ଆଜି ଫ୍ଲୋର ଟେଷ୍ଟ, ପରୀକ୍ଷା ଦେବେ ଉଦ୍ଧବ ଠାକରେ
Advertisement
Article Detail0/zeeodisha/odisha603258

ଆଜି ଫ୍ଲୋର ଟେଷ୍ଟ, ପରୀକ୍ଷା ଦେବେ ଉଦ୍ଧବ ଠାକରେ

ଆଜି ମହାରାଷ୍ଟ୍ର ବିଧାନସଭାରେ ବହୁମତ ପ୍ରମାଣ ଦେବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଅପରାହ୍ନ ୨ଟାରେ ହେବ ଫ୍ଲୋର ଟେଷ୍ଟ । ଏଥିପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି । ଗୁରୁବାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ ଠାକରେ । ଡିସେମ୍ବର ୩ ତାରିଖ ମଧ୍ୟରେ ବହୁମତ ପ୍ରମାଣ ଦେବା ପାଇଁ ରାଜ୍ୟପାଳ ସମୟ ଦେଇଛନ୍ତି । 

ଫାଇଲ ଫଟୋ

ନୂଆଦିଲ୍ଲୀ: ଆଜି ମହାରାଷ୍ଟ୍ର ବିଧାନସଭାରେ ବହୁମତ ପ୍ରମାଣ ଦେବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଅପରାହ୍ନ ୨ଟାରେ ହେବ ଫ୍ଲୋର ଟେଷ୍ଟ । ଏଥିପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି । ଗୁରୁବାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ ଠାକରେ । ଡିସେମ୍ବର ୩ ତାରିଖ ମଧ୍ୟରେ ବହୁମତ ପ୍ରମାଣ ଦେବା ପାଇଁ ରାଜ୍ୟପାଳ ସମୟ ଦେଇଛନ୍ତି । 

'ମହା' ପରୀକ୍ଷା ଦେବେ 'ମହା ବିକାଶ ଅଘାଡି'ର ନେତା ଉଦ୍ଧବ ଠାକରେ ।  ଗୁରୁବାର ଶପଥ ନେଇଥିଲେ,  ଆଜି ପରୀକ୍ଷା ଦେବେ । ଉଦ୍ଧବଙ୍କ ପାଖରେ  ବହୁମତ ଅଛି ନାଁ ନାହିଁ, ତାହା ଫ୍ଲୋର ଟେଷ୍ଟରେ ସ୍ପଷ୍ଟ ହେବ । ଏନସିପି, ଶିବସେନା ଓ କଂଗ୍ରେସ ମିଶି ମହା ବିକାଶ ଅଘାଡି ଗଠନ କରିଛନ୍ତି । ଏହି ମେଣ୍ଟ ପାଖରେ ୧୬୫ରୁ ଉର୍ଦ୍ଧ୍ୱ ବିଧାୟକଙ୍କ ସମର୍ଥନ ଥିବା କୁହାଯାଉଛି । 

ଆହୁରି ପଢନ୍ତୁ; କାହିଁକି ଖସୁଛି ଜିଡିପି ?

ତେବେ ପ୍ଲୋର ଟେଷ୍ଟ ପୂର୍ବରୁ ପ୍ରଥମେ ମୁଖ୍ୟମନ୍ତ୍ରୀ, ଅନ୍ୟ ମନ୍ତ୍ରୀ ଏବଂ ବିରୋଧୀ ଦଳ ନେତାଙ୍କ ପରିଚୟ ପ୍ରଦାନ କରାଯିବ । ସେହିପରି ଡିସେମ୍ବର ୧ରେ ବାଚସ୍ପତି ନିର୍ବାଚନ ହେବ । ଶୁକ୍ରବାର ଏନସିପି ବିଧାୟକ ଦିଲ୍ଲୀପ ୱାଲସେ ପାଟିଲଙ୍କୁ ପ୍ରୋଟେମ ସ୍ପିକର କରାଯାଇଛି । ସେପଟେ ଡିସେମ୍ବର ୨ରେ ରାଜ୍ୟପାଳ ନବ ଗଠିତ ବିଧାନସଭାକୁ ସମ୍ବୋଧିତ କରିବେ । 

ଆହୁରି ପଢନ୍ତୁ; 'ସାମନା'ରେ ପ୍ରଶଂସା, ଟ୍ୱିଟରରେ ଆକ୍ଷେପ

ଆଜି ୧୨ଟା ମଧ୍ୟରେ ନାମାଙ୍କନ

ଉଦ୍ଧବ ସରକାର ବହୁମତ ପ୍ରମାଣ ଦେବା ପୂର୍ବରୁ ପ୍ରଥମେ ବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଗ୍ରହଣ କରାଯିବ । ମଧ୍ୟାହ୍ନ ୧୨ଟା ମଧ୍ୟରେ ନାମାଙ୍କନ ଦାଖଲ କରିପାରିବେ ଆଶାୟୀ ପ୍ରାର୍ଥୀ । ଏଥିପାଇଁ କଂଗ୍ରେସ ୩ ନେତାଙ୍କ ନାମ 'ମହା ବିକାଶ ଅଘାଡି' କୁ ସୁପାରିଶ କରିବ ବୋଲି ଜଣାପଡିଛି । ସେମାନଙ୍କ ମଧ୍ୟରୁ କାହାକୁ ବାଚସ୍ପତି କରାଯିବ, ୩ ଦଳ ବୈଠକ କରି ନିଷ୍ପତ୍ତି ନେବେ । 

ଆହୁରି ପଢନ୍ତୁ; ବେଟା ଆଠ ନମ୍ୱରୀ, ବାପ୍ ଦଶ ନମ୍ୱରୀ...