ଥରୁଛି ରାଜ୍ୟ, ଦାରିଙ୍ଗବାଡ଼ିରେ ତୁଷାରପାତ
Advertisement
Article Detail0/zeeodisha/odisha812190

ଥରୁଛି ରାଜ୍ୟ, ଦାରିଙ୍ଗବାଡ଼ିରେ ତୁଷାରପାତ

ଜାଡ଼ରେ ଥରଥର କମ୍ପୁଛି ସମଗ୍ର କନ୍ଧମାଳ (Kandhamala)।

ଥରୁଛି ରାଜ୍ୟ, ଦାରିଙ୍ଗବାଡ଼ିରେ ତୁଷାରପାତ

ସୁଜିତ ବିଷୋୟୀ, କନ୍ଧମାଳ: ଜାଡ଼ରେ ଥରଥର କମ୍ପୁଛି ସମଗ୍ର କନ୍ଧମାଳ (Kandhamala)। ଆଉ ଓଡ଼ିଶାର କାଶ୍ମୀର (Odisha's Kashmir) କୁହାଯାଉଥିବା ଦାରିଙ୍ଗବାଡ଼ିରେ (Daringbadi) ଆଜି ପୁଣି ଦ୍ୱିତୀୟ ଦିନ ତୁଷାରପାତ (Waterfall) ହୋଇଛି। ଏହା ସହ ଆଜି ପୁଣି ଦ୍ୱିତୀୟ ଦିନ ରେ ମଧ୍ୟ ଫୁଲବାଣୀରେ ପାରଦ ସର୍ବନିମ୍ନ ୪ ଡିଗ୍ରି ସେଲସିୟସ ରହିଥିବା ବେଳେ ଦାରିଙ୍ଗବାଡିର ଆଜି ସର୍ବନିମ୍ନ ତାପମାତ୍ରା ୫.୫ ଡ଼ିଗ୍ରୀ ସେଲସିୟସକୁ ଖସିଛି।

ଅଧିକ ପଢନ୍ତୁ: ମୋଦିଙ୍କୁ ଲେଜିଅନ ଅଫ ମେରିଟ ସମ୍ମାନ

ଗତକାଲି ସୋମବାର ଭଳି ଆଜି ମଧ୍ୟ ଫୁଲବାଣୀ ରାଜ୍ୟର ସବୁଠୁ ଥଣ୍ଡା ସହର। ତେବେ ଶୀତ ଆହୁରି ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଥିବା ବେଳେ ଫୁଲବାଣୀ ସହ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡିରେ ମଧ୍ୟ ତାପାମାତ୍ରା ଆହୁରି ୧ ରୁ ୨ ଡିଗ୍ରି ତଳକୁ ଖସିବା ନେଇ ଆଶା କରାଯାଉଛି।ଗତ କାଲି ଭଳି ଆଜି ମଧ୍ୟ ଦାରିଙ୍ଗବାଡ଼ି ଅଞ୍ଚଳର ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି।

ଅଧିକ ପଢନ୍ତୁ: କେନ୍ଦ୍ର ସରକାର ଦେଲେ ଚେତାବନୀ, କହିଲେ- ସ୍ଥାୟୀ କର୍ମଚାରୀଙ୍କୁ ଚୁକ୍ତିରେ ପରିବର୍ତ୍ତନ କରିପାରିବ ନାହିଁ କମ୍ପାନୀ

ପର୍ଯ୍ୟଟକମାନେ ମଧ୍ୟ ଶୀତ ଲହରୀର ମଜା ନେବା ସହ ବିଭିନ୍ନ ସ୍ଥାନରେ ନାଡ଼ା ଓ ବିଲମାନଙ୍କରେ ବିଛେଇ ହୋଇ ପଡ଼ିଥିବା ତୁଷାର ଦେଖି ବେଶ୍‌ ଖୁସି ହୋଇଛନ୍ତି। ଆଉ ଏହି ଶୀତ ଓ ତୁଷାରପାତ ଯୋଗୁଁ କନ୍ଧମାଳକୁ ବାହାର ପର୍ଯ୍ୟଟକଙ୍କ ସୁଅ ଛୁଟିବା ଆରମ୍ଭ ହୋଇଯାଇଛି। ଆଉ ଶୀତର ପ୍ରକୋପ ଯୋଗୁଁ ବଜାର ଘାଟ ସବୁ ସନ୍ଧ୍ୟା ହେଲେ ଜନଶୂନ୍ୟ ହୋଇପଡୁଥିବା ବେଳେ ଗାଁ ଠୁ ସହର ସବୁଠି ସଭିଏଁ ନିଆଁର ସାହାରା ନେଇ ରାତି କାଟୁଛନ୍ତି।