ବର୍ଷକରେ ଗୋଟିଏ ମାସ ମିଳିଥାଏ ଏହି ଶାଗ, କିଏ କହିବ ଏହାର ନାମ କ'ଣ?
Advertisement
Article Detail0/zeeodisha/odisha1167354

ବର୍ଷକରେ ଗୋଟିଏ ମାସ ମିଳିଥାଏ ଏହି ଶାଗ, କିଏ କହିବ ଏହାର ନାମ କ'ଣ?

ଆଉ ଦେହ ପାଇଁ ବେଶ ହିତକାରୀ ଏହି ଶାଗ । ତେବେ ଚାଲନ୍ତୁ ଜାଣିବା ଏହି କୋଲିଆରି ଶାଗ କେଉଁଠି ମିଳେ ଆଉ ଏହି ଶାଗକୁ କେଉଁ ମାନେ ବିଶେଷ ଖାଇଥାନ୍ତି । 

ବର୍ଷକରେ ଗୋଟିଏ ମାସ ମିଳିଥାଏ ଏହି ଶାଗ, କିଏ କହିବ ଏହାର ନାମ କ'ଣ?

କେନ୍ଦୁଝର: ଆମ ଓଡ଼ିଶାରେ ବିଭିନ୍ନ ପର୍ବପର୍ବାଣି ହେଉ ବିବାହ ଭୋଜି କି ଘରେ ବିଭିନ୍ନ ଖାଦ୍ୟ ର ଚାହିଦାର ରହିଛି ଅନେକ ସ୍ୱତନ୍ତ୍ରତା। ଆଉ ଓଡ଼ିଆ ଘରେ ଶାଗ ପଖାଳର ମଜା ତ କିଛି ଅଲଗା ଆଉ ନିଆରା ବି।  ଆପଣ ଅନେକ ଶାଗ ଖାଇଥିବେ ସେ କୋସଳା ହେଉ କି ପାଳଙ୍ଗ ଅଥବା ନେଉଟିଆ ହେଉ କି ସଜନା ଶାଗ ଖାଇଥିବେ । ହେଲେ କେବେ କୋଲିଆରି ଶାଗ ଖାଇଛନ୍ତି କି । ଏହି ଶାଗର କଣ ରହିଛି ବିଶେଷ୍ୱତ ଚାଲନ୍ତୁ ଜାଣିବା । 

ଆଉ ଦେହ ପାଇଁ ବେଶ ହିତକାରୀ ଏହି ଶାଗ । ତେବେ ଚାଲନ୍ତୁ ଜାଣିବା ଏହି କୋଲିଆରି ଶାଗ କେଉଁଠି ମିଳେ ଆଉ ଏହି ଶାଗକୁ କେଉଁ ମାନେ ବିଶେଷ ଖାଇଥାନ୍ତି । ଏ ସମସ୍ତ ପ୍ରଶ୍ନ ଆପଣ ମାନଙ୍କ ମନରେ ଉଠୁଥିବ ନିଶ୍ଚୟେ। ଆଉ ସବୁ  ଉତ୍ତର ଆଜି ଆପଣ ମାନଙ୍କୁ ଦେଉଛୁ। ଏ ସବୁ ଶାଗ ଆଦିଵାସୀ ବହୁଳ ଖଣି ଖାଦାନ ଭରା ଜିଲ୍ଲାର ବଜାରରେ (Keonjhar Market) ଦେଖିବାକୁ ମିଳିଛି ।  

ବିଶେଷ କରି ଏ ସବୁ ଶାଗକୁ ଜଙ୍ଗଲରେ ରହୁଥିବା ଭୁୟଂ ଜୁଆଙ୍ଗ ଲୋକେ ଜଙ୍ଗଲ ରୁ ସଂଗ୍ରହ କରି କେନ୍ଦୁଝର ମୁଖ୍ୟ ବଜାର କୁ ଆଣି ବିକିଥାନ୍ତି। ଏହି ଶାଗ କେବଳ ଆଦିବାସୀ ଙ୍କ ପଖାଳ କଂସା ପାଖରେ ଦେଖିବାକୁ ମିଳୁନି ଏ ଶାଗକୁ ଏବେ ସହରୀ ଲୋକଙ୍କ ପାଇଁ ଏକ ମୁଖ୍ୟ ଖାଦ୍ୟ ରୂପେ ଗ୍ରହଣ କରୁଛନ୍ତି ।ଏହି ଶାଗର ସ୍ୱାଦ ବହୁତ ନିଆରା। ଜଙ୍ଗଲରେ ଏହି କୋଲିଆରି ଗଛର କଅଁଳିଆ ପତ୍ର କୁ ଆଦିବାସୀ ମାନେ ଗଛରୁ ତୋଳି ଏହାକୁ ସଂଗ୍ରହ କରି ବଜାରରେ ବିକ୍ରି କରିଥାନ୍ତି। 

ଆଉ ଏହାର ଭାଗ ୨୦ ଟଙ୍କା ପର୍ୟ୍ଯନ୍ତ ବିକ୍ରି କରି ନିଜର ତେଲ ଲୁଣ ସଂସାର ଚଳାଇଥାନ୍ତି। ଏହାସହ ବଣଜଙ୍ଗଲରେ ଏହି ଗଛ ଦେଖିବାକୁ ମିଳିଥାଏ। ଆଉ ଏହାର ପତ୍ର କୁ ମଧ୍ୟ ଆୟୁର୍ବେଦ ଭାବରେ ବ୍ୟବହାର କରାଯାଇଥାଏ। ତେଣୁ ଏହି ସାଗରେ କେତେ ଭିଟାମିନ ରହିଛି ତାହା ଅନୁମେୟ କରିଥିବେ। ପୂର୍ବରୁ ମଣିଷ ସହରରେ ନ ରହି ଜଙ୍ଗଲ (Jungle) ରେ ବସବାସ କରୁଥିଲେ । ଆଉ ଜଙ୍ଗଲର ଫଳ ମୂଳ ଆଉ ଗଛ ର ପତ୍ରକୁ ଖାଇ ବଞ୍ଚିବା ସହ ବିଭିନ୍ନ ରୋଗ ପ୍ରତିରୋଧ ମଧ୍ୟ ବୃଦ୍ଧି ପାଉଥିବା ସହ  ବଳବାନ ମଧ୍ୟ ହେଉଥିଲେ। 

ତେଣୁ ବର୍ଷର ବିଭିନ୍ନ ସମୟରେ ଜଙ୍ଗଲ ରେ ମିଳୁଥିବା ଏହି ଶାଗ ହେଉ କି ଫଳ ମୂଳ ଖାଇବା ଆମ ସ୍ୱାସ୍ଥ୍ୟ ପକ୍ଷେ ଅନେକ ଉପକାରିତା ମିଳିଥାଏ। ଏହି କୋଲିଆରି ଶାଗ ରେ କୌଣସି ରସାୟନ ସାର ର ପ୍ରୟୋଗ ନ ହୋଇଥିବାରୁ ଏହି ଶାଗ (Vegetables) ଖାଇଲେ ଦେହରେ ଅନେକ ରୋଗ ମଧ୍ୟ ଭଲ ହୋଇଥାଏ। ବିଶେଷ କରି କେନ୍ଦୁଝର ମାଟିରେ ବିଭିନ୍ନ ପ୍ରକାର ଲୌହ , ମାଙ୍ଗାନିଜ , ରହିଥିବାରୁ ଏହି ଜଙ୍ଗଲ ମାଟି ରେ ଏହି ଗଛ ହୋଇଥିବାରୁ ଏହି ଶାଗରେ ଲୋହ ସହ ଅନେକ ଭିଟାମିନରେ ଏହି ଶାଗ ଭରପୁର ରହିଛି। 

ତେଣୁ ଏହି ଶାଗ କେବଳ ଆଦିବାସୀଙ୍କ ଖାଦ୍ୟ ହୋଇ ରହିନାହିଁ। ଆଉ ଏହି ଶାଗକୁ ସହର ଲୋକେ ପସନ୍ଦ କରିବା ସହ ସ୍ୱାଦର ପରିବର୍ତ୍ତନ କରିଥାନ୍ତି। ତେଣୁ ଏହି ଶାଗ କୁ ସହରୀ ଲୋକେ ବେଶ ପସନ୍ଦ କରିଥାନ୍ତି। ଏହି ଶାଗ କେନ୍ଦୁଝର (Keonjhar) ଜିଲ୍ଲା ର ବାଂଶପାଳ ତେଲକୋଇ ସୁଆକାଟି କାଞ୍ଜିପାଣି ତେଲକୋଇ ଅଞ୍ଚଳ ରେ ଦେଖିବାକୁ ମିଳେ। ଆଦିବାସୀ ଲୋକେ ରାତି ରୁ ଉଠି ଜଙ୍ଗଲ କୁ ଯାଇ ଏହି କୋଲିଆରି ଗଛ କୁ ଚଢି ଗଛ ର କଁଅଳ ପତ୍ର କୁ ସଂଗ୍ରହ କରି ଥାନ୍ତି। ପରେ ଏହି ସବୁ ଶାଗ କୁ କେନ୍ଦୁଝର ବଜାର ର ବିଭିନ୍ନ ସ୍ଥାନରେ ବସି ଭାଗ କୋଡିଏ ଟଙ୍କା ରେ ବିକ୍ରି କରିଥାନ୍ତି। ନିଜେ ଖାଇବା ସହ ଏହାକୁ ବିକ୍ରି ବଟା କରି ନିଜର ପରିବାର ଚଳାଇ ଥାନ୍ତି ଆଉ ଏହି କୋଲିଆରି ଶାଗ ବର୍ଷ ର ମାତ୍ର ଗୋଟିଏ ମାସ ମିଳୁ ଥିବାରୁ ଲୋକେ ମଧ୍ୟ କୋଲିଆରି ଶାଗ କୁ ଖାଇବାକୁ ଅପେକ୍ଷା କରିଥାନ୍ତି।