କେଜି ପିଛା ୩୫ ଟଙ୍କାରେ ପିଆଜ କିଣିବାକୁ ଭିଡ
Advertisement
Article Detail0/zeeodisha/odisha603274

କେଜି ପିଛା ୩୫ ଟଙ୍କାରେ ପିଆଜ କିଣିବାକୁ ଭିଡ

ସେଞ୍ଚୁରି ବାଡେଇଛି ପିଆଜ । ଫଳ ସ୍ୱରୂପ ହୋଟେଲରେ ପିଆଜ ବଦଳରେ ମୁଳା ଦିଆଯାଉଥିବା ଦେଖିବାକୁ ମିଳିଥିଲା । ସେହିପରି ଗ୍ରାହକ ମଧ୍ୟ କିଲେ ବଦଳରେ ୨୫୦ ଗ୍ରାମ ପିଆଜ ନେଉଛନ୍ତି । କେହି କେହି ତ ଦୋକାନୀକୁ ଶହେ ଗ୍ରାମ ପିଆଜ ମାଗୁଛନ୍ତି । ଏ ତମାମ ଚିତ୍ର ଭିତରେ ଆଜି ପୁଣି ଏକ ଚିତ୍ର ସାମ୍ନାକୁ ଆସିଛି । ବର୍ତ୍ତମାନ ଦର ବୃର୍ଦ୍ଧିକୁ ନେଇ ଖାଉଟି କେତେ ହନ୍ତସନ୍ତ, ତାହା ଯେଉଁ ଚିତ୍ରରୁ ସ୍ପଷ୍ଟ ଜଣାପଡୁଛି । 

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ସେଞ୍ଚୁରି ବାଡେଇଛି ପିଆଜ । ଫଳ ସ୍ୱରୂପ ହୋଟେଲରେ ପିଆଜ ବଦଳରେ ମୁଳା ଦିଆଯାଉଥିବା ଦେଖିବାକୁ ମିଳିଥିଲା । ସେହିପରି ଗ୍ରାହକ ମଧ୍ୟ କିଲେ ବଦଳରେ ୨୫୦ ଗ୍ରାମ ପିଆଜ ନେଉଛନ୍ତି । କେହି କେହି ତ ଦୋକାନୀକୁ ଶହେ ଗ୍ରାମ ପିଆଜ ମାଗୁଛନ୍ତି । ଏ ତମାମ ଚିତ୍ର ଭିତରେ ଆଜି ପୁଣି ଏକ ଚିତ୍ର ସାମ୍ନାକୁ ଆସିଛି । ବର୍ତ୍ତମାନ ଦର ବୃର୍ଦ୍ଧିକୁ ନେଇ ଖାଉଟି କେତେ ହନ୍ତସନ୍ତ, ତାହା ଯେଉଁ ଚିତ୍ରରୁ ସ୍ପଷ୍ଟ ଜଣାପଡୁଛି । 

୫ ଟଙ୍କାରେ ଚାଉଳ ନେବା ପାଇଁ ହିତାଧିକାରୀ କେବେ ଏପ୍ରକାର ଧାଡି କରିନଥିବେ । ୩୫ ଟଙ୍କାରେ ପିଆଜ ନେବାକୁ ଖାଉଟିଙ୍କ ଭିତରେ ପ୍ରବଳ ଭିଡ । ବିହାର ପାଟନାରୁ ଆସିଛି ଏପ୍ରକାର ଦୃଶ୍ୟ । ବିହାର କପୋରେଟିଭ ମାର୍କେଟିଂ ୟୁନିୟନ ଲିମିଟେଡ(BISCOMAUN) କାଉଣ୍ଟରରେ କିଲୋ ପିଛା ୩୫ ଟଙ୍କାରେ ଏଠି ପିଆଜ ମିଳୁଛି । ତେଣୁ ପିଆଜ ନେବା ପାଇଁ ଶହ ଶହ ସଂଖ୍ୟାରେ ଗ୍ରାହକ ଲାଇନ ଲମ୍ବାଇଛନ୍ତି । 

ଆହୁରି ପଢନ୍ତୁ; ଆଜି ଫ୍ଲୋର ଟେଷ୍ଟ, ପରୀକ୍ଷା ଦେବେ ଉଦ୍ଧବ ଠାକରେ

ଏବେ ପିଆଜ ଦର ଆକାଶ ଛୁଆଁ । ଶହେ ପାର । ଆଳୁ, ପିଆଜ ପରି ନିତିଦିନିଆ ପରିବା ଦରବୃର୍ଦ୍ଧିର ଇଭେକ୍ଟ ସିଧାସଳଖ ମଧ୍ୟବିତ୍ତଙ୍କ ଉପରେ ପଡିଛି । କିଲେ ବଦଳରେ ୨୫୦ ଗ୍ରାମ ପିଆଜ କିଣୁଛନ୍ତି ଗ୍ରହକ । ତେବେ ଦର ନିୟନ୍ତ୍ରଣ କରିବାରେ ସରକାର ଗୋଟିଏ ପ୍ରକାର ଫେଲ ମାରିଛନ୍ତି । 

ଆହୁରି ପଢନ୍ତୁ; ଭୋଟ ଦେଉଛି ଝାଡଖଣ୍ଡ, ମଇଦାନରେ ବହୁ ହେଭିୱେଟ