ପ୍ରଥମ ଥର ପାଇଁ କଳାହାଣ୍ଡିର ନିୟମଗିରି ଅଞ୍ଚଳରେ ଉଡିଲା ତ୍ରିରଙ୍ଗା
Advertisement

ପ୍ରଥମ ଥର ପାଇଁ କଳାହାଣ୍ଡିର ନିୟମଗିରି ଅଞ୍ଚଳରେ ଉଡିଲା ତ୍ରିରଙ୍ଗା

Kalahandi: କଳାହାଣ୍ଡିର ନିୟମଗିରି ପାହାଡ ବସବାସ କରୁଥିବା ଡଙ୍ଗରିଆ ଓ ଝରଣିଆ  ଆଦିବାସୀଙ୍କ ଗାଁ । ଏହି ଗାଁ ମାନଙ୍କରେ ଆଜି ତ୍ରିରଙ୍ଗା ଫର ଫର ହୋଇ ଉଡୁଥିବା ଦେଖିବାକୁ ମିଳିଛି । 

ନିୟମଗିରି ଅଞ୍ଚଳବାସୀ ତ୍ରିରଙ୍ଗା ଉଡାଉଥିବାର ଦୃଶ୍ୟ

କଳାହାଣ୍ଡି: ସ୍ବାଧୀନତାର ୭୫ ବର୍ଷ ପୁର୍ତ୍ତି ଅବସରରେ ସାରା ଦେଶରେ ଆଜାଦି କା ଅମୃତ ମହୋତ୍ସବ (Azadi Ka Amrit Mahotsav) ପାଳିତ ହେଉଛି । ଜାତୀୟ ପତାକାକୁ ସମ୍ମାନ ଦେବା ତଥା ସ୍ବାଧୀନତା ସଂଗ୍ରାମୀଙ୍କ ତ୍ଯାଗ ଓ ବଳିଦାନକୁ ମନେ ପକାଇବା ଉଦ୍ଦେଶ୍ଯରେ ଦେଶର କେନ୍ଦ୍ର ସରକାରଙ୍କ ହର ଘର ତ୍ରିରଙ୍ଗା (Triranga) ଆୱାନ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି (Kalahandi) ଜିଲ୍ଲାର ଅନେକ ଗୁଡିଏ ଗାଁ ଅଛି, ଯେଉଁ ଗାଁ ଗୁଡିକରେ ସ୍ବାଧିନତା ଦିବସ କ'ଣ ଜାଣି ନାହାନ୍ତି । ବର୍ତ୍ତମାନ କଳାହାଣ୍ଡି ରାୟଗଡା ଜିଲ୍ଲା ସୀମାନ୍ତରେ ଥିବା ନିୟମଗିରି (Niayamagiri) ଅଞ୍ଚଳରେ ପ୍ରଥମ ଥର ପାଇଁ ତ୍ରିରଙ୍ଗା ଦେଖିବାକୁ ମିଳିଛି।

ସ୍ୱାଦିନତାର ୭୫ ବର୍ଷ ପରେ ଏହି ପାହାଡରେ ଥିବା ଫୁଲଡୁମେର, କୁନାକାଡୁ, ପାଲବେରି ଭଳି ଅନେକ ଗାଁ ଲୋକେ ସ୍ୱାଦିନତା ଦିବସ କ'ଣ ଜାଣି ନ ଥିବା ବେଳେ, ଆଜି ଲାଞ୍ଜିଗଡ ବିଡ଼ିଓ ଜିତେନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ପ୍ରକଳ୍ପ ଅଧିକାରୀ ଲମ୍ବୋଧର ପଧାନ ନିୟମଗିରି ଅଞ୍ଚଳକୁ ଯାଇ ସମସ୍ତ ଡଙ୍ଗରିଆ ଓ ଝରଣିଆ ଆଦିବାସୀଙ୍କୁ ତିରଙ୍ଗା ପତାକା ବଣ୍ଟନ କରିଥିବା ବେଳେ, ଏହି ଅଞ୍ଚଳରେ ହରଘର ତିରଙ୍ଗାର ନାରା ଦେଇ ଜାତୀୟ ପତାକା ଉଡାଇଥିଲେ ।

ଏହି ପରି ଅଞ୍ଚଳ ହେଉଛି ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ନିୟମଗିରି ପାଦଦେଶରେ ଥିବା ତ୍ରିଲୋଚନପୁର ପଞ୍ଚାୟତ । ନିୟମଗିରି ପାହାଡ ବସବାସ କରୁଥିବା ଡଙ୍ଗରିଆ ଓ ଝରଣିଆ  ଆଦିବାସୀଙ୍କ ଗାଁ । ଏହି ଗାଁ ମାନଙ୍କରେ ଆଜି ତ୍ରିରଙ୍ଗା ଫର ଫର ହୋଇ ଉଡୁଥିବା ଦେଖିବାକୁ ମିଳିଛି । ଯେଉଁ ଅଞ୍ଚଳରେ ମାଓବାଦୀଙ୍କ ଦବଦବା ସବୁବେଳେ ରହିଥାଏ । ମାଓ ଭୟରେ ଆଗ କୌଣସି ଅଧିକାରୀ ମଧ୍ୟ ଯାଉ ନ ଥିଲେ । ସରକାରଙ୍କ କୌଣସି ବିକାଶ ମୂଳକ କାର୍ଯ୍ୟ ମଧ୍ୟ ହୋଇପାରିନଥିଲା, ସେଠାରେ ଲାଞ୍ଜିଗଡ ବିଡ଼ିଓ ଭାବେ ୨୦୧୯ ନଭେମ୍ବର ମାସରେ ଯ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ଯୋଗ ଦେବାପରେ ଏହି ନିୟମଗିରି ଅଞ୍ଚଳର କିପରି ବିକାଶ ହେବ ସେ ନେଇ ସେହି ଗାଁ ମାନଙ୍କୁ ଗସ୍ତ କରିଥିଲେ ଓ ବନବାସୀଙ୍କ ସହ ବିଭିନ୍ନ ସମସ୍ୟା କୁ ନେଇ ଆଲୋଚନା କରି ଉନ୍ନୟନ କାମ ଆରମ୍ବ ହୋଇଥିଲା । ଏବେ ସମସ୍ତ ପ୍ରଶାସନିକ ଅଧିକାରୀ ସେହି ମାଓ ପ୍ରବଣ ଅଞ୍ଚଳକୁ ଯାଇ ଆଦିବାସୀଙ୍କ ସୁଖ ଦୁଃଖ ରେ ସାଥ ଦେଉଛନ୍ତି । ହେଲେ ଏହାକୁ ନେଇ ନିୟମଗିରି ଅଞ୍ଚଳରେ ଆଜି ଖୁସିର ଲହରୀ ଖେଳିଯାଇଛି ।

fallback

ଏହିପରି ଭାବେ ସ୍ବାଧୀନତାର ୭୫ ବର୍ଷ ପରେ ସ୍ବାଧୀନତା କ'ଣ ଜାଣିବାକୁ ପାଇଛନ୍ତି ନିୟମଗିରି ଅଞ୍ଚଳରେ ରହୁଥିବା ଡଙ୍ଗରିଆ ଓ ଝରଣିଆ ଆଦିବାସୀ ।

ଏହା ବି ପଢ଼ନ୍ତୁ: କୋର୍ଟରେ କଲେ ଏକାଠି ରହିବାର ପ୍ରତିଜ୍ଞା; ବାହାରକୁ ଆସିବା ମାତ୍ରେ ପତ୍ନୀଙ୍କ ଗଳା କାଟିଲେ ସ୍ୱାମୀ

ଏହା ବି ପଢ଼ନ୍ତୁ: ଭାରତର ଅପରାଧୀଙ୍କୁ କାହିଁକି ରକ୍ଷା କରୁଛି ଡ୍ରାଗନ୍? ଚୀନ୍ ରାଷ୍ଟ୍ରଦୂତ ଦେଲେ ଆଶ୍ଚର୍ଯ୍ୟଜନକ ଜବାବ