ଦାରିଙ୍ଗବାଡ଼ି କ୍ୱାରେଣ୍ଟାଇନ ସେଣ୍ଟରରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ !
Advertisement

ଦାରିଙ୍ଗବାଡ଼ି କ୍ୱାରେଣ୍ଟାଇନ ସେଣ୍ଟରରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ !


ଜଣେ ଅଟକ, ସମାନ କ୍ୱାରେଣ୍ଟାଇନରେ ରହୁଥିଲା ଅଭିଯୁକ୍ତ

ପ୍ରତୀକାତ୍ମକ ଫଟୋ

ପ୍ରିୟବ୍ରତ ସାହୁ, ଫୁଲବାଣୀ: ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ! ତାହା ପୁଣି କ୍ୱାରେଣ୍ଟାଇନ ସେଣ୍ଟରରେ । ଆଉ ଏଭଳି ଉଦ୍ୟମ କରିଛି କ୍ୱାରେଣ୍ଟାଇନ ସେଣ୍ଟରରେ ଥିବା ଅନ୍ୟ ଜଣେ ଯୁବକ । କନ୍ଧମାଳ ଦାରିଙ୍ଗବାଡ଼ିର ଏକ କ୍ୱାରେଣ୍ଟାଇନ ସେଣ୍ଟରରୁ ଆସିଛି ଏଭଳି ଅଭିଯୋଗ । ଅଭିଯୁକ୍ତକୁ ପୋଲିସ ଥାନାରେ ଅଟକ ରଖିଥିବା ନେଇ ଜଣାପଡ଼ିଛି । ତେବେ ପୋଲିସ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଉନାହିଁ । 

fallback

ଯାହା ଜଣାପଡ଼ିଛି, ଦାରିଙ୍ଗବାଡ଼ି ଡଃ ବି.ଆର. ଆମ୍ବେଦକର କଲେଜ ଛାତ୍ରାବାସରେ ହୋଇଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ଏହି ଘଟଣା ଘଟିଛି । ଏହି ଛାତ୍ରାବାସରେ ୨ଶହ ଶଯ୍ୟା ବିଶିଷ୍ଟ କ୍ୱାରେଣ୍ଟାଇନ ସେଣ୍ଟର ରହିଛି । ଉଭୟ ପୁରୁଷ ଏବଂ ମହିଳା ପ୍ରବାସୀ ଓଡ଼ିଆ ଏହି ସେଣ୍ଟରରେ ରହିଛନ୍ତି । ତେବେ ପୀଡ଼ିତାଙ୍କୁ କ୍ୱାରେଣ୍ଟାଇନରେ ରହିଥିବା ଜଣେ ଯୁବକ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ପୀଡ଼ିତା ଶୌଚ ହେବାକୁ ଯାଇଥିବା ବେଳେ ଅଭିଯୁକ୍ତ ତାଙ୍କୁ ଏଭଳି ଉଦ୍ୟମ କରିଥିଲା । 

ଅନ୍ୟପଟେ ଅଭିଯୋଗ ପରେ ପୁରା ଘଟଣାର ପୋଲିସ ତଦନ୍ତ କରୁଥିବା ଜଣାପଡ଼ିଛି । ଏପରିକି ଅଭିଯୁକ୍ତ ଯୁବକକୁ ଥାନାରେ ଅଟକ ରଖାଯାଇଛି । ଅଭିଯୁକ୍ତ ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି । ସେହିପରି ପୀଡ଼ିତାଙ୍କ ଘର ରାଇକିଆ ଅଞ୍ଚଳରେ ।

fallback

ଏଠାରେ ଆପଣଙ୍କୁ କହିରଖୁଛୁ, ଗତ ୧୩ ତାରିଖରେ ତାମିଲନାଡୁ, ବେଙ୍ଗାଲୁରୁ, ମହାରାଷ୍ଟ୍ର ଇତ୍ୟାଦି ସ୍ଥାନରୁ ଫେରିଥିବା ପ୍ରବାସୀ ଓଡ଼ିଆଙ୍କୁ ଏହି କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି । ଏମାନଙ୍କ ମଧ୍ୟରେ ୧୯ ଜଣ ଯୁବକ, ଜଣେ ୫ ବର୍ଷର ଶିଶୁ ରହିଛନ୍ତି ଏବଂ ୯ ଜଣ ଯୁବତୀ ରହିଛନ୍ତି । ଆଉ ଅଳ୍ପ ଦିନ ଭିତରେ ଏମାନଙ୍କ କ୍ୱାରେଣ୍ଟାଇନ ସରିବାର ଅଛି । ହେଲେ ଏହାରି ଭିତରେ କ୍ୱାରେଣ୍ଟାଇନ ସେଣ୍ଟରରୁ ଆସିଛି ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ।