୫ ଦିନ ପରେ କୋଟି କୋଟି ଚାଷୀଙ୍କୁ ଖୁସି ଖବର ଦେବେ ପ୍ରଧାନମନ୍ତ୍ରୀ! ଆକାଉଣ୍ଟରେ ଆସିବ ୪୦୦୦ ଟଙ୍କା
Advertisement
Article Detail0/zeeodisha/odisha1056385

୫ ଦିନ ପରେ କୋଟି କୋଟି ଚାଷୀଙ୍କୁ ଖୁସି ଖବର ଦେବେ ପ୍ରଧାନମନ୍ତ୍ରୀ! ଆକାଉଣ୍ଟରେ ଆସିବ ୪୦୦୦ ଟଙ୍କା

PM Kisan 10th Installment: ନୂଆ ବର୍ଷ ଚାଷୀଙ୍କ ପାଇଁ ଏକ ବଡ଼ ଉପହାର ଆଣିଛି । ବାସ୍ତବରେ, ୧ ଜାନୁୟାରୀ ୨୦୨୨ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ କୃଷକମାନଙ୍କୁ ଦଶମ କିସ୍ତି ପ୍ରଦାନ କରିବେ ।

୫ ଦିନ ପରେ କୋଟି କୋଟି ଚାଷୀଙ୍କୁ ଖୁସି ଖବର ଦେବେ ପ୍ରଧାନମନ୍ତ୍ରୀ! ଆକାଉଣ୍ଟରେ ଆସିବ ୪୦୦୦ ଟଙ୍କା

ନୂଆଦିଲ୍ଲୀ: ପ୍ରଧାନ ମନ୍ତ୍ରୀ କିସାନ ସମ୍ମାନ ନିଧି (PM Kisan Samman Nidhi) ଯୋଜନାର ଦଶମ କିସ୍ତି ପାଇଁ ଅପେକ୍ଷା କରିଥିବା ଚାଷୀଙ୍କ ପାଇଁ ଏକ ଖୁସି ଖବର ଅଛି । ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ଦଶମ କିସ୍ତି ପାଇଁ ସରକାର ଟଙ୍କା ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ଆଜି ଠାରୁ ଠିକ୍ ୫ ଦିନ ପରେ ଅର୍ଥାତ୍ ୧ ଜାନୁୟାରୀ ୨୦୨୨ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ପିଏମ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ଦଶମ କିସ୍ତି (PM Kisan 10th Installment) ରିଲିଜ କରିବେ । ଏଥିସହିତ, କିଛି ଚାଷୀଙ୍କ ଆକାଉଣ୍ଟରେ ପୂରା ୪୦୦୦ ଟଙ୍କା ଟ୍ରାନ୍ସଫର କରାଯିବ ।

ଏହି ଚାଷୀଙ୍କୁ ମିଳିବ ୪୦୦୦ ଟଙ୍କା
କହି ରଖୁଛୁ ଯେ ଯେଉଁ କୃଷକମାନେ ୯ ମ କିସ୍ତିର ଲାଭ ପାଇ ନାହାଁନ୍ତି, ସେହି ଲୋକଙ୍କ ଦୁଇଟି କିସ୍ତିର ଟଙ୍କା ଆକାଉଣ୍ଟରେ ଆସିବ, ଅର୍ଥାତ ୪୦୦୦ ଟଙ୍କା ସେମାନଙ୍କ ଆକାଉଣ୍ଟରେ ଟ୍ରାନ୍ସଫର ହେବ । କହି ରଖୁଛୁ ଯେ ଏହି ସୁବିଧା କେବଳ ସେହି କୃଷକମାନଙ୍କ ପାଇଁ ଉପଲବ୍ଧ ହେବ ଯେଉଁମାନେ ୩୦ ସେପ୍ଟେମ୍ବର ପୂର୍ବରୁ ପଞ୍ଜୀକୃତ କରିଛନ୍ତି ।

E- KYC ବିନା ଉପଲବ୍ଧ ହେବ ନାହିଁ ଟଙ୍କା 
ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ହିତାଧିକାରୀ କୃଷକମାନେ ଯେତେବେଳେ ଇ-କେଇସି ସଂପୂର୍ଣ୍ଣ କରିବେ ସେତେବେଳେ ଦଶମ କିସ୍ତି ପାଇବେ । ଏହି ଯୋଜନାରେ ଏହି ପ୍ରକ୍ରିୟା ଶେଷ କରିବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି । ଅନ୍ୟ ଅର୍ଥରେ, ଯଦି ଆପଣ E- KYC ନକରନ୍ତି ତେବେ ଆପଣଙ୍କର ଦଶମ କିସ୍ତି ଅଟକି ଯାଇପାରେ ।

ହେଲ୍ପଲାଇନ ନମ୍ବରରେ କରନ୍ତୁ ଯୋଗାଯୋଗ 
ଯଦି ଆପଣଙ୍କର ସମସ୍ତ ଡକ୍ୟୁମେଣ୍ଟ ସଠିକ୍ ଅଟେ ଏବଂ ଏହା ପରେ ମଧ୍ୟ ଆପଣଙ୍କ ନାମ ତାଲିକାରେ ସାମିଲ ହୋଇନାହିଁ, ତେବେ ଆପଣ ହେଲ୍ପଲାଇନ ନମ୍ବର ସହିତ ଯୋଗାଯୋଗ କରି ଆପଣଙ୍କ ନାମ ଯୋଡିପାରିବେ । ଏଥିପାଇଁ ଆପଣଙ୍କୁ ୧୫୫୨୬୧ କିମ୍ବା ୦୧୧-୨୪୩୦୦୬୦୬ କୁ କଲ କରିବାକୁ ପଡିବ । ଏଠାରେ ଆପଣଙ୍କର ସମସ୍ୟାର ସମାଧାନ ହେବ ।

ଏହା ବି ପଢ଼ନ୍ତୁ: ଟେଷ୍ଟ ପରେ ODI ସିରିଜରୁ ମଧ୍ୟ ବାଦ ପଡ଼ିବେ ରୋହିତ ଶର୍ମା? ଆଘାତକୁ ନେଇ ଆସିଲା ବଡ଼ ଅପଡେଟ୍

ଏହା ବି ପଢ଼ନ୍ତୁ: PF ଆକାଉଣ୍ଟଧାରୀଙ୍କ ପାଇଁ ଜରୁରୀ ସୂଚନା ଜାରି କଲା EPFO; ଜଲ୍ଦି କରନ୍ତୁ ଚେକ୍