ACF ସୋମ୍ୟ ଡେଥ୍ ମିଷ୍ଟ୍ରି: ସବୁର ମୂଳକାରଣ ପରକୀୟା ପ୍ରିତି!
Advertisement

ACF ସୋମ୍ୟ ଡେଥ୍ ମିଷ୍ଟ୍ରି: ସବୁର ମୂଳକାରଣ ପରକୀୟା ପ୍ରିତି!

ସୌମ୍ୟଙ୍କ ମୃତ୍ୟୁ ମିଷ୍ଟ୍ରିକୁ ନେଇ ଶାଶୁ-ବୋହୂଙ୍କ ମୁହାଁମୁହିଁ କଳି ଜାରି ରହିଛି । ତେବେ ମଙ୍ଗଳବାର ଦିନ ବିଦ୍ୟାଭାରତୀଙ୍କୁ ପାରଳାଖେମୁଣ୍ଡି ପୋଲିସ ୪ ଘଣ୍ଟା ଧରି ଜେରା କରିଛି । ଏହା ସମେତ ଗୋଟିଏ ପାସବୁକ ଓ ଦୁଇଟି ମୋବାଇଲ ମଧ୍ୟ ଜବତ କରିଛି । 

(ଫାଇଲ ଫଟୋ)

ପାରଳାଖେମୁଣ୍ଡି: ବର୍ତ୍ତମାନ ସୁଦ୍ଧା ଏସିଏଫ୍ ସୌମ୍ୟରଞ୍ଜନ (ACF Soumya Ranjan Mohapatra) ମୃତ୍ୟୁ ରହସ୍ୟର ପରଦା ହଟିପାରିନି କିନ୍ତୁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ପୋଲିସ (Police) ସନ୍ଦେହେ କରିବା ଆରମ୍ଭ କରିଛି । କାରଣ ସୌମ୍ୟଙ୍କ ମୃତ୍ୟୁ ମିଷ୍ଟ୍ରିରେ (Soumya's death mystery) ଥିବା ଚରିତ୍ରଙ୍କ ଚେହେରାଗୁଡ଼ା ସାମ୍ନାକୁ ଆସିପାରି ନାହିଁ ସତ କିନ୍ତୁ ଏହାର ମୋଟିଭ୍ ଧିରେ ଧିରେ ପଦାକୁ ଆସିବାରେ ଲାଗିଛି । ସୋମବାର ସୌମ୍ୟଙ୍କ ମା' ପୋଲିସକୁ ବୟାନ ଦେଇ ବୋହୂ ବିଦ୍ୟାଭାରତୀଙ୍କ (Bidya Bharati) ଚରିତ୍ର ଉପରେ ଅଙ୍ଗୁଳି ଉଠାଇଥିଲେ । ସୌମ୍ୟଙ୍କ ମା' ବଲାଙ୍ଗୀର ବ୍ୟାଚେଲର୍ ପାର୍ଟିଠାରୁ ଅଶ୍ଳୀଳ ଫଟୋ କଥା ବଖାଣି ସମ୍ପର୍କର ତିକ୍ତତା ପଦାରେ ପକାଇଛନ୍ତି । 

ମଙ୍ଗଳବାର ଦିନ ବୋହୂ ବିଦ୍ୟାଭାରତୀ (Bidya Bharati)  ମୁହଁଖୋଲି ଶାଶୁଙ୍କ ଅଭିଯୋଗକୁ ଖଣ୍ଡନ କରିବା ସମେତ ଏହାର ପ୍ରତିଜବାବରେ କହିଛନ୍ତି ଯେ ଅନ୍ୟ ଯୁବତୀଙ୍କ ସହ ସୌମ୍ୟଙ୍କ ସମ୍ପର୍କ ଥିଲା । ଏହାକୁ ନେଇ ଅନେକ ସମୟରେ ଉଭୟେ ଝଗଡା ଲାଗୁଥିଲେ । ସେହି ଝଗଡ଼ାର ଏକ ଅଡିଓ ମଧ୍ୟ ବିଦ୍ୟାଭାରତୀ ଗଣମାଧ୍ୟମକୁ ମଧ୍ୟ ଦେଇଛନ୍ତି । ସେପଟେ ବୋହୂର ଅଭିଯୋଗକୁ ସୌମ୍ୟଙ୍କ ମା' ଖଣ୍ଡନ କରି କହିଛନ୍ତି ଯେ ନିଜକୁ ବଞ୍ଚାଇବାକୁ ଯାଇ ଏପରି ମିଥ୍ୟା ଆରୋପ ଲଗାଉଛନ୍ତି ବିଦ୍ୟାଭାରତୀ । ଅନ୍ୟପକ୍ଷରେ ଖୋଦ୍ ବିଦ୍ୟାଭାରତୀଙ୍କ ବାପା ଜ୍ୱାଇଁ ସୌମ୍ୟଙ୍କୁ ଦେବତା ବୋଲି ଅଭିହିତ କରିଛନ୍ତି ।    

ଅଧିକ ପଢ଼ନ୍ତୁ: ସରିଲା ନବଦିନାତ୍ମକ ଯାତ୍ରା, ଜନ୍ମବେଦୀରୁ ରତ୍ନବେଦୀକୁ ଫେରିଲେ ମହାବାହୁ

ସୌମ୍ୟଙ୍କ ମୃତ୍ୟୁ ମିଷ୍ଟ୍ରିକୁ ନେଇ ଶାଶୁ-ବୋହୂଙ୍କ ମୁହାଁମୁହିଁ କଳି ଜାରି ରହିଛି । ତେବେ ମଙ୍ଗଳବାର ଦିନ ବିଦ୍ୟାଭାରତୀଙ୍କ ଘରେ ତାଙ୍କୁ ପାରଳାଖେମୁଣ୍ଡି ପୋଲିସ ୪ ଘଣ୍ଟା ଧରି ଜେରା କରିଛି । ଆଉ ଗୋଟିଏ ପାସବୁକ ଓ ଦୁଇଟି ମୋବାଇଲ ମଧ୍ୟ ଜବତ କରିଛି । ଏହା ସମେତ ପୋଲିସ ବିଦ୍ୟାଭାରତୀଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ପଚରାଉଚରା ମଧ୍ୟ କରିଛି । ସେପଟେ ଏ କେସରେ ପୋଲିସକୁ ସହଯୋଗ କରିବାକୁ ଯାଇ ଶେଷରେ ମୁଣ୍ଡ ପୂରାଇଛି କ୍ରାଇମବ୍ରାଞ୍ଚ୍ । କ୍ରାଇମବ୍ରାଞ୍ଚ ଡିଏସପିଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍ ପାରଳାଖେମୁଣ୍ଡିରେ ପହଞ୍ଚି କ୍ରାଇମ୍ ସ୍ପଟ୍ ଅନୁଧ୍ୟାନ କରିଛି । ଗଜପତି ଏସପିଙ୍କୁ ବି କ୍ରାଇମବ୍ରାଞ୍ଚ ଟିମ୍ ଭେଟିଛି । ବର୍ତ୍ତମାନ ସୁଦ୍ଧା ମିଳିଥିବା ତଥ୍ୟ ପ୍ରମାଣକୁ ଆଧାର କରି ତଦନ୍ତ କରାଯିବ । ଏହାସହ ଖୁବଶୀଘ୍ର ସବୁ ରହସ୍ୟରୁ ପରଦା ହଟିବ ବୋଲି ଦକ୍ଷୀଣାଞ୍ଚଳ ଡି ଆଇ ଜି କହିଛନ୍ତି ।

ଅଧିକ ପଢ଼ନ୍ତୁ: କୋରୋନା କାଳେ ଶିକ୍ଷୟିତ୍ରୀ ମାନେ ଦାବି କଲେ ତିନିଦିନର Periods Leave

ବର୍ତ୍ତମାନ ସୁଦ୍ଧା ସୌମ୍ୟଙ୍କ ମୃତ୍ୟୁ ମିଷ୍ଟ୍ରିକୁ ନେଇ ଯେତେ ଅଭିଯୋଗ ହୋଇଛି । ସେଥିରେ ବେଶୀ ବିବାଦରେ ରହିଛନ୍ତି ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରା । ଏଯାବତ୍ ତାଙ୍କୁ ନା ତଦନ୍ତ ପରିସରଭୁକ୍ତ କାରାଯାଇଛି ନା ସନ୍ଦେହରେ ପୋଲିସ କିଛି ତାଙ୍କୁ ପଚାରିଛି । ଏ ଭିତରେ କିନ୍ତୁ ଡିଏଫଓ ଆତ୍ମଗୋପନ ମୁଦ୍ରାରେ ରହିଛନ୍ତି । ତେଣୁ ପ୍ରଶ୍ନ ଉଠିବା ସ୍ୱାଭାବିକ୍ କୁଆଡ଼େ ଗଲେ ଡିଏଫଓ ? କ'ଣ ରହିଛି ଆତ୍ମଗୋପନ ପଛର ରହସ୍ୟ ? ପ୍ରମାଣ ନଷ୍ଟ ଲାଗି ପୋଲିସ ସହ ରହିଛି କି ଅଭିଯୁକ୍ତଙ୍କ ଛଦ୍ମ ସମ୍ପର୍କ ? କାରଣ ବିନା ଛୁଟି ଦରଖାସ୍ତରେ ୫ଦିନ ହେବ ସଂଗ୍ରାମ ଅଫିସ୍ ଆସୁନାହାନ୍ତି ।

ଅଧିକ ପଢ଼ନ୍ତୁ: ICMR ର ରାଜ୍ୟକୁ ପରାମର୍ଶ - ମାଧ୍ୟମିକ ପରିବର୍ତ୍ତେ ପ୍ରଥମେ ପ୍ରାଥମିକ ବିଦ୍ୟାଳୟ ଖୋଲ, ଜାଣନ୍ତୁ କାରଣ

ଏ ମୃତ୍ୟୁ ମିଷ୍ଟ୍ରିର ସତ୍ୟତା ପଦାକୁ ଆସିନି । ମାତ୍ର ମୃତ୍ୟୁ ହେଉ କି ହତ୍ୟା ତଦନ୍ତରୁ ଆଗକୁ ଯାହା ବି ସ୍ପଷ୍ଟ ହେଉ ନା କାହିଁକି । ସବୁର ମୂଳକାରଣ ପରକୀୟା ପ୍ରିତି ହିଁ ରହିବ ବୋଲି ବିଶ୍ୱାସ କରଯାଉଛି ।