ସହକାରୀ ରାଜସ୍ୱ ନିରୀକ୍ଷକଙ୍କ ଅନେତ୍ର ବଦଳିକୁ ନେଇ ଅସନ୍ତୋଷ
Advertisement

ସହକାରୀ ରାଜସ୍ୱ ନିରୀକ୍ଷକଙ୍କ ଅନେତ୍ର ବଦଳିକୁ ନେଇ ଅସନ୍ତୋଷ

ଦାରିଙ୍ଗବାଡି ତହସିଲର ଗ୍ରୀନବାଡ଼ି ସହକାରୀ ରାଜସ୍ୱ ନିରୀକ୍ଷକ କୁଳମଣି ସାହାଣୀ ଏବଂ ଦାରିଙ୍ଗବାଡି ସହକାରୀ ରାଜସ୍ୱ ନିରୀକ୍ଷକ ଉମାଶଙ୍କର ଖଣ୍ଡଗିରିଙ୍କ ବ୍ୟବହାର ଓ କାର୍ଯ୍ୟରେ ଲୋକେ ଖୁସି ରହିଥିବା ବେଳେ ସେମାନଙ୍କ ବଦଳିକୁ ରଦ୍ଧ କରିବାକୁ ଲୋକେ ଦାବି କରୁଛନ୍ତି । 

 

ସହକାରୀ ରାଜସ୍ୱ ନିରୀକ୍ଷକଙ୍କ ଅନେତ୍ର ବଦଳିକୁ ନେଇ ଅସନ୍ତୋଷ

ଦାରିଙ୍ଗବାଡି: କନ୍ଧମାଳ (Kandhamal) ଜିଲ୍ଲାର ଦାରିଙ୍ଗବାଡି ତହସିଲରେ (Daringibadi Tehsil) କାର୍ଯ୍ୟରତ ଦୁଇ ଜଣ ସହକାରୀ ରାଜସ୍ୱ ନିରୀକ୍ଷକଙ୍କ (Assistant Revenue Inspector) ଅନ୍ୱେତ୍ର ବଦଳିକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଆଉ ବଦଳି ଆଦେଶକୁ ରଦ୍ଧ କରିବା ପାଇଁ ଲୋକେ ଦାବି କରି ଆଜି ପୁଣି ଦାରିଙ୍ଗବାଡି ତହସିଲଦାରଙ୍କୁ (Daringibadi Tehsildar) ଭେଟି ଲୋକେ ଲିଖିତ ଅଭିଯୋଗ ଜଣାଇଛନ୍ତି । ଏହା ପୂର୍ବରୁ ମଧ୍ୟ ଲୋକେ ଏନେଇ ତହସିଲଦାରଙ୍କୁ ଲିଖିତ ଅଭିଯୋଗ ଜଣାଇଥିବା ବେଳେ ଜିଲ୍ଲା ପ୍ରଶାସନ (District administration) ପକ୍ଷରୁ କିନ୍ତୁ କୌଣସି  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଲୋକେ ଅଭିଯୋଗ କରି ଅସନ୍ତୋଷ ପ୍ରକାଶ କରିଛନ୍ତି । 

fallback

ଦାରିଙ୍ଗବାଡି ତହସିଲର ଗ୍ରୀନବାଡ଼ି ସହକାରୀ ରାଜସ୍ୱ ନିରୀକ୍ଷକ କୁଳମଣି ସାହାଣୀ ଏବଂ ଦାରିଙ୍ଗବାଡି ସହକାରୀ ରାଜସ୍ୱ ନିରୀକ୍ଷକ ଉମାଶଙ୍କର ଖଣ୍ଡଗିରିଙ୍କ ବ୍ୟବହାର ଓ କାର୍ଯ୍ୟରେ ଲୋକେ ଖୁସି ରହିଥିବା ବେଳେ ସେମାନଙ୍କ ବଦଳିକୁ ରଦ୍ଧ କରିବାକୁ ଲୋକେ ଦାବି କରୁଛନ୍ତି । ଏହା ସହ ଜଙ୍ଗଲ ଜମିରେ ଲୋକଙ୍କ ଜମି ଚିହ୍ନଟ ଓ ପଟା ପ୍ରଦାନ ପାଇଁ କାର୍ଯ୍ୟ ଜାରି ରହିଥିବା ବେଳେ ହଟାତ ଉଭୟଙ୍କ ବଦଳି ହେବା ଦ୍ୱରା ଜଙ୍ଗଲ ଜମି ଚିହ୍ନଟ ଓ ପଟା ପ୍ରଦାନରେ ପୁଣି ଅବହେଳା ଦେଖା ଦେବ ଆଶଙ୍କା କରି ସ୍ଥାନୀୟ ଲୋକେ ଉଭୟଙ୍କ ବଦଳିକୁ ରଦ୍ଧ କରାଯାଉ ବୋଲି ଦାବି କରୁଛନ୍ତି ।

ଏହା ବି ପଢ଼ନ୍ତୁ: ଓମିକ୍ରନକୁ ନେଇ ସାରା ବିଶ୍ୱକୁ ଚେତାବନୀ ଦେଲେ WHO ମୁଖ୍ୟ ବୈଜ୍ଞାନିକ