ଭୋଟ ଦେଉଛି ଝାଡଖଣ୍ଡ, ମଇଦାନରେ ବହୁ ହେଭିୱେଟ
Advertisement
Article Detail0/zeeodisha/odisha603263

ଭୋଟ ଦେଉଛି ଝାଡଖଣ୍ଡ, ମଇଦାନରେ ବହୁ ହେଭିୱେଟ

ପ୍ରଥମ ପର୍ଯ୍ୟାୟରେ ୧୩ ଆସନରେ ନିର୍ବାଚନ ହେଉଛି । ଏଥିପାଇଁ  ୩,୯୦୬ଟି ପୁଲିଂ ବୁଥ କରାଯାଇଛି । 

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଆଜି ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ । ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ । ଏହା ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ । ଏହି ପର୍ଯ୍ୟାୟରେ ୬ ଜିଲ୍ଲାର ୧୩ ବିଧାନସଭା ଆସନରେ ମତଦାନ ହେଉଛି । ପିସିସି ସଭାପତି ରାମେଶ୍ୱର ଓରାଓନ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ରାମଚନ୍ଦ୍ର ଚନ୍ଦ୍ରବଂଶୀ ପ୍ରମୁଖଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଝାଡଖଣ୍ଡ ଜନତା । ମତଦାନ ପାଇଁ ଭୋଟରଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ରଘୁବର ଦାସ । 

Jharkhand Chief Minister Raghubar Das: Today is the first phase of #JharkhandAssemblyPolls. I appeal to all to vote in large numbers. Your one vote is important for the development of the state. (File pic) pic.twitter.com/VcSQkpH1ta

ପ୍ରଥମ ପର୍ଯ୍ୟାୟରେ ୧୩ ଆସନରେ ନିର୍ବାଚନ ହେଉଛି । ମୋଟ ୩୭,୮୩,୦୫୫ ଭୋଟର ଏହି ପର୍ଯ୍ୟାୟରେ ମତଦାନ କରିବେ । ଏମାନଙ୍କ ମଧ୍ୟରେ ୧୮,୦୧,୩୫୬ ଜଣ ମହିଳା ଓ ୫ ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି । ସେହିପରି ୧୮୯ ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନରେ ରହିଛନ୍ତି । ଏଥିପାଇଁ  ୩,୯୦୬ଟି ପୁଲିଂ ବୁଥ କରାଯାଇଛି । 

ଭୋଟିଂ ସମୟରେ ଯେପରି ମତଦାତା କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନହେବେ, ସେ ଉପରେ ଗୁରୁତ୍ୱ ଦିଆଯାଇଛି । ଏକ ଟୋଲ ଫ୍ରି ନମ୍ବର ମଧ୍ୟ ଦିଆଯାଇଛି । ମତଦାନ ସମ୍ପର୍କିତ ଯେକୌଣସି ପ୍ରକାର ଅଭିଯୋଗ ପାଇଁ ୧୯୫୦କୁ ଡାଏଲ କରି କରିପାରିବେ । 

ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ୧୩ ବିଧାନସଭା ଆସନ ମଧ୍ୟରୁ ବିଜେପି ୧୨ଟି ଆସନରେ ପ୍ରାର୍ଥୀ ଦେଇଛି । ହୁସିନାବାଦ୍‌ର ସ୍ୱାଧୀନ ପ୍ରାର୍ଥୀ ବିନୋଦ ସିଂହଙ୍କୁ ଦଳ ସମର୍ଥନ କରୁଛି । ସେହିପରି ଚଳିତ ନିର୍ବାଚନରେ ମେଣ୍ଟ କରି ମଇଦାନଙ୍କୁ ଓହ୍ଲାଇଛନ୍ତି କଂଗ୍ରେସ, ଜେଏମଏମ, ଆରଜେଡି । ପ୍ରଥମ ପର୍ଯ୍ୟାୟରେ କଂଗ୍ରେସ ୬, ଜେଏମଏମ ୩ ଏବଂ ଆରଜେଡି ୩ ଆସନରେ ନିର୍ବାଚନ ଲଢୁଛନ୍ତି । 

ଆହୁରି ପଢନ୍ତୁ; କାହିଁକି ଖସୁଛି ଜିଡିପି ?

କହିରଖୁଛୁ, ଝାଡଖଣ୍ଡ ବିଧାନସଭା ୮୧ ଆସନ ବିଶିଷ୍ଟ । ଆଜି ଅର୍ଥାତ ନଭେମ୍ବର ୩୦ରୁ ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ୫ଟି ପର୍ଯ୍ୟାୟରେ ଏଠି ନିର୍ବାଚନ ହେବ । ପ୍ରଥମ ପର୍ଯ୍ୟୟ ନଭେମ୍ବର ୩୦, ଦ୍ୱିତୀୟ ପର୍ଯ୍ୟାୟ ଡିସେମ୍ବର ୭, ତୃତୀୟ ପର୍ଯ୍ୟାୟ ଡିସେମ୍ବର ୧୨, ଚତୁର୍ଥ ପର୍ଯ୍ୟାୟ ଡିସେମ୍ବର ୧୬ ଏବଂ ପଞ୍ଚମ ତଥା ଶେଷ ପର୍ଯ୍ୟାୟ ଡିସେମ୍ବର ୨୦ରେ ଅନୁଷ୍ଠିତ ହେବ । ସେହିପରି ଡିସେମ୍ବର ୨୩ରେ ଫଳାଫଳ ବାହାରିବ । ତେବେ ଏଥର ରଘୁବର ଦାସ ସରକାର କଡା ଟକ୍କରର ସମ୍ମୁଖୀନ ହେବେ ବୋଲି ଅନୁମାନ କରାଯାଉଛି । 

ଆହୁରି ପଢନ୍ତୁ; ଆଜି ଫ୍ଲୋର ଟେଷ୍ଟ, ପରୀକ୍ଷା ଦେବେ ଉଦ୍ଧବ ଠାକରେ