କନ୍ଧମାଳ ପ୍ରଶାସନ ଯୋଜନାରେ ମଶାଣି ପଦାରେ ୨୫ ଭୁତଙ୍କୁ ଭତ୍ତା ମଞ୍ଜୁର
Advertisement
Article Detail0/zeeodisha/odisha1302286

କନ୍ଧମାଳ ପ୍ରଶାସନ ଯୋଜନାରେ ମଶାଣି ପଦାରେ ୨୫ ଭୁତଙ୍କୁ ଭତ୍ତା ମଞ୍ଜୁର

Kandhamal: ସରକାରଙ୍କ ନୁତନ ଭୁତ ଯୋଜନାକୁ କାଯ୍ୟକାରି କରି କୁର୍ତମଗଡ ପଞ୍ଚାୟତର ପୁର୍ବତନ ପଞ୍ଚାୟତ ନିର୍ବାହ ଅଧିକାରୀ ଜନାର୍ଦ୍ଦନ ନାୟକ ବର୍ତ୍ତମାନ ଚର୍ଚ୍ଚା ରହିଛନ୍ତି । ଏହି ଭୁତ ମାନଙ୍କ ନାମରେ ଖାଇଯାଇଥିବା ଜିଅନ୍ତା ଭୁତକୁ କାଯ୍ୟାକଳାପକୁ ପର୍ଦ୍ଦାଫାସ୍ ବର୍ତ୍ତମାନର ସରପଞ୍ଚ କରିଛନ୍ତି ।

ସାଙ୍କେତିକ ଫଟୋ (ସୌ: ସୋସିଆଲ ମିଡିଆ)

କନ୍ଧମାଳ ପ୍ରଶାସନ ଏବେ ଚର୍ଚ୍ଚାରେ ରହିଛି କାରଣ ଏଠାରେ ୨୫ ଭୁତଙ୍କ ପାଇଁ ଭତ୍ତା ମଞ୍ଜୁର କରାଯାଇଛି । ଘଟଣାଟି ଶୁଣିବାକୁ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ସତ୍ୟ ଅଟେ । ଏହି ଘଟଣାଟି କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଞ୍ଚଳର ତୁମୁଡିବନ୍ଧ ଅଂଚଳରେ କୁର୍ତମଗଡ ପଞ୍ଚାୟତର ଅଟେ । ଏହି ପଞ୍ଚାୟତରେ ଏହି ଅଞ୍ଚଳରେ ଭୁତଙ୍କ ପାଇଁ ଭତ୍ତା ଲାଗୁ କରାଯାଇଛି । ଭୁତ ଯୋଜନାରେ ଭତ୍ତା ପାଉଛନ୍ତି ଓ ପ୍ରତି ମାସରେ ଏହାର ଦାୟିତ୍ୱ ନେଇଛନ୍ତି ପଞ୍ଚାୟତ ପଞ୍ଚାୟତ ଏକ୍ଜିକ୍ୟୁଟିଭ ନିର୍ବାହ ଅଧିକାରୀ ଓ ଏହି ଭୁତଙ୍କୁ ଠିକ୍ ସମୟରେ ଭତ୍ତା ଦିଆ ଯାଉଛି ନା ନାହିଁ ତାହାକୁ ମଧ୍ୟ ତଦାରଖ ଲୋକ ପ୍ରତିନିଧି ସରପଞ୍ଚ କରୁଛନ୍ତି । 

ସରକାରଙ୍କ ନୁତନ ଭୁତ ଯୋଜନାକୁ କାଯ୍ୟକାରି କରି କୁର୍ତମଗଡ ପଞ୍ଚାୟତର ପୁର୍ବତନ ପଞ୍ଚାୟତ ନିର୍ବାହ ଅଧିକାରୀ ଜନାର୍ଦ୍ଦନ ନାୟକ ଚର୍ଚ୍ଚା ରହିଛନ୍ତି । ଭୁତ ମାନଙ୍କ ନାମରେ ଖାଇଯାଇଥିବା ଜିଅନ୍ତା ଭୁତକୁ କାଯ୍ୟାକଳାପକୁ ପର୍ଦ୍ଦାଫାସ୍ ବର୍ତ୍ତମାନର ସରପଞ୍ଚ କରିଛନ୍ତି । ସବୁଠାରୁ ବଡ କଥା ହେଲା ଏହି ବାଟ ମାରଣା ମାସ ନୁହେଁ କି ଦୁଇ ମାସ ନୁହେଁ ବର୍ଷ ବର୍ଷ ଧରି ଖାଇଚାଲିଛନ୍ତି । ଭୁତ ନାମରେ ଭତ୍ତା, ହଜାର କି ଦୁଇ ହଜାର ନୁହେଁ ୫ ବର୍ଷରେ ପ୍ରାୟ ୩.୫ ଲକ୍ଷ ଟଙ୍କା ଭୁତ ନାମରେ ଜିଅନ୍ତା ଭୁତ ଖାଇଯାଇଛନ୍ତି । ସବୁ ଜାଣିଶୁଣି ଜିଲ୍ଲା ସ୍ତରରେ ଅଧିକାରି କାହିଁକି ଚୁପ୍ ବସିଥିଲେ ତାକୁ ନେଇ ବର୍ତ୍ତମାନର ସରପଞ୍ଚ ଆଙ୍ଗୁଠି ଉଠାଇଛନ୍ତି । 

ଆହୁରି ବି ଆଶ୍ଚର୍ଯ୍ୟର ଘଟଣା ଏହା ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ପଞ୍ଚାୟତ ନିର୍ବାହ ଅଧିକାରୀ ଭାବରେ ଜନାର୍ଦ୍ଦନ ନାୟକ, ପାଖାପାଖି ୩ ବର୍ଷ ରହି ଭୁତ ନାମରେ ପ୍ରତ୍ୟେକ ମାସ ଭତା ମଞ୍ଜୁର କରୁଥିଲେ, ଦୁଇ ବର୍ଷ ଧରି ଅକୃ ମାଝୀ ନାମକ ପଞ୍ଚାୟତ ନିର୍ବାହ ଅଧିକାରି ମଧ୍ୟ ୨ ବର୍ଷ ଧରି ଏହି ଭୁତଙ୍କୁ ଭତ୍ତା ଦେଇ ଚାଲିଥିଲେ । ଉଚ୍ଚ ପଦସ୍ଥ ଅଧିକାରୀ ମଧ୍ୟ ଚୁପ, ବରଂ ଖାଇଥିବା ଅଧିକାରୀ ମାନଙ୍କୁ ପ୍ରତ୍ସାହିତ କରାଯାଇ ଘଟଣାକୁ ଚାପି ଦେଇ ଅକ୍ରୁ ମାଝୀଙ୍କୁ ଦାରିଙ୍ଗବାଡି ଓ ଜନାର୍ଦ୍ଦନ ନାୟକଙ୍କୁ ଟିକାବାଲି ବ୍ଲକରେ ପ୍ଲେସ୍ କରାଯାଇଛି । ବେବିଲତାଙ୍କୁ ତୁମୁଡିବନ୍ଧରେ ପ୍ଲେସ୍ କରାଯାଇଛି ।

ସେହି ସମୟରେ ଡି.ଏସ୍.ଏସ୍ ମଧ୍ୟ ବଦଳି ହୋଇ ଚାଲିଗଲେଣି, ଏତେବଡ ଘଟଣା ସମସ୍ତ ନଜରରେ ରହି କିନ୍ତୁ ଆକ୍ସନ ଶୁନ ରହିଛି, କନ୍ଧମାଳ ଅନେକ ପଞ୍ଚାୟତ ଦୁର୍ଗମ ଅଂଚଳ ହୋଇଥିବା ବେଳେ ଅନ୍ୟ ଅଂଚଳ ଗୁଡିକରେ ମଧ୍ୟ ଏହିଭଳି ଦୁର୍ନୀତି ହୋଇଥିବା ଅନୁମାନ କରାଯାଉଛି । ତେବେ ତୁରନ୍ତ ତଦନ୍ତ ପକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ବର୍ତ୍ତମାନ ସରପଞ୍ଚ ଓ ୱାର୍ଡ ମେମ୍ବର ମାନେ ଦାବି ଜଣାଇ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । କେବେ ଏହି ଦୁର୍ନୀତି ଖୁଲାସା ହେବ ଏହା ଉପରେ ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି ।

ଏହା ବି ପଢ଼ନ୍ତୁ: କୋର୍ଟରେ କଲେ ଏକାଠି ରହିବାର ପ୍ରତିଜ୍ଞା; ବାହାରକୁ ଆସିବା ମାତ୍ରେ ପତ୍ନୀଙ୍କ ଗଳା କାଟିଲେ ସ୍ୱାମୀ