ତେବେ ସେମାନେ କ'ଣ ପାଇଁ ଭାରତୀୟ ସାମୁଦ୍ରିକ ସୀମାରେ ପଶିଥିଲେ ? ବର୍ତ୍ତମାନ ଓଡ଼ିଶାରେ ବାହାର ଦେଶରୁ ଆସି ବ୍ରାଉନସୁଗର ଓ ଡ୍ରଗ୍ସ କାରବାର ଘଟଣା କାହାରିକୁ ଅଛପା ନୁହେଁ... ଏମାନେ ସେଭଳି କୌଣସି ଗ୍ୟାଙ୍ଗର ସଦସ୍ୟ କି ? ତେଣୁ ପୋଲିସ ସେମାନଙ୍କ ପ୍ରତି କୋହଳ ମନୋଭାବ ପୋଷଣ ନ କରି କଠୋରତାର ସହ ମାମଲାର ତଦନ୍ତ କରିବା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।