ଠାକୁରଡ଼ିହିରେ ଲୁଟେରା ରାଜ୍, ଫିଲ୍ମ ଷ୍ଟାଇଲରେ ଲୁଟିନେଲେ ୮ ଲକ୍ଷ ଟଙ୍କା
Advertisement

ଠାକୁରଡ଼ିହିରେ ଲୁଟେରା ରାଜ୍, ଫିଲ୍ମ ଷ୍ଟାଇଲରେ ଲୁଟିନେଲେ ୮ ଲକ୍ଷ ଟଙ୍କା

କଳା ପଲସରରେ ୩ ଦୁର୍ବୃତ୍ତ ଆସି ଏକ ଖଣିଜ ପଦାର୍ଥ ପରିବହନ ସଂସ୍ଥାର କର୍ମଚାରୀଙ୍କ ପାଖରୁ ଏଭଳି ଲୁଟ କରିଛନ୍ତି । 

ପ୍ରତୀକାତ୍ମକ ଫଟୋ

ଅଭୟ ମହାନ୍ତି, କେନ୍ଦୁଝର: ଦିନ ଦ୍ୱିପହରରେ ଲୁଟ । ବନ୍ଧୁକ ଦେଖାଇଲେ, ବୁଜାଲିରେ ଆକ୍ରମଣ କଲେ । ତଥାପି ମଧ୍ୟ ଟଙ୍କା ନ ମିଳିବାରୁ ଗୁଳି ବି ଫୁଟାଇଲେ । ଲୁଟିନେଲେ ୮ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା । କେନ୍ଦୁଝର ସଦର ଥାନା 49 ନମ୍ବର ଜାତୀୟ ରାଜପଥ ଠାକୁରଡ଼ିହି ନିକଟରେ ଚାଲିଥିଲା ଲୁଟେରା ରାଜ୍ । କଳା ପଲସରରେ ୩ ଦୁର୍ବୃତ୍ତ ଆସି ଏକ ଖଣିଜ ପଦାର୍ଥ ପରିବହନ ସଂସ୍ଥାର କର୍ମଚାରୀଙ୍କ ପାଖରୁ ଏଭଳି ଲୁଟ କରିଛନ୍ତି । ଆଉ ଲୁଟେରଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି କେନ୍ଦୁଝର ସଦର ପୋଲିସ । 

ସୂଚନା ମୁତାବକ, ଉତ୍କଳ କାରଗୋ ନାମକ ଖଣିଜ ପଦାର୍ଥ ପରିବହନ ସଂସ୍ଥାର କର୍ମଚାରୀଙ୍କ ଠାରୁ ଏହି ଲୁଟ୍ ହୋଇଛି । ଏହି ସଂସ୍ଥାର କର୍ମଚାରୀମାନେ ନଗଦ ୮ ଲକ୍ଷରୁ ଉର୍ଦ୍ଧ ଟଙ୍କା ଧରି କେନ୍ଦୁଝରରୁ ସୁଆକାଟି ସ୍ଥିତ ଓଏମସି ଖଣିକୁ ଯାଉଥିବା ବେଳେ ଲୁଟର ଶିକାର ହୋଇଛନ୍ତି । ୩ ଦୁର୍ବୃତ୍ତ ପଲସରରେ ଆସି ତାଙ୍କଠୁ ଟଙ୍କା ଲୁଟ କରିଛନ୍ତି । ପୋଲିସ ଏବେ ଘଟଣାର ତଦନ୍ତ ଆରମ୍ଭ କରିଛି ।