ଆମେରିକା-ରୁଷ ମଧ୍ୟରେ ପରମାଣୁ ଯୁଦ୍ଧ ହେଲେ ଜାଣନ୍ତୁ କେଉଁ ଦେଶ ସବୁଠୁ ସୁରକ୍ଷିତ ସ୍ଥାନ?
Advertisement
Article Detail0/zeeodisha/odisha1304915

ଆମେରିକା-ରୁଷ ମଧ୍ୟରେ ପରମାଣୁ ଯୁଦ୍ଧ ହେଲେ ଜାଣନ୍ତୁ କେଉଁ ଦେଶ ସବୁଠୁ ସୁରକ୍ଷିତ ସ୍ଥାନ?

nuclear attack safe zone: ବାଜ୍ଞାନିକ ମାନେ ପ୍ରଳୟର ସେହି ସ୍ଥିତି ସମ୍ପର୍କରେ ଗଣନା କରିଛିନ୍ତି ଯେତେବେଳେ ବିଶ୍ବର ଦୁଇ ମହାନ ଶକ୍ତି ଆମେରିକା ଓ ରୁଷ (Russia and United States) ମଧ୍ୟରେ ପରମାଣୁ ଯୁଦ୍ଧ(Nuclear war) ହେବ ସେକତେବେଳେ କଣ ରିହିବ ବିଶ୍ବର ସ୍ଥିତି। 

ପ୍ରତୀକାତ୍ମକ

nuclear attack safe zone: ବାଜ୍ଞାନିକ ମାନେ ପ୍ରଳୟର ସେହି ସ୍ଥିତି ସମ୍ପର୍କରେ ଗଣନା କରିଛିନ୍ତି ଯେତେବେଳେ ବିଶ୍ବର ଦୁଇ ମହାନ ଶକ୍ତି ଆମେରିକା ଓ ରୁଷ (Russia and United States) ମଧ୍ୟରେ ପରମାଣୁ ଯୁଦ୍ଧ(Nuclear war) ହେବ ସେକତେବେଳେ କଣ ରିହିବ ବିଶ୍ବର ସ୍ଥିତି। ବୈଜ୍ଞାନିକ(Scientist)ଙ୍କ କହିବା କଥା ଯେ, ଏହି ପରିସ୍ଥିତିରେ ଲୋକମାନେ ଆର୍ଜେଣ୍ଟିନାକୁ ଚାଲିଯିବା ଉଚିତ୍। ବୈଜ୍ଞାନିକ ମାନେ ଏହି ଦକ୍ଷିଣ ଆମେରିକୀୟ ଦେଶକୁ ଆଣବିକ ଆକ୍ରମଣରୁ ସୁରକ୍ଷା ପାଇଁ ସବୁଠାରୁ ସୁରକ୍ଷିତ ସ୍ଥାନ ବୋଲି ବିବେଚନା କରିଛନ୍ତି। ଏଥି ସହିତ ବୌଜ୍ଞାନିକ ମାନେ ମଧ୍ୟ ଅଷ୍ଟ୍ରେଲିଆକୁ ସୁରକ୍ଷିତ ସ୍ଥାନ ଭାବେ ଆକଳନ କରିଛନ୍ତି। ବୈଜ୍ଞାନିକ ମାନେ କହିଛନ୍ତି ଯେ, ରୁଷ ଏବଂ ଆମେରିକା ମଧ୍ୟରେ ଆଣବିକ ଯୁଦ୍ଧରୁ ବର୍ତ୍ତିବା ପାଇଁ ପୃଥିବୀର ଅନ୍ୟ ସ୍ଥାନକୁ ପଳାୟନ କରିବା ହେଉଛି ବୁଦ୍ଧିମାନର କାର୍ଯ୍ୟ।

ଏକ ଜାତୀୟ ଗଣମାଧ୍ୟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବୈଜ୍ଞାନିକ ମାନେ କହିଛନ୍ତି, ଆମେରିକା ଏବଂ ରୁଷର ଆଣବିକ ଆକ୍ରମଣ ପରେ ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆରେ ଆଗାମୀ ଦଶନ୍ଧି ପର୍ଯ୍ୟନ୍ତ ବଞ୍ଚିବାର ଉତ୍କୃଷ୍ଟ ସ୍ଥାନ। କାରଣ ଏହି ଦୁଇ ଦେଶ ସବୁଠାରୁ ଅଧିକ ସୁରକ୍ଷିତ। କମ୍ପ୍ୟୁଟର ସିମୁଲେସନକୁ ଆଧାର କରି ଏକ ଅଧ୍ୟୟନରୁ ଜଣାପଡିଛି ଯେ, ୧୦୦ଟି ଆଣବିକ ବୋମା ସହିତ ସମ୍ପୃକ୍ତ ବିବାଦ ପରେ ସାରା ବିଶ୍ୱରେ ପାଞ୍ଚ ଆରବରୁ ଅଧିକ ଲୋକ ଭୋକର ଛଟପଟ ହୋଇ ମରିଯିବେ। ବୈଜ୍ଞାନିକ ମାନେ କହିଛନ୍ତି ଯେ, ଯଦି ଆପଣ ବ୍ରିଟେନରେ ରହୁଛନ୍ତି, ତେବେ ଭୋକରେ ମରିବାର ସମ୍ଭାବନା ୯୦ ପ୍ରତିଶତ ରହିଛି।

ପରମାଣୁ ଯୁଦ୍ଧ ଦ୍ବାରା ଅତ୍ୟଧିକ ବିଷାକ୍ତ ପଦାର୍ଥ ନିର୍ଗତ ହେବ, ଯାହା ସମ୍ପୂର୍ଣ୍ଣ ସୂର୍ଯ୍ୟକୁ ଆବରରଣ କରିପକାଇବ। ଯେଉଁଥିରେ ପୃଥିବୀରେ ହେଉଥିବା ଫସଲ ଉପରେ ବ୍ୟାପକ ପ୍ରଭାବ ପକାଇବ। ନ୍ୟୁ ଜର୍ସିର ରଟଗର୍ସ ବିଶ୍ୱବିଦ୍ୟାଳୟର ପ୍ରଫେସର ଏଲନ୍ ରୋବକ୍ ସ୍ପଷ୍ଟ କରିଛନ୍ତି ଯେ, ଅଷ୍ଟ୍ରେଲିଆ ଏବଂ ଆର୍ଜେଣ୍ଟିନାର ଏହି ଯୁଦ୍ଧରେ ବିଶେଷ କୌଣସି ପ୍ରଭାବ ପଡିବ ନାହିଁ। କାରଣ ସେମାନେ ପ୍ରଥମରୁ ହିଁ ଅଧିକ ପ୍ରତିରୋଧି କ୍ଷମତା ଥିବା ଫସଲ ଅମଳ କରୁଛନ୍ତି। ଯେପରି ସଠାରେ ଗହମ ପ୍ରଚୁର ପରିମାଣରେ ଅମଳ କରାଯାଉଛି। ଗବେଷକମାନେ ମଧ୍ୟ ପଶୁପାଳନ ଏବଂ ସାମୁଦ୍ରିକ ମତ୍ସ୍ୟଚାଷ ଉପରେ ଅଧିକ ଗୁରୁତ୍ବାରୋପ କରୁଛନ୍ତି। ବିଶ୍ବର ଏପରି ସ୍ଥିତିକୁ ଦୃଷ୍ଟିରେ ରଖି ବୈଜ୍ଞାନିକ ମାନେ କୌଣସି ବି ପରିସ୍ଥିତିରେ ଏଭଳି ଯୁଦ୍ଧରୁ ଦୂରେଇ ରହିବାକୁ ଚେତାବନୀ ଦେଇଛନ୍ତି। ଏହା ପୂର୍ବରୁ ଆମେରିକାର ଅନ୍ୟ ଏକ ଅନୁସନ୍ଧାନକାରୀ ଦଳ ଜାଣିବାକୁ ପାଇଛନ୍ତି ଯେ, ଆଣବିକ ଯୁଦ୍ଧ ଏକ "ଲିଟଲ୍ ଆଇସ୍ ଏଜ" ସୃଷ୍ଟି କରିବ ଯାହା ଶହସ୍ରାଧିଦ ବର୍ଷ ପର୍ଯନ୍ତ ଲାଗି ରହିବ।

ଅତୀତରେ ଜାପାନର ରହିରେସୀମା ଓ ନାଗାସାକି ଉପରେ ଆମେରିକା କରିଥିବା ପରମାଣୁ ଆକ୍ରମଣର ପ୍ରଭାବ ଏପର୍ଯ୍ୟନ୍ତ ରହିଛି। ତାହାର ତୀବ୍ରତା ଏତେ ଥିଲା ଯେ, ବର୍ତ୍ତମାନ ମଧ୍ୟ ସେଠାରେ ଦ୍ରୁମଟିଏ ନକଅଁଳିବା ସହିତ ଜନ୍ମ ନେଉଥିବା ପିଲାମାନେ ସାଧାରଣତଃ ଦିବ୍ୟାଙ୍ଗ ହୋଇ ଜନ୍ମ ନେଉଛନ୍ତି। ସେଥିପାଇଁ ବୈଜ୍ଞାନିକ ମାନେ ବିଶ୍ବ ନେତାଙ୍କୁ ବାରମ୍ବାର ଚେତାବନୀ ଦେଇ ଆସୁଛନ୍ତି। ଯଦି କେବଳ ଦୁଇଟି ବୋମାରେ ଏତେ ବଡ କ୍ଷତି ହୋଇପାରେ ତେବେ ଦୁଇ ମହାଶକ୍ତି ପାଖରେ ଥିବା ଗଚ୍ଛିତ ପରମାଣୁ ସମଗ୍ର ବିଶ୍ବର ନକ୍ସା ଯେ ବଳାଇନଦେବ ତାହା କହିବା ଅନିଶ୍ଚିତ।