ବିଶ୍ୱସ୍ତରୀୟ ଆନ୍ତଃରାଜ୍ୟ ବସ୍ ଟର୍ମିନାଲ ପାଇଁ ସଫା ହେଲା ରାସ୍ତା
Advertisement

ବିଶ୍ୱସ୍ତରୀୟ ଆନ୍ତଃରାଜ୍ୟ ବସ୍ ଟର୍ମିନାଲ ପାଇଁ ସଫା ହେଲା ରାସ୍ତା

ପୂର୍ବାହ୍ନ ସାଢ଼େ ୧୦ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଉଚ୍ଛେଦ ଅଭିଯାନ ଜାରି ରହିଥଲା । ଉଚ୍ଛେଦ ବେଳେ ବିଡିଏ ଏନଫୋର୍ସମେଣ୍ଟ ଅଫିସର ପ୍ରମୋଦ ପାତ୍ର ଓ ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି ଓ ସହକାରୀ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ସାହୁ ଉପସ୍ଥିତ ଥିଲେ ।

ବିଶ୍ୱସ୍ତରୀୟ ଆନ୍ତଃରାଜ୍ୟ ବସ୍ ଟର୍ମିନାଲ ପାଇଁ ସଫା ହେଲା ରାସ୍ତା

ଭୁବନେଶ୍ୱର: ଦୀର୍ଘଦିନ ଧରି ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ (Bermunda Bus Stand) ଦୋକାନୀ ଓ ଏନଫୋର୍ସମେଣ୍ଟ ଟିମ୍ ମଧ୍ୟରେ ଲାଗି ଛକାପଞ୍ଝା ରହିଥିଲା । ତେବେ ଆଜି ଏହାର ସମାପ୍ତ ଘଟିଛି । ଆନ୍ତଃରାଜ୍ୟ ବସ୍ ଟର୍ମିନାଲ (Interstate Bus Terminal) ପାଇଁ ବହୁ ଦୋକାନ ବାଧକ ସାଜିଥିଲା । ସେଗୁଡ଼ିକୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (BDA) ସମ୍ପୂର୍ଣ୍ଣ ରୂପେ ମାଟିରେ ମିଶାଇ ଦେଇଛି ।

ପୂର୍ବ ଯୋଜନା ମୁତାବକ BDA ଅତିରିକ୍ତ କମିଶନର, ପ୍ରବର୍ତ୍ତନ ହରିଶ ଚନ୍ଦ୍ର ନାୟକଙ୍କ ନିର୍ଦ୍ଦେଶ ମୁତାବକ ବରମୁଣ୍ଡା ବସଷ୍ଟାଣ୍ଡରେ ପୋଲସି ଫୋର୍ସ ସହିତ ୫ଟି ଏସ୍କାଭେଟର ଧରି ବିଡିଏ ଦୋକାନ ଓ ହୋଟେଲ ଗୁଡ଼ିକୁ ଭାଙ୍ଗିବାକୁ ପହଞ୍ଚିଥିଲା । ୫ଟି ଜେସିବି ସାହାଯ୍ୟରେ ଏହି ସମସ୍ତ ଦୋକାନ ଗୁଡିକୁ ଉଚ୍ଛେଦ କରାଯାଇଥିଲା । ଏକ ସମୟରେ ହୋଟେଲ ଓ ଦୋକାନ ସବୁ ୫ଟି ଜେସିବି ସାହାଯ୍ୟରେ ଭଙ୍ଗା ଯାଇଥିଲା । ଏହି ସମୟରେ ଆଇନଶୃଙ୍ଖଳା ପରିସ୍ଥିିତିକୁ ଦୃଷ୍ଟିରେ ରଖି ଏକ ପ୍ଲାଟୁନ ରିର୍ଜଭ ପୋଲିସ ଫୋର୍ସ ଓ ଗୋଟିଏ ସେକ୍ସନ ମହିଳା ପୋଲିସ ମୁତୟନ କରାଯାଇଥିଲା । ଏହି ଉଚ୍ଛେଦରେ ୫୦ ଟି ଆଜବେଷ୍ଟର୍ସ ଓ ଛାତ ନିର୍ମିତ ବିଭିନ୍ନ ପ୍ରକାରର ଦୋକାନ ଘର ଭଙ୍ଗାଯାଇଥିଲା ।

fallback

ପୂର୍ବାହ୍ନ ସାଢ଼େ ୧୦ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଏହି ଉଚ୍ଛେଦ ଅଭିଯାନ ଜାରି ରହିଥଲା । ଉଚ୍ଛେଦ ବେଳେ ବିଡିଏ ଏନଫୋର୍ସମେଣ୍ଟ ଅଫିସର ପ୍ରମୋଦ ପାତ୍ର ଓ ବିଡିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି ଓ ସହକାରୀ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ସାହୁ ଉପସ୍ଥିତ ଥିଲେ ।fallback

ସୂଚନାଯୋଗ୍ୟ, ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଆନ୍ତଃ ରାଜ୍ୟ ବସ୍ ଟର୍ମିନାଲ ତିଆରି ହେଉଛି । ଏଠାରେ ହେବାକୁ ଥିବା ବସ ଟର୍ମିନାଲରେ ଯାତ୍ରୀମାନେ ଅନ୍ତର୍ଜାତୀୟସ୍ତରର ସୁବିଧା ପାଇବେ । ୧୫.୫ ଏକର ପରିମିତ ଜମିରେ ଏହି ବସ ଟର୍ମିନାଲ ନିର୍ମାଣ ହେଉଛି । ଏହି ଟର୍ମିନାଲରେ ଏକକାଳୀନ ୩୦୦ ବସ ପାର୍କିଂ କରିପାରିବ । ଏଥିପାଇଁ ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ । ୨୦୨୨ ଜୁନ ମାସ ସୁଦ୍ଧା ଆନ୍ତଃରାଜ୍ୟ ବସ୍ ଟର୍ମିନାଲ (Interstate Bus Terminal) କାର୍ଯ୍ୟ ଶେଷ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି । ବିଡିଏ ତତ୍ତ୍ୱାବଧାନରେ ଏହି ବସଟର୍ମିନାଲ ନିର୍ମାଣ ହେଉଛି ।