How many hours should we devote to work : ୨୪ ଘଣ୍ଟାରୁ କେତେ ସମୟ କାମ କରିବା ସ୍ୱାସ୍ଥ୍ୟ ପାଇଁ ଠିକ୍ ?
Advertisement
Article Detail0/zeeodisha/odisha1943316

How many hours should we devote to work : ୨୪ ଘଣ୍ଟାରୁ କେତେ ସମୟ କାମ କରିବା ସ୍ୱାସ୍ଥ୍ୟ ପାଇଁ ଠିକ୍ ?

  ଜଣେ ଅଫିସ୍ କର୍ମଚାରୀ କେତେ ଘଣ୍ଟା କାମ କରିବା ଉଚିତ.ଏହି ପ୍ରଶ୍ନ ସବୁବେଳେ ବିତର୍କର ବିଷୟ ହୋଇ ରହି ଆସିଛି । ନିକଟରେ ଇନଫୋସିସ୍ ମେଣ୍ଟର ନାରାୟଣ ମୁର୍ତ୍ତୀଙ୍କ  ଏକ ବିବୃତ୍ତି ଏହି ପ୍ରଶ୍ନକୁ ପୁଣିଥରେ ଜୀବଦାନ ଦେଇଛି । ମୁର୍ତ୍ତିଙ୍କ ଅନୁସାରେ ଭାରତର ଯୁବକମାନେ ସପ୍ତାହରେ ଅତି କମରେ 70 ଘଣ୍

SOCIAL MEDIA

How many hours should we devote to work : 

ଜଣେ ଅଫିସ୍ କର୍ମଚାରୀ କେତେ ଘଣ୍ଟା କାମ କରିବା ଉଚିତ.ଏହି ପ୍ରଶ୍ନ ସବୁବେଳେ ବିତର୍କର ବିଷୟ ହୋଇ ରହି ଆସିଛି । ନିକଟରେ ଇନଫୋସିସ୍ ମେଣ୍ଟର ନାରାୟଣ ମୁର୍ତ୍ତୀଙ୍କ  ଏକ ବିବୃତ୍ତି ଏହି ପ୍ରଶ୍ନକୁ ପୁଣିଥରେ ଜୀବଦାନ ଦେଇଛି । ମୁର୍ତ୍ତିଙ୍କ ଅନୁସାରେ ଭାରତର ଯୁବକମାନେ ସପ୍ତାହରେ ଅତି କମରେ 70 ଘଣ୍ଟା କାମ କରିବା ଉଚିତ। ଅଫିସରେ କେତେ ଘଣ୍ଟା କାମ କରିବା ଉପଯୁକ୍ତ ତାହା ମୁର୍ତ୍ତୀଙ୍କ ଏହି ବିବୃତ୍ତି ପୁଣିଥରେ ବିତର୍କ ସୃଷ୍ଟି କରିଛି। ଜଣେ କର୍ମଚାରୀଙ୍କ କାର୍ଯ୍ୟ କରିବାର ଘଣ୍ଟା ସଂଖ୍ୟା ଅନେକ କାରଣ ଉପରେ ନିର୍ଭର କରେ, ଏହା କାର୍ଯ୍ୟର ପ୍ରକାର ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟର ଫଳପ୍ରଦତା ଉପରେ ନିର୍ଭର କରିଥାଏ ।

କାର୍ଯ୍ୟଘଣ୍ଟା ବୃଦ୍ଧି ପ୍ରଶ୍ନ

ଆଜିର ଦୁନିଆରେ କାମ (ଅଫିସ୍ କାମ) ଲୋକଙ୍କ ପାଇଁ ସବୁକିଛି ହୋଇଯାଇଛି । କିନ୍ତୁ ଏହା ଅନେକ ଥର ଦେଖାଯାଇଛି ଯେ ଅଧିକାରୀ ସାଧାରଣତଃ ସେମାନଙ୍କ ଅଧସ୍ତନମାନଙ୍କ କାର୍ଯ୍ୟକୁ ନେଇ ସନ୍ତୁଷ୍ଟ ନଥାନ୍ତି । ଟାର୍ଗେଟର ଚାପ ସେମାନଙ୍କୁ ବିଚାର କରିବାକୁ ବାଧ୍ୟ କରୁଛି ଯେ କର୍ମଚାରୀଙ୍କ କାର୍ଯ୍ୟ ସମୟ ଯଥା ସାପ୍ତାହିକ ଘଣ୍ଟା ବୃଦ୍ଧି କରାଯିବା ଉଚିତ ।

ଏହା ଲକ୍ଷ୍ୟ କରାଯାଇଛି ଯେ ଅନେକ ସମୟରେ ଟାର୍ଗେଟ ପୁରଣ ନହୋଇ ପାରିବାରୁ କର୍ମଚାରୀମାନଙ୍କୁ ଅନୌପଚାରିକ ଭାବରେ ସେମାନଙ୍କର କାର୍ଯ୍ୟ ସମୟ ବଢାଇବାକୁ ପଡିଥାଏ । ବିଶ୍ବର ପ୍ରାୟ ସବୁ କମ୍ପାନୀଗୁଡିକର ଦୈନିକ ୯ ଘଣ୍ଟାର ଆନୁଷ୍ଠାନିକ କାର୍ଯ୍ୟ ଦିବସ ଅଛି, ଯାହା ପାଞ୍ଚ ଦିନର ସପ୍ତାହରେ ୪୫ ଘଣ୍ଟା ହୋଇଥାଏ । କିନ୍ତୁ ଏହା ପ୍ରଭାବଶାଳୀ ଭାବରେ କେବଳ ୪୦ ଘଣ୍ଟା ଅର୍ଥାତ୍ ପ୍ରତିଦିନ ୮ ଘଣ୍ଟା ଭାବରେ ବିବେଚନା କରାଯାଏ । କାରଣ ଏଥିରେ ଲଂଚ୍ ଆୱାର ମଧ୍ଯ ସାମିଲ ଥାଏ ।

 

ଆଗରୁ ଦୈନିକ କାର୍ଯ୍ୟଘଣ୍ଟା ଅଧିକ ଥିଲା

୮ ଘଣ୍ଟା କାମ କରିବାର ଏହି ସଂସ୍କୃତି ଶହେ ବର୍ଷ ପୁରୁଣା ।  ଶିଳ୍ପ ବିପ୍ଳବ ସମୟରେ ଯେତେବେଳେ କମ୍ପାନୀଗୁଡିକ ଉତ୍ପାଦନ ବୃଦ୍ଧି କରିବାକୁ ଚେଷ୍ଟା କରୁଥିଲେ, ସେତେବେଳେ ଶ୍ରମିକମାନଙ୍କୁ ଦିନକୁ ୧୦-୧୬ ଘଣ୍ଟା କାମ କରିବାକୁ ବାଧ୍ଯ କରାଯାଉଥିଲା । ଏପରିକି ସାପ୍ତାହିକ ଛୁଟି ମଧ୍ଯ ନଥିଲା । ଉଦାହରଣ ସ୍ୱରୂପ ମୁମ୍ବାଇର କାରଖାନା ଗୁଡିକରେ ଉନବିଂଶ ଶତାବ୍ଦୀର ଶେଷ ଭାଗରେ ବଡ଼ ଧରଣର ହରତାଳ ପରେ ରବିବାର ଛୁଟି ଶ୍ରମିକଙ୍କୁ ମିଳିଥିଲା । ଉନବିଂଶ ଶତାବ୍ଦୀର ଶେଷରେ,ଦୈନିକ କାର୍ଯ୍ୟ ସମୟ ୮ ଘଣ୍ଟା ହୋଇଥିଲା ।

ହେନେରୀ ଫୋର୍ଡ ପାଇଁ କମିଥିଲା ଦୈନିକ କାର୍ଯ୍ୟ ଘଣ୍ଟା

୧୯୧୪ ରେ, ହେନେରୀ ଫୋର୍ଡ ତାଙ୍କ କର୍ମଚାରୀଙ୍କ କାର୍ଯ୍ୟ ସମୟକୁ ଦିନକୁ 8 ଘଣ୍ଟାକୁ କମାଇ ଦେଇଥିଲେ । ଏହା ସହିତ ସେ ସେମାନଙ୍କ ଦରମା ମଧ୍ୟ ବୃଦ୍ଧି କରିଥିଲେ । ଏହାର ଫଳାଫଳ ଅତ୍ୟନ୍ତ ଚମତ୍କାର ଥିଲା । କମ୍ପାନୀର ଉତ୍ପାଦନ ଅଧିକ ବଢିଥିଲା ଏବଂ ଅନ୍ୟ କମ୍ପାନୀମାନେ ଫୋର୍ଡ କମ୍ପାନୀକୁ ଅନୂସରଣ କରି ନିଜ କାରଖାନାରେ ଦୈନିକ କାର୍ଯ୍ୟ ସମୟକୁ ୮ ଘଣ୍ଟା କରିଥିଲେ ।

କାର୍ଯ୍ୟ ସଂସ୍କୃତି ଉପରେ ଗୁରୁତ୍ୱ ଦିଆଯାଉଛି କି?

ଏହା ପରେ, ବିଂଶ ଶତାବ୍ଦୀର ଶେଷ ଭାଗରେ, ଅନେକ ଅଧ୍ୟୟନ ଏବଂ ଅନୁସନ୍ଧାନ କରାଯାଇଥିଲା ଏବଂ କର୍ମଚାରୀମାନେ କାର୍ଯ୍ୟକାରିତା ବିଷୟରେ ଚିନ୍ତା କରିବା ଆରମ୍ଭ କଲେ, କାର୍ଯ୍ୟ ସଂସ୍କୃତିରେ ପରିବର୍ତ୍ତନ ଦେଖାଗଲା, କିନ୍ତୁ କାର୍ଯ୍ୟ ସମୟର ପ୍ରକୃତି ସାଧାରଣତଃ ସମାନ ରହିଲା । କିନ୍ତୁ ଅନେକ ଥର ଦେଖାଯାଏ ଯେ ଲକ୍ଷ୍ୟ ପୂରଣ କରିବାକୁ, କର୍ମଚାରୀଙ୍କ କାର୍ଯ୍ୟ ସମୟ ସାମୟିକ ଭାବରେ କମ୍ପାନୀଗୁଡିକରେ କିଛି ଦିନ ବୃଦ୍ଧି କରାଯାଇଥାଏ ।ବିଶେଷଜ୍ଞମାନେ କହିଛନ୍ତି 

ଯେ କାର୍ଯ୍ୟ, ସ୍ୱାସ୍ଥ୍ୟ ଏବଂ ବ୍ୟକ୍ତିଗତ ଜୀବନ ମଧ୍ୟରେ ସନ୍ତୁଳନ ଜଣେ ବ୍ୟକ୍ତିର କାର୍ଯ୍ୟକୁ ପ୍ରଭାବଶାଳୀ କରିବାରେ ସହାୟକ

କାର୍ଯ୍ୟ ଜୀବନ ଏବଂ ସ୍ୱାସ୍ଥ୍ୟ

ଯଦି ଆପଣ ଭାବୁଛନ୍ତି ଯେ ଦିନକୁ ୧୨-୧୪ଘଣ୍ଟା କାମ କରିବା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କୌଣସି ଖରାପ ପ୍ରଭାବ ପକାଇବ ନାହିଁ, ତେବେ ଆପଣ ଭୁଲ୍ କରୁଛନ୍ତି । ଅତ୍ୟଧିକ କାର୍ଯ୍ୟ ହେତୁ ହୃଦୟ ସମ୍ବନ୍ଧୀୟ ସମସ୍ୟା ହେବାର ଆଶଙ୍କା 60 ପ୍ରତିଶତ ବୃଦ୍ଧି ପାଇଥାଏ । ଏହା ବ୍ୟତୀତ ମେଦବହୁଳତା ଏବଂ ମଧୁମେହ ଭଳି ସମସ୍ୟା ମଧ୍ୟ ହୋଇପାରେ । ଏଥିପାଇଁ ୮ ଘଣ୍ଟା କାମ, ଆଠ ଘଣ୍ଟା ଶୋଇବା ଏବଂ ଆଠ ଘଣ୍ଟା ବ୍ୟକ୍ତିଗତ ଜୀବନ ଏକ ସନ୍ତୁଳିତ ଜୀବନ ପାଇଁ ନିୟମ ଭାବରେ ପ୍ରଚଳିତ ।